spot_img

Latest Posts

କୋଲକାତାରେ ବିଶ୍ୱର ସବୁଠୁ ଉଚ୍ଚ ଅଟାଳିକା ‘ବୁର୍ଜ ଖଲିଫା’; ଶୋଭା ପାଇବେ ମା’ ଦୁର୍ଗା

କୋଲକାତା: କୋଲକାତାର ଦୁର୍ଗା ପୂଜା ମଣ୍ଡପରେ ଦୁନିଆର ସବୁଠୁ ଉଚ୍ଚ ଅଟାଳିକା ବୁର୍ଜ ଖଲିଫାର ଝଲକ ଦେଖିବାକୁ ମିଳିଛି। ଯେଉଁମାନେ ଦୁବାଇ ଯାଇ ବୁର୍ଜ ଖଲିଫା ଦେଖି ପାରିବେ ନାହିଁ ସେମାନେ କୋଲକାତାରେ ଏହାକୁ ଦେଖିପାରିବେ। କୋଲକାତାର ଶ୍ରୀଭୁମି ସ୍ପୋର୍ଟିଂ କ୍ଲବରେ ୧୫୦ ଫୁଟ ଉଚ୍ଚର ବୁର୍ଜ ଖଲିଫାର ପ୍ରତିକୃତି ତିଆରି ହୋଇଛି, ଯେଉଁଠି ବିରାଜମାନ କରିବେ ୪୦ କିଲୋ ଅଳଙ୍କାରରେ ସୁସଜ୍ଜିତ ମା’ ଦୁର୍ଗା ।

ଖାସ୍ କଥା ହେଉଛି ୩୦୦ଟି ଭିନ୍ନ ଭିନ୍ନ ପ୍ରକାରର ଆଲୋକରେ ସଜ୍ଜିତ ହୋଇଛି ଏହି ବୁର୍ଜ ଖଲିଫା । ଯାହାରାତି ସମୟରେ ଏହାର ସୗେନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେବ । ୧୫୦ ଫୁଟର ଉଚ୍ଚତା ଏବଂ ବିଶାଳ ମୋଟେଇ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିବ|

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଅଗ୍ନିଶମ ମନ୍ତ୍ରୀ ସୁଜିତ ବସୁ ଏହି କ୍ଲବର ମୁଖ୍ୟ। ଏହାକୁ ନେଇ ସେ କହିଛନ୍ତି ଯେ ଦୁବାଇରେ ବିଶ୍ୱର ଉଚ୍ଚତମ କୋଠା ନିର୍ମାଣ ପାଇଁ ୬ ବର୍ଷ ସମୟ ଲାଗିଥିଲା ବେଳେ କୋଲକାତାରେ ଏହାର ପ୍ରତିକୃତି ତିଆରି ପାଇଁ ମାତ୍ର ଦୁଇ ମାସ ଲାଗିଥିଲା । ଯାହାର ପ୍ରସ୍ତୁତିରେ ଲାଗିଥିଲେ ୨୫୦ ଜଣ ଶ୍ରମିକ ।

Latest Posts

Don't Miss