ପ୍ରକୃତି କୋଳରେ ଅତ୍ୟାଧୁନିକ ସୁବିଧା, ମନ ମୋହିବ ମ୍ୟାନଗ୍ରୁଭ୍ ରିଟ୍ରିଟ୍

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗଙ୍ଗାଦେବୀ ବେଳାଭୂମି ନିକଟରେ ଅତ୍ୟାଧୁନିକ ଆକର୍ଷଣୀୟ ମ୍ୟାନଗ୍ରୁଭୁ ରିଟ୍ରେଟ ନେଚର କ୍ୟାମ୍ପ ନିର୍ମାଣ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏବଂ ଐତିହାସିକ ପୃଷ୍ଠଭୂମିରେ ସମୃଦ୍ଧ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିପାରିଛି ।

ପ୍ରକୃତି କୋଳରେ ଅତ୍ୟାଧୁନିକ ସୁବିଧା ।  ସୁନ୍ଦର କଟେଜ ସାଙ୍ଗକୁ ଖାଦ୍ୟ ଓ ଖେଳକୁଦର ମଜା । ପୁରୀ ଜିଲ୍ଲା ଅସ୍ତରଙ୍ଗ ଗଙ୍ଗାଦେବୀ ବେଳାଭୂମିରେ ଏବେ ର୍ନିମାଣ ହୋଇଛି ମ୍ୟାନଗ୍ରୋଭି ରିଟ୍ରେଟ । ଏଠାକାର ପ୍ରାକୃତିକ ପରିବେଶକୁ ଅଧିକ ମନମୁଗ୍ଧକର କରିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ପୁରୀ ବନବିଭାଗକୁ ୫କୋଟି ଟଙ୍କା ମଞ୍ଜୁର କରାଯାଇଛି । ୧୦ଟି ଶିତତାବ ନିୟନ୍ତ୍ରିତ କଟେଜ ସାଙ୍ଗକୁ ବୋଟିଙ୍ଗର ମଜା ନେଇ ପାରିବେ ପର୍ଯ୍ୟଟକ । ରାତ୍ରିର ନିରବତା ସାଙ୍ଗକୁ ସକାଳର ସୂର୍ଯୋଦୟ ଓ ସନ୍ଧ୍ୟାର ସୂର୍ଯ୍ୟାସ୍ତର ଦୃଶ୍ୟ ସମସ୍ତଙ୍କୁ କରୁଛି ଆନମନା । ଏଠାକୁ ଆସି ଜୀବନକୁ ଉପଭୋଗ କରିବାର ନିଆରା ଅନୁଭୂତି ସାଉଁଟିବେ ସମସ୍ତେ । ପର୍ଯ୍ୟଟକଙ୍କ ପାଇଁ ସିସିଟିଭି ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ମନୋରଞ୍ଜନ ସମସ୍ତ ସୁବିଧା ଏଠାରେ ରହିଛି।

ଗଙ୍ଗାଦେବୀ ନଦୀ କୂଳେରେ ପକୃତି ଅଜାଡି ଦେଇଛି ସୌନ୍ଦର୍ଯ୍ୟର ସମ୍ଭାର ।  ବିର୍ସ୍ତିଣ୍ଣ ହେନ୍ତାଳ ବଣର ସୌନ୍ଦର୍ଯ୍ୟ ସାଙ୍ଗକୁ ଅସ୍ତରଙ୍ଗ ପୀରଜାହାନିଆ ବେଳାଭୂମି, ଗଙ୍ଗାଦେବୀ ବେଳାଭୂମି, ସନିକଟ ଗଙ୍ଗାଦେବୀ ବେଳାଭୂମି ବୁଲିବାର ମଜା ଉଠାଇ ପାରିବେ ପର୍ଯ୍ୟଟକ ।  ଦେବୀ ନଦୀମୁହାଣ ହେନ୍ତାଳ ବଣ ମଧ୍ୟରେ  ପ୍ରବାହିତ ଶାଖା ନଦୀରେ ବୋଟିଙ୍ଗ ମଜା ସହ ନାଲିକଙ୍କଡା ଓ ଦେଶ ବିଦେଶର ପକ୍ଷୀମାନଙ୍କୁ ଦେଖିବାର ସୁଯୋଗ ନେଇପାରିବେ ସମସ୍ତେ । ଏଭଳି ଅନେକ ନିଆରା ଅନୁଭୂତି ସାଉଁଟି ପାରିବେ ପର୍ଯ୍ୟଟକ । ବିଶ୍ୱ ଜଳବାୟୁ ପରିବର୍ତନ ସଙ୍କଟକୁ ରୋକିବା ଦିଗରେ ହେନ୍ତାଳ ବନ ସୁରକ୍ଷା ସାଙ୍ଗକୁ ଏହା ମଧ୍ୟରେ ମ୍ୟାନଗ୍ରୁଭୁ ରିଟ୍ରେଟ । ଯାହା ପର୍ଯ୍ୟଟନ ଭିତ୍ତିଭୂମି କୁ ସୁଦୃଢ କରିବା ସହ ପୁରୀ ଜିଲ୍ଲା ସମେତ ଅସ୍ତରଙ୍ଗ ଅଞ୍ଚଳର ଅର୍ଥ ନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ।