କୋଣାର୍କ ଉତ୍ସବ ଉଦ୍ଯାପିତ, ଓଡିଶୀ ଷ୍ଟାଇଲ୍ କଥକ ନୃତ୍ୟରେ ଦର୍ଶକ ବିମୁଗ୍ଧ

File Photo
କୋଣାର୍କ: ଉଦ୍ଯାପିତ ହୋଇଛି ୩୧ ତମ କୋଣାର୍କ ଉତ୍ସବ । ଉଦ୍ଯାପନୀ ସନ୍ଧ୍ୟାରେ ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଓଡିଶୀ ଶୈଳୀରେ କଥକ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଛି । ଏହା ସହିତ ନୂଆଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ଦ୍ୱାରା କଥକ ଶୈଳୀରେ ଗଣେଶ ବନ୍ଦନା, ସଂଗୀତ ସଂଯୋଜନାରେ ଗଙ୍ଗା ଯମୁନା ସରସ୍ଵତୀ ତ୍ରିବେଣୀ ଗାୟନ ଓ ବାଦନରେ କଥକ ନୃତ୍ୟ ପ୍ରେମ ପ୍ରଦର୍ଶିତ ହୋଇଥିଲା । ଶେଷ ସନ୍ଧ୍ୟାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପ୍ରମୁଖ ଶାସନ ସଚିବ ଏବଂ ପର୍ଯ୍ୟଟନ ସଚିବ ଯୋଗଦେଇଥିଲେ ।
ସେହିଭଳି ଚନ୍ଦ୍ରଭାଗା ସ୍ଵର୍ଣ୍ଣାଭ ବେଳାଭୂମିରେ ପାଞ୍ଚ ଦିନ ଚାଲୁଥିବା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଯାପିତ ହୋଇଛି । ପଞ୍ଚମ ଦିନରେ ବାଲୁକା ରାଶିରେ ବିଶ୍ଵ ଐତିହ୍ୟ, ପର୍ଯ୍ୟଟନ, ଓଡିଶୀ ନୃତ୍ୟ ଓ କରୋନା ସଚେତନତା ଆଦି ଉପରେ ସଚେତନତା ବାର୍ତ୍ତା ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ବାଲୁକା କଳା ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ୭୨ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ ।