ରାହୁଲ-ଜୟସ୍ବାଲଙ୍କ ବ୍ୟାଟିଂରେ ଫିଦା ହେଲେ କୋହଲି
1 min readନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିରେ କେଏଲ ରାହୁଲ ଏବଂ ଜୟସ୍ବାଲଙ୍କ ବ୍ୟାଟିଂକୁ ସମସ୍ତେ କରିଛନ୍ତି ପ୍ରଂଶସା । ପ୍ରଥମ ପାଳି ଏବଂ ଦ୍ବିତୀୟ ପାଳି ମଧ୍ୟରେ ଦେଖିବାକୁ ମିଳିଛି ଆକାଶ ପାତାଳ ଫରକ । ପ୍ରଥମ ଦିନରେ ଉଭୟ ଦଳର ୧୭ ଓ୍ବିକେଟର ପତନ ଘଟିଥିଲା । ମାତ୍ର ଦ୍ବିତୀୟ ଦିନରେ ଯେତେବେଳେ ଭାରତ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ସେତେବେଳେ ସମସ୍ତଙ୍କର ନଜର ରହିଥିଲା ବ୍ୟାଟିଂ ଉପରେ । ଦଳ କିଭଳି ପ୍ରଦର୍ଶନ କରୁଛି ଏବଂ ଓପନର କିଭଳି ପ୍ରଦର୍ଶନ ତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ନଜର ରହିଥିଲା । ଆଉ କ୍ରୀଡ଼ାପ୍ରେମୀଙ୍କୁ ଖୁସି କରିବା ସହ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ରାହୁଲ-ଜୟସ୍ବାଲ । ୧୭୨ ରନର ପାର୍ଟନରସିପ କରିଥିବାବେଳେ ଶତକ ଅଭିମୁଖେ ଅଗ୍ରସର ହୋଇଛନ୍ତି ଉଭୟ ଖେଳାଳି । ଯେତେବେଳେ ଦ୍ବିତୀୟ ଦିନର ଖେଳ ସାରି ମଇଦାନରୁ ପାଭିଲିୟନକୁ ଫେରୁଥିଲେ ଉଭୟ ଓପନର ସେତେବେଳେ କିଙ୍ଗ କୋହଲି ଉଭୟ ଖେଳାଳି ବ୍ୟାଟ୍ ଉଠାଇ ଅଭିବାଦନ ଜଣାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଜୟସ୍ବାଲ ୯୦ ଏବଂ ରାହୁଲ ୬୨ ରନ କରି ଅପରାଜିତ ରହିଛନ୍ତି ।
ଅଷ୍ଟ୍ରେଲିଆ ମଇଦାନରେ ସର୍ବାଧିକ ଓପନର ପାର୍ଟନରସିପ ରେକର୍ଡ ପୂର୍ବରୁ ସେହଓ୍ବାଗ ଏବଂ ଆକାଶ ଚୋପ୍ରାଙ୍କ ନାମରେ ରହିଥିଲା । ୨୦୦୪ ମସିହାରେ ୧୨୩ ରନର ରେକର୍ଡ ରହିଥିଲା । ଏବେ ଏହି ରେକର୍ଡକୁ କାଟିଛନ୍ତି ଏହି ଓପନର ଯୋଡ଼ି । ଯାହାକୁ ନେଇ ଏବେ ଛୁଟିଛି ପ୍ରଂଶସାର ସୁଅ ।