ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା : ବଇରୀ ସାଜିଲା କାଳବୈଶାଖୀ, ଉଜାଡି ଦେଲା ମୁଗ ଫସଲ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା। କାଳ ବୈଶାଖୀ ବର୍ଷା, ପବନ ଉଜାଡି ଦେଲା ରବି ଫସଲ। । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳର ଘଟଣା। କିଛି ଦିନ ତଳେ ଟମାଟୋ ଚାଷ ନଷ୍ଟ ହୋଇଥିବା ବେଳେ ବର୍ତମାନ କାଳବୈଶାଖୀ ଉଜାଡି ଦେଇଛି ରବି ଫସଲ । ଏକର ଏକର ମୁଗଫସଲ ଶହ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ଚଳିତ ବର୍ଷ ଦେବୀ ନଦୀ ଅବବାହିକା ଶହ ଅସ୍ତରଙ୍ଗ ଅଞ୍ଚଳ ବେଗୁନିଆବସ୍ତ, ନଈଗୁଆଁ, ଓସ୍ତପୁର, ଝାରିଆ ସମେତ ବିଭିନ୍ନ ଗାଁରେ ହେକ୍ଟର ହେକ୍ଟର ବିଲରେ ମୁଗ ଚାଷ କରିଥିଲେ । ଅଧିକାଂଶ ଚାଷୀ ଅନ୍ୟ ଜାଗାକୁ ଲିଜ ଆକାରରେ ଆଣି ଋଣ କରି ଚାଷ କରିଥିଲେ । କାଳ ବୈଶାଖୀ ବର୍ଷା ପାଈଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଉପୁଡ଼ା ହୋଇନଥିବା ମୁଗ ଛୁଇଁରେ ପାଣି ପଶି ଯିବାରୁ ସେଥିରୁ ଗଜା ବାହାରିଲାଣି । ବିଲରୁ ପାଣି ନିଷ୍କାସନ ହେବାରେ ମଧ୍ୟ ସମୟ ଲାଗିବ। ଆଗକୁ ଆଉ ବର୍ଷା ହେଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦେଇଛି । ଋଣ କରି ଫସଲ କରିଥିବା ଚାଷୀ କିଭଳି ଭାବେ ଋଣ ପ୍ରରିଷୋଧ କରିବେ ସନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।