ଚା’ ପିଉଥିବା ବେଳେ ଟଳିପଡ଼ିଲେ ଯୁବକ, ମୃତ ଘୋଷଣା କଲେ ଡାକ୍ତର

ବଲାଙ୍ଗୀର: ଏମିତି ବି ମୃତ୍ୟୁ ଆସେ ଯାହା ନ ଦେଖିଲେ କେହି ବି ବିଶ୍ୱାସ କରିପାରିବେନି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ । ଚା’ ପିଉଥିବା ସମୟରେ ଟଳି ପଡ଼ିଲେ ଜଣେ ଯୁବକ । ମୃତ ଯୁବକର ନାଁ ରାକେଶ ଜୈସ୍ଵଳ ବୋଲି ଜଣାପଡ଼ିଛି । ତାଙ୍କ ଘର କଲିକତାରେ । ରାସ୍ତାରେ ରାକେଶ ପଡ଼ିରହିଥିବା ବେଳେ କିଛି ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗତ କିଛି ତଳେ କଲିକତାର ଦୁଇ ଜଣ ଯୁବକ ରାକେଶ ଜୈସ୍ଵଳ ଓ ବିଶାଳ ଜୈସ୍ଵଳ ଓଟିପିସିର କୌଣସି କାମରେ ନବରଙ୍ଗପୁର ଆସିଥିଲେ । ଏନେଇ ଆଜି ନବରଙ୍ଗପୁରରୁ ଏକ ଗାଡ଼ି ଭଡ଼ା କରି କଲିକତା ଫେରୁଥିବା ବେଳେ ବଲାଙ୍ଗୀର ଠାରେ ଚା’ ପିଉଥିବା ସମୟରେ ହୃତଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି । ଏନେଇ ଟାଉନ ଥାନା ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବକକୁ ଘଟଣା ନେଇ ପଚରାଉଚୁରା କରିଛି ପୋଲିସ । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ୨ ସହଯୋଗୀ ସହ ହାଇଦରକୁ ମୁହାଁମୁହିଁ ଜେରା କରିବ ପୋଲିସ, ୭ ଦିନ ଲାଗି ମିଳିଲା ରିମାଣ୍ଡ ଅନୁମତି

Leave a Reply