କୋଲକାତାରେ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା
1 min read
ନନ୍ଦିଘୋଷ ବ୍ୟୁରୋ : କୋଲକାତାରେ ପୁଣି ଥରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଆରଜି କର ମାମଲା ପରେ, ଏବେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ଏହି ଘଟଣା ଘଟିଛି । ଜଣେ ଇ-ରିକ୍ସା ଡ୍ରାଇଭର ନାବାଳିକାକୁ ଦୁଷ୍କର୍ମ କରିବା ସହ ବେକର ହାଡ ଭାଙ୍ଗି ହତ୍ୟା କରିଛି।
ସୂଚନା ଅନୁୟାୟୀ, ଝିଅଟି ୮ମ ଶ୍ରେଣୀର ଛାତ୍ରୀ । ଘଟଣାଟି ଗତ ଶୁକ୍ରବାର ଘଟିଥିଲା । ନ୍ୟୁ ଟାଉନ୍ ଅଞ୍ଚଳରୁ ପୋଲସକୁ ଝିଅଟିର ମୃତଦେହ ମିଳିଥିଲା । ଏହା ପରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତଦେହ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଅନୁଯାୟୀ, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା ।
ମାମଲାର ତଦନ୍ତ କରିବା ସମୟରେ, ପୋଲିସ ସିସିଟିଭି ଆଧାରରେ ଜାଣିବାକୁ ପାଇଲା ଯେ ସୌମିତ୍ର ରାୟ ନାମକ ଜଣେ ଇ-ରିକ୍ସା ଡ୍ରାଇଭର ଝିଅଟିକୁ ତାଙ୍କ ଇ-ରିକ୍ସାରେ ନେଇଥିଲେ। ଯେତେବେଳେ ପୋଲିସ ଏହି ଇ-ରିକ୍ସା ଚାଳକଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା ସେତେବେଳେ ଡ୍ରାଇଭରଟି ସତ ମାନିଥିଲା । ପୋଲିସ ସୂଚନା ଅନୁଯାୟୀ, ଡ୍ରାଇଭରଟି ଝିଅଟିକୁ ପ୍ରାୟ ୩ ଘଣ୍ଟା ଧରି ଇ-ରିକ୍ସାରେ ବୁଲାଇଥିଲା। ଏହା ପରେ ସେ ଝିଅଟିକୁ ଜଙ୍ଗଲକୁ ନେଇ ରଶିରେ ଝିଅଟିକୁ ରଶିରେ ଗଳାକାକୁ ଚିପି ହତ୍ୟା କରିଥିଲା । ହତ୍ୟା ପରେ, ଅଭିଯୁକ୍ତ ମୃତଦେହ ସହ ଦୁଷ୍କର୍ମ କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ।