କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା : ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ ଟେଷ୍ଟ
କୋଲକାତା : କୋଲକାତା ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ଆଜି ଅଷ୍ଟମ ଦିନ ଲାଗି କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଜେରା କରୁଛି ସିବିଆଇ। କୋଲକାତା ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା। ଆରଜିକର ମେଡିକାଲ କଲେଜର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ ଟେଷ୍ଟ । ସନ୍ଦୀପଙ୍କ ସହ ୪ ଟ୍ରେନି ଡାକ୍ତରଙ୍କ ମଧ୍ଯ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି କୋର୍ଟ। ତେବେ ପଲିଗ୍ରାଫ ଟେଷ୍ଟରୁ ବାହାରିବ କି ହତ୍ଯାକାଣ୍ଡର ସତ। ହଟିବ କି ରହସ୍ୟ ଉପରୁ ପରଦା । ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ତଥ୍ୟ ଲୁଚାଉଥିବା ସନ୍ଦେହ କରିଛି ସିବିଆଇ। ପୀଡ଼ିତା ଡାକ୍ତରଙ୍କ ୪ ସାଥୀ ଟ୍ରେନି ଡାକ୍ତର ମଧ୍ୟ ତଥ୍ୟ ଲୁଚାଉଥିବା ସିବିଆଇର ସନ୍ଦେହ ହେଉଛି। ହତ୍ଯାକାଣ୍ଡ ଦିନ ଟ୍ରେନି ୪ ଡାକ୍ତର ପୀଡ଼ାତାଙ୍କ ସହ କଣ କଥା ହୋଇଥିଲେ। ଅଘଟଣ ଦିନ ସେମାନେ ରାତିରେ କଣ ଖାଦ୍ୟ ଖାଇଥିଲେ । ଡିନର କରିବା ପରେ କଣ ହୋଇଥିଲା । ଡିନର କରିବା ପରେ ପୀଡ଼ିତା କେଉଁଠିକୁ ଯାଇଥିଲେ। ଖାଇବା ପରେ ୪ ଟ୍ରେନି ଡାକ୍ତର କେଉଁଠିକୁ ଯାଇଥିଲେ। ରାତ୍ରି ଭୋଜନ ଖାଇବା ପରେ ସମସ୍ତେ କେଉଁଠି ଭେଟ ହୋଇଥିଲେ । ଏହାକୁ ନେଇ ଚାଲିଛି ତନାଘନା। ପଲିଗ୍ରାଫ ଟେଷ୍ଟକୁ ଲାଏ ଡିଟେକସନ୍ ଟେଷ୍ଟ ମଧ୍ୟ କୁହାଯାଉଛି। କୌଣ ବ୍ଯକ୍ତି ସତ କହୁଛି ନା ମିଛ ଏଥିରୁ ଜଣାପଡ଼ିବ। ପଲିଗ୍ରାଫି ଟେଷ୍ଟରେ ବାହାରିବ ଦୁଷ୍କର୍ମ ଓ ହତ୍ଯାକାଣ୍ଡର ସତ। କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣାରେ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପ୍ରାୟ ୬୦ ଘଣ୍ଟା ଜେରା କରିଛି ସିବିଆଇ।