କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ଯା ଘଟଣା : ୧୦ ଡାକ୍ତର ବହିଷ୍କୃତ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ନୂଆମୋଡ ନେଉଛି କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ଯା ଘଟଣା। ଧମକ, ଅର୍ଥ ହେରଫେର ଓ ରାଗିଂ ଅଭିଯୋଗ କ୍ରମେ କଲେଜର ଇଣ୍ଟରନାଲ କାଉନସିଲ ୧୦ ଡାକ୍ତରଙ୍କୁ ବହିଷ୍କୃତ କରିଛି। ସେମାନଙ୍କ ବିରୋଧରେ ଅନେକ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ଡାକ୍ତରମାନଙ୍କୁ ସ୍ଥାୟୀ ଭାବେ ହଷ୍ଟେଲରୁ ବି ବହିଷ୍କୃତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଇଣ୍ଟର୍ଣ୍ଣ, ହାଉସ ଷ୍ଟାଫ, ଛାତ୍ରଙ୍କ ସମେତ ମୋଟ ୫୯ଜଣଙ୍କୁ ଅସ୍ଥାୟୀ ଭାବେ ସସପେଣ୍ଡ କରାଗଲାଣି। ବହିଷ୍କୃତ ଡାକ୍ତରଙ୍କ ମଧ୍ଯରେ ଅଛନ୍ତି ସୌରଭ ପାଲ, ଆଶିଷ ପାଣ୍ଡେ, ଅଭିଷେକ ସେନ ପ୍ରମୁଖ। ୭୨ ଘଣ୍ଟା ମଧ୍ଯରେ ହଷ୍ଟେଲ ଖାଲି କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରେ ସେମାନଙ୍କ ନାମକୁ ରାଜ୍ଯ ମେଡିକାଲ ପରିଷଦ ନିକଟକୁ ପଠାଯିବ ବୋଲି ସୂଚନା ମିଳିଛି। ବହିଷ୍କୃତ ଅଧ୍ଯାପକଙ୍କ ମଧ୍ଯରୁ କେତେ ଜଣ କିଛି ଛାତ୍ରଛାତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳରେ ସାମିଲ ଲାଗି ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା। ସେପଟେ ଅନଶନରତ ଡାକ୍ତରମାନେ ଜାରି ରଖିଛନ୍ତି ଅନଶନ।