ବିଶେଷଜ୍ଞଙ୍କ ମତ: ସାନିଟାଇଜର ଅପେକ୍ଷା ସାବୁନରେ ହାତ ଧୋଇବା ଅଧିକ ପ୍ରଭାବଶାଳୀ, ଜାଣନ୍ତୁ କାହିଁକି ?

1 min read

କରୋନା ଭାଇରସ କାରଣରୁ ଲୋକମାନେ ଏବେ ହାତ ଧୋଇବା ପ୍ରତି ଅଧିକ ଜାଗ୍ରତ ହୋଇଯାଇଛନ୍ତି । ଲୋକଙ୍କୁ ବାରମ୍ବାର ହାତ ଧୋଇବା ସହ ହାଣ୍ଡ ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି । ତେବେ ବିଶେଷଜ୍ଞ କହିବା ଅନୁଯାୟୀ ହାଣ୍ଡ ସାନିଟାଇଜର ବ୍ୟବହାର କରିବା ପରିବର୍ତ୍ତେ ସାବୁନର ବ୍ୟବହାର ଅଧିକ ଲାଭଦାୟକ ।  ତେବେ ଆସନ୍ତୁ ଜାଣିବା କେମିତି ?

ଆମେରିକାର ସିମନ୍ସ ବିଶ୍ୱବିଦ୍ୟାଳୟର ହୋମ ଏଣ୍ଡ କମ୍ୟୁନିଟି ହାଇଜିନ ପ୍ରୋଫେସର ଏଲିଯାବେଥ ସ୍କାଟଙ୍କ କହିବା ଅନୁଯାୟୀ, ସାବୁନ ଏବଂ ପାଣିରେ ହାତ ଧୋଇବା ପରେ ଏକ ସଫା ତଉଲିଆରେ ହାତ ପୋଛିବା ହିଁ ଗୋଲ୍ଡ ଷ୍ଟାଣ୍ଡର୍ଡ ଅଟେ । ହାତରେ ଥିବା ବ୍ୟାକଟେରିଆ ଏବଂ ଭାଇରସକୁ ସବୁନ ନଷ୍ଟ କରିଥାଏ । ସାବୁନ ଦ୍ୱାରା ହାତ ଧୋଇବା ଦ୍ୱାରା ଚର୍ମ ଶୁଷ୍କ ହୋଇଯାଇଥାଏ, ଏହାଦ୍ୱାରା ହାତରେ ଜୀବାଣୁ ଲାଗିନଥାଏ ଏବଂ ରୋଗରେ ପଡ଼ିବାର ସମ୍ଭାବନା କମ ରହିଥାଏ ।

ସାବୁନ ଦ୍ୱାରା ହାତ ଧୋଇବାର ଫାଇଦା

ସାବୁନ ଜୀବାଣୁ ମାନଙ୍କୁ ତୁରନ୍ତ ନଷ୍ଟ କରିଥାଏ । ବାର ସାବୁନ ବ୍ୟତୀତ ଲିକ୍ୱିଡ ସାବୁନ ବ୍ୟବହାର କରିବା ଅଧିକ ଲାଭଦାୟକ । କାଶିବା ବା ଛିଙ୍କିବା ଦ୍ୱାରା ଏହାର ପାଟିରୁ ବାହାରିଥିବା ତରଳ ପଦାର୍ଥ କୌଣସି ଜିନିଷ ଉପରେ ଦୀର୍ଘ ଘଣ୍ଟା ଯାଏ ରହିଥାଏ ଏବଂ ହାତ ମାଧ୍ୟମରେ ଏହା ଆମ ଶରୀରରେ ପ୍ରବେଶ କରିଥାଏ । ସାବୁନ୍ ଏହି ମାଇକ୍ରୋବ ଗୁଡିକର ସ୍ତରକୁ ଦୂର କରିବାରେ ସାହାଯ୍ୟ କରେ, ଯାହା ସେମାନଙ୍କର ସଂକ୍ରମଣ କ୍ଷମତାକୁ ହ୍ରାସ କରିଥାଏ ।

ସାବୁନରେ ଆମ୍ଫିଫାଇଲ୍ ପଦାର୍ଥ ମିଳିଥାଏ ଯାହା ଜୀବାଣୁକୁ ନିଷ୍କ୍ରିୟ କରିଥାଏ | ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ବାର୍ ସାବୁନ୍ ବ୍ୟବହାର କରାଯିବା ଉଚିତ୍ ନୁହେଁ । କେବଳ ଘରେ ବ୍ୟବହାର ପାଇଁ ସାବୁନ ରଖିବା ଉଚିତ ଏବଂ ଚର୍ମ ସଂକ୍ରମଣ ଥିବା ବ୍ୟକ୍ତିମାନେ ଏକ ଭିନ୍ନ ସାବୁନ ବ୍ୟବହାର କରିବା ଉଚିତ୍  ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହ୍ୟାଣ୍ଡ ସାନିଟାଇଜରରେ ତିନୋଟି ଜିନିଷ ନିଶ୍ଚିତ ଭାବରେ ରହିବା ଆବଶ୍ୟକ । ଏଥିରେ ଆଲକୋହଲର ମାତ୍ରା ଅଧିକ ରହିବା ଉଚିତ ଏବଂ ଏହା ଆପଣଙ୍କ ହାତ ଏବଂ ଆଙ୍ଗୁଠିରେ ଭଲ ଭାବରେ ଲାଗିବା ଉଚିତ । ୬୦ ପ୍ରତିଶତ ଅଧିକ ଥିବା ଆଲକୋହଲ ହାତରେ ଲଗାଇଲେ ଏହା ଜଳାପୋଡ଼ା କରିବା ସ୍ୱାଭାବିକ । ତେବେ ସାନିଟାଇଜର ସେତେବେଳେ ବ୍ୟବହାର କରନ୍ତୁ ଯେତେବେଳେ ଆପଣଙ୍କ ପାଖରେ ହାଥ ଧୋଇବା ପାଇଁ ସୁବିଧା ନଥିବ ।

କଲୋମ୍ବିଆ ବିଶ୍ୱବିଦ୍ୟାଳୟର ଏପିଡୋମିୟୋଲଜିଷ୍ଟ ସେଣ୍ଡ୍ରା ଅଲବ୍ରେଟ କହିଛନ୍ତି ଯେ, ହ୍ୟାଣ୍ଡ ସାନିଟାଇଜ ପାଇଁ କେବଳ ସାନିଟାଇଜର ଆବଶ୍ୟକ କିନ୍ତୁ ସାବୁନରେ ହାତ ସଫା କରିବା ପାଇଁ ପାଣିର ଆବଶ୍ୟକତା ରହିଥାଏ । ଯେତେବେଳେ ଆପଣ ବାହାରେ ଥାଆନ୍ତି ସେତେବେଳେ ପାଣିର ବିକଳ୍ପ ନଥାଏ । ସାନିଟାଇଜର ତୁରନ୍ତ ଏବଂ ସୁବିଧାଜନକ ହେବା କାରଣରୁ ଅଧିକ ଲୋକପ୍ରିୟ ହୋଇଛି ।

ହାତ ଧୋଇବାର ସଠିକ ପ୍ରକ୍ରିୟା-

ସିଡିସିର ସୂଚନା ଅନୁଯାୟୀ, ଆପଣ ଗରମ ପାଣି ବ୍ୟବହାର କରୁଛନ୍ତି ନା ଥଣ୍ଡା ପାଣି ଏଥରୁ କିଛି ଫରକ ପଡ଼େ ନାହିଁ । କେବଳ ପାଣିରେ ଧୋଇବା ଅପେକ୍ଷା ସାବୁନରେ ହାତ ଧୋଇବା ଅଧିକ ପ୍ରଭାବଶାଳୀ ହୋଇଥାଏ କାରଣ ଏହା ଚର୍ମରେ ଜୀବାଣୁ ଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରେ । ହାତରେ ୨୦ ସେକେଣ୍ଡ ପାଇଁ ସାବୁନ ଲଗାଇବା ଭଲ ଭାବରେ ଧୁଅନ୍ତୁ ଏବଂ ସଫା ତଉଲିଆରେ ଏହାକୁ ପୋଛନ୍ତୁ ।

Leave a Reply