spot_img

Latest Posts

କୋଲକାତା ଆଇଆଇଏମର ଏକ ହଷ୍ଟେଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କୋଲକାତା ; ପୁଣି ଚର୍ଚ୍ଚାରେ କୋଲକାତା। କୋଲକାତାସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ଯାନେଜମେଣ୍ଟର ଏକ ହଷ୍ଟେଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦୁଷ୍କର୍ମ ନେଇ ହରିଦେବପୁର ପୋଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଇଆଇଏମ କଲିକତାର ଛାତ୍ରାବାସରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ କାଉନସେଲିଂ ସେସନ ଲାଗି ମହିଳାଙ୍କୁ ହଷ୍ଟେଲକୁ ଆସିବା ଲାଗି କୁହାଯାଇଥିଲା। ପରେ ତାଙ୍କୁ କିଛି ନିଶାଦ୍ରବ୍ୟ ମିଶାଯାଇଥିବା ପାନୀୟ ଦିଆଯାଇଥିଲା। ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ବାହାରେ ପ୍ରକାଶ କଲେ ପରିଣାମ ଖରାପ ହେବ ବୋଲି ଅଭିଯୁକ୍ତ ଧମକ ଦେଇଥିବା ମହିଳାଜଣକ ଅଭିଯୋଗ କରିଛନ୍ତି। ପ୍ରଥମେ ଆରଜି କର, ପରେ ଲ କଲେଜ ଘଟଣା ପରେ ଏବେ ଆଇଆଇଏମ ରେପ୍ ଘଟଣା ପୁଣି ଥରେ ରାଜ୍ୟରେ ଚର୍ଚ୍ଚାର କାରଣ ହୋଇଛି।

Latest Posts

Don't Miss