ମାଙ୍ଗଳିକ କାର୍ଯ୍ୟରେ କାହିଁକି ହାତରେ ବାନ୍ଧନ୍ତି ଡୋର, କେଉଁ ରାଶି ବ୍ୟକ୍ତିଙ୍କୁ ଏହା ଦେଇଥାଏ ଶୁଭଫଳ
ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ। ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି ହିନ୍ଦୁ ଧର୍ମରେ ଆସ୍ଥା ରହିଛି। ଏହା ହାତରେ ବାନ୍ଧିଲେ ଶରୀର ପାଇଁ ହିତକର ହୋଇଥାଏ ବୋଲି ବିଜ୍ଞାନ ମଧ୍ୟ ଗ୍ରହଣ କରିଛି । ହିନ୍ଦୁ ଧର୍ମ ପରମ୍ପରାରେ ହାତରେ ଧାର୍ମିକ ସୂତ୍ରକୁ ବହୁତ ମହତ୍ୱ ଦିଆଯାଏ, କାରଣ ଜୀବନରେ ସକାରାତ୍ମକ ଭାବନା ଆଣିବା ପାଇଁ ସବୁ ପୂଜା ସମୟରେ ଆମେ ହାତରେ ନାଲିସୂତ୍ର ପିନ୍ଧିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ ନାଲି ରଙ୍ଗର ସୂତ୍ର ପିନ୍ଧିବା ଦ୍ୱାରା ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ମିଳିଥାଏ।
ମନ୍ଦିର ଏବଂ ବିଭିନ୍ନ ଧାର୍ମିକ ସ୍ଥାନରେ ହାତରେ ବନ୍ଧା ଯାଇଥିବା ସୂତ୍ର ମୁଖ୍ୟତଃ ପାଞ୍ଚଟି ରଙ୍ଗର ରହିଥାଏ। ଏଥିରେ ଥିବା ସମସ୍ତ ରଙ୍ଗର ମହତ୍ତ୍ୱ ଭିନ୍ନ ଭିନ୍ନ ରହିଛି । ଏହି ସୂତ୍ରକୁ ରକ୍ଷା ସୂତ୍ର ମଧ୍ୟ କୁହାଯାଇଥାଏ। ଏହାକୁ ହାତରେ ବାନ୍ଧିଥିବା ବ୍ୟକ୍ତିଙ୍କ ଉପରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କର ପ୍ରଭାବ ପଡ଼ିଥାଏ। ଏଥିସହ ସମସ୍ତ କାମରେ ସଫଳତା ମଧ୍ୟ ମିଳିଥାଏ।