କୋଲକାତାରେ ଅଘଟଣ, ପାଣି ଟାଙ୍କି ଭାଙ୍ଗି ୩ ଜଣଙ୍କ ମୃତ୍ୟୁ

କୋଲକାତା: କୋଲକାତାରୁ ଆସିଲା ଦୁଃଖଦ ଖବର । ପାଣି ଟାଙ୍କି ଭାଙ୍ଗି ୩ ଜଣଙ୍କ ମୃତ୍ୟୁ । କୋଲକାତାର ବର୍ଦ୍ଧମାନ ରେଳବାଇ ଷ୍ଟେସନ ଭିତରେ ଥିବା ପାଣି ଟାଙ୍କି ଭାଙ୍ଗି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧୁକ ଗୁରୁତର ହୋଇଛନ୍ତି । ୨ ଓ ୩ ନମ୍ବର ପ୍ଲାଟ ଫର୍ମରେ ଥିବା ପାଣି ଟାଙ୍କି ଭାଙ୍ଗି ଯିବାରୁ ରେଳବାଇ ଷ୍ଟେସନରେ ଥିବା ପାହାଚ ଉପରେ ପଡ଼ିଥିଲା । ଓଭର ବ୍ରିଜର ଟିଣ ଭାଙ୍ଗି ଯାଇ ୩ ଜଣ ରେଳବାଇ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରେଳବାଇ ପୋଲିସ ଘଟଣାର ତନାଘନା କରୁଛି । ପୂର୍ବରୁ ମଧ୍ୟ ରେଳବାଇ ଗେଟ ଭାଙ୍ଗିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠା ଯାଉଛି ।