ବାଂଲାଦେଶୀଙ୍କ ଚିକିତ୍ସା ନ କରିବାକୁ କୋଲକତା ହସ୍ପିଟାଲର ଘୋଷଣା
କୋଲକାତା: କୋଲକାତାର ଉତ୍ତରରେ ମାଣିକତଲା ସ୍ଥିତ ଜେଏନ ରେ’ ହସ୍ପିଟାଲରେ ବାଂଲାଦେଶୀଙ୍କୁ ଚିକିତ୍ସା ମନା । ବାଂଲାଦେଶ ନାଗରରିକଙ୍କ ଚିକିତ୍ସା ନ କରିବା ପାଇଁ ନିଷ୍ପତ୍ତି ନେଇଛି ହସ୍ପିଟାଲ । ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ହସ୍ପିଟାଲ ଏଭଳି ନିଷ୍ପତ୍ତି ନେଇଛି । ସେହିପରି ଭାରତର ଜାତୀୟ ପତାକାକୁ ବାଂଲାଦେଶରେ ଅସମ୍ମାନ କରାଯାଇଥିବା ଯୋଗୁଁ ହସ୍ପିଟାଲ ଏଭଳି ନିଷ୍ପତ୍ତି ନେଇଥିବା କହିଛି ।
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା କରିବୁନି ବୋଲି ହସ୍ପିଟାଲ ଏକ ପ୍ରେସ ରିଲିଜ ଜାରି କରିଛି । ‘‘ତ୍ରିରଙ୍ଗାର ଅପମାନକୁ ଦେଖି ବାଂଲାଦେଶ ଏଭଳି ନିଷ୍ପତ୍ତି ନେଇଛି । ହସ୍ପିଟାଲ କହିଛି ଭାରତ ବାଂଲାଦେଶର ସ୍ବାଧୀନତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଛି । କିନ୍ତୁ ଏହା ସତ୍ତ୍ବେ ବି ଆଜି ଆମେ ଭାରତ ବିରୋଧୀ ଭାବନା ଦେକିବାକୁ ପାଉଛୁ । ଆମେ ଆଶା କରୁଛୁ ଯେ ଅନ୍ୟ ହସ୍ପିଟାଲ ବି ଆମର ସମର୍ଥନ କରିବେ ଓ ଏଭଳି ପଦକ୍ଷେପ ନେବେ ’’ ।
ହସ୍ପିଟାଲର ଏଭଳି ନିଷ୍ପତ୍ତିକୁ ଗୁରୁତର ସହ ନିଆଯାଇଛି । କାରଣ ହସ୍ପିଟାଲ ସ୍ବାସ୍ଥ୍ୟସେବାକୁ ରାଜନୈତିକ ଓ ସାଂସ୍କୃତିକ ପ୍ରସଙ୍ଗ ସହ ଯୋଡିଛି । ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ । ଦେଖିବାକୁ ବାକି ରହିଲା କଲିକତାର ଅନ୍ୟ ହସ୍ପିଟାଲ ଏହି ନିଷ୍ପତ୍ତିକୁ ଅନୁସରଣ କରୁଛନ୍ତି ନା ନାହିଁ । ଭବିଷ୍ୟତରେ ହସ୍ପିଟାଲର ଏଭଲି ନିଷ୍ପତ୍ତି କଣ ପ୍ରଭାବ ପକାଇବ ଦେଖିବାକୁ ବାକି ରହିଲା ।