ତାମିଲନାଡ଼ୁ ରାଜନିତୀରେ ଫିଲ୍ମଷ୍ଟାର ଏତେ ସଫଳ କାହିଁକି?

1 min read

ତାମିଲନାଡୁ ବିଧାନସଭା ପାଇଁ ମଙ୍ଗଳବାର  ହୋଇଛି ଭୋଟିଂ। ଏଠି ଗୋଟିଏ ପର୍ଯ୍ୟାୟରେ ତାମିଲନାଡୁର ୨୩୪ ଆସନ ପାଇଁ ଭୋଟିଂ ହୋଇଛି । ତାମିଲନାଡୁରେ ଏଆଇଏଡିଏମକେ ଓ ବିଜେପି ମେଣ୍ଟ ସହ କଂଗ୍ରେସ ଓ ଡିଏମକେ ମେଣ୍ଟ ମଧ୍ୟରେ ହେଉଛି ଜୋରଦାର ଟକ୍କର। ଏଥର ତାମିଲ ସୁପରଷ୍ଟାର କମଲ ହାସନଙ୍କର ମଧ୍ୟ ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେ ଦକ୍ଷିଣ କୋଏମ୍ବାଟୁର ଆସନରୁ ଲଢୁଛନ୍ତି ନିର୍ବାଚନ । କମଲହାସନଙ୍କ ନାଁ ତାମିଲ ନାଡ଼ୁର ସେହି ବଡ଼ ବଡ଼ ନାଁ ମଧ୍ୟରେ ଅଛି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ରାଜନୀତିରେ ଆସିଛନ୍ତି ।

କେବଳ କମଲ ହାସନ ନୁହେଁ ତାଙ୍କ ପୂର୍ବରୁ ତାମିଲନାଡ଼ୁରେ ବହୁତ ଏମତି ରଜନେତା ଓ ନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମ ଜଗତରୁ ଆସି ରାଜନୀତିରେ ଯୋଗ ଦେଇଛନ୍ତି। ସେ ଜୟଲଳିତା ହୁଅନ୍ତୁ କିମ୍ବା କରୁଣାନିଧି କିମ୍ବା ଏମ.ଜି ରାମଚନ୍ଦ୍ରନ – ଚଳଚ୍ଚିତ୍ର ଜଗତର ଏହି ସେଲିବ୍ରିଟିମାନେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଥିବା ଏମ.ଜି ରାମଚନ୍ଦ୍ରନ୍ ପ୍ରଥମ ଭେଟେରାନ୍ ଅଭିନେତା ଥିଲେ  ଯିଏ ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଥିଲେ । ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଏନଟି ରାମା ରାଓ ମଧ୍ୟ ଏହି ସଫଳତା ହାସଲ କରିଛନ୍ତି। ତେବେ ଆପଣ କେବେ ଭାବିଛନ୍ତି କି ଦକ୍ଷିଣ ଭାରତରେ ବିଶେଷ କରି ତାମିଲନାଡୁରେ ଅଭିନେତାମାନେ ରାନୀତିରେ କାହିଁକି ଏବଂ କିପରି ସଫଳ ହେଉଛନ୍ତି?

ରାଜନୀତିରେ ସଫଳ ସାଉଥ୍ ଫିଲ୍ମଷ୍ଟାର୍:

ଗୋଟିଏ ବର୍ଗର କହିବା କଥା ଯେ ଦକ୍ଷିଣ-ଭାରତର ରାଜନୀତିରେ ଯେତିକି ସିନେ ତାରକା ଯୋଗ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ସଫଳତା କେବଳ କିଛି ତାରକାଙ୍କୁ ମିଳିଛି। ଅର୍ଥାତ୍ ସଫଳତାର ଅନୁପାତ ବହୁତ କମ୍। ଅନ୍ୟ ପଟେ, ଭାରତର ଅନ୍ୟ ରାଜ୍ୟ ସହ ତୁଳନା କଲେ ଦକ୍ଷିଣ ଭାରତୀୟ ଷ୍ଟାରମାନେ ବହୁତ ସଫଳ ହୋଇଛନ୍ତି। ଉତ୍ତର ଭାରତରେ ଅଭିନୟର ପୃଷ୍ଠଭୂମିରୁ ଆସି ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିବାଭଳି କୌଣସି ଉଦାହରଣ ଦେଖିବାକୁ ମିଳିନାହିଁ।

ସୁନିଲ ଦତ୍ତ, ଶତ୍ରୁଘ୍ନ ସିହ୍ନା, ବିନୋଦ ଖନ୍ନାଙ୍କ ଭଲି ବଡ଼ ବଡ଼ ସେଲେବ୍ରିଟି ବି ବଲିଉଡରୁ କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତର ଯାତ୍ରା କରିଛନ୍ତି । ହେଲେ ଦକ୍ଷିଣ ଭାରତରେ ଫିଲ୍ମ ବ୍ରିଗେଡ୍ ଯେଉଁଭଳି ଭାବରେ ରାଜନୈତିକ ଆଭିମୁଖ୍ୟ ହାସଲ କରିଛି, ତାହା ଅନ୍ୟ କୌଣସି ରାଜ୍ୟରେ ଦେଖାଯାଇ ନାହିଁ। ପଶ୍ଚିମବଙ୍ଗର ରାଜନୀତିରେ ବି ଅନେକ ଫିଲ୍ମ ତାରକା ନଜର ଆସିଛନ୍ତି। ନିକଟରେ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଯୋଗ ଦେଇଛନ୍ତି । ହେଲେ ଅନ୍ୟ ରାଜ୍ୟ ଭଳି ଏଠି  ତାଙ୍କୁ ବି କେବଳ ଭିଡ଼ ଜମାଇବା ପାଇଁ ଷ୍ଟାର ପାୱାର ଭାବେ ବ୍ୟବହାର କରାଯାଉଛି। ଅବଶ୍ୟ ଏହା ସତ ଯେ ଲୋକସଭା ନିର୍ବାଚନରେ ପ୍ରାୟ ସମୟରେ ଫିଲ୍ମ ତାରକାମାନେ ବାଜି ମାରିଛନ୍ତି ।

କାହିଁକି ରାଜନୀତିରେ ଏତେ ସଫଳ ଦକ୍ଷିଣ ଭାରତୀୟ ଫିଲ୍ମ ଷ୍ଟାର?

ଅନ୍ନାଦୁରାଇଙ୍କଠୁ ଆରମ୍ଭ କରି କମଲ ହାସନ ପର୍ଯ୍ୟନ୍ତ  ତାମିଲନାଡ଼ୁର ରାଜନୀତିରେ ଦ୍ରାବିଡ଼ ରାଜନିତୀ କେନ୍ଦ୍ରରେ ରହିଛି। ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ଅନ୍ନାଦୁରାଙ୍କର ବି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଥିଲା ସମ୍ପର୍କ । ସେ ଫିଲ୍ମର ସ୍କ୍ରିପ୍ଟରେ ଦ୍ରାବିଡ଼ ଆଦର୍ଶ ଓ ବିଚାରଧାରାକୁ ପରସିବା ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ, ୧୯୫୨ର ତାମିଲ ଫିଲ୍ମ “ପରାଶକ୍ତି” ଏକ ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। ଯାହାର ସ୍କ୍ରିପ୍ଟ କରୁଣାନିଧି ଲେଖିଥିଲେ।

ଶିବାଜୀ ଗଣେଶନ ଷ୍ଟାରର ଏହି ଫିଲ୍ମରେ ଦ୍ରାବୀଡ଼ ଜନତାଙ୍କୁ କେନ୍ଦ୍ରରେ ରଖିଥିଲା । ବାସ ଏହା ପରଠୁ ଏଠାରେ ଦ୍ରାବୀଡ଼ ରାଜନୀତି ହିଁ ଜୋର୍ ସୋର୍ ରେ ଚାଲିଛି । ଫିଲ୍ମ ଇତିହାସକାର ମାନେ କୁହନ୍ତି ଯେ ଦ୍ରାବିଡ଼ ଦଳର ୭ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ ଫିଲ୍ମ ଜଗତ ସହିତ ଜଡ଼ିତ।

ଉତ୍ତର-ଭାରତଏବଂ ଦକ୍ଷିଣ-ଭାରତ ମଧ୍ୟରେ ପାର୍ଥକ୍ୟ କ’ଣ?

ଦକ୍ଷିଣରେ ଏହି ଧାରା ସ୍ପଷ୍ଟ ଦେଖିବାକୁ ମିଳେ ଯେ ଫିଲ୍ମ ତାରକାମାନେ ନିଜ ନେତୃତ୍ୱରେ ଏକ ନୂତନ ଦଳ ଗଠନ କରିବାକୁ ଭୟ କରନ୍ତି ନାହିଁ। ତାମିଲ ରାଜନୀତି ହେଉ କିମ୍ବା ତେଲୁଗୁ ହେଉ, ଫିଲ୍ମ ଷ୍ଟାରମାନେ ରାଜନୈତିକ ଚ୍ୟାଲେଂଜ୍ ଗ୍ରହଣ କରିବାକୁ  ସବୁବେଳେ ସାହସ ଦେଖାଇଛନ୍ତି। ଅପରପକ୍ଷେ, ଉତ୍ତର କିମ୍ବା ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଫିଲ୍ମ କଳାକାରମାନେ କିଛି ଦଳୀୟ ରାଜନୀତିରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଜୟା ବଚ୍ଚନ, ହେମା ମାଳିନୀ, ଅନୁପମ ଖେର୍ଜ ପ୍ରଭୃତି ତାରକାମାନେ ବି ନିଜ ଦଳ ଗଢ଼ିବା ପରିବର୍ତ୍ତେ କୌଣସି ପାର୍ଟି ବ୍ୟାନର ତଳେ ହିଁ ରଜନୀତିରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ଚିରଞ୍ଜୀବି ଓ ପବନ କଲ୍ୟାଣ ପରି ସାଉଥ ସୁପରଷ୍ଟାରମାନେ ନିଜ ଦଳ ରାଜନୈତିକ ଆରମ୍ଭ କରିବାର ସାହସ ଦେଖାଛନ୍ତି।

ରାଜନୀତିରେ ଷ୍ଟାରଙ୍କୁ କାହିକିଁ ପସନ୍ଦ କରନ୍ତି ଜନତା ?

ଜଣାଶୁଣା ଫିଲ୍ମ କ୍ରିଟିକ୍ ଶୁଭ୍ରା ଗୁପ୍ତାଙ୍କ କହିବା କଥା ଯେ ଏଠାକାର ଜନତା ଫିଲ୍ମ ତାରକାଙ୍କ ପ୍ରତି ବହୁତ ଭାବୁକ । ଆଉ ଏହାର ବଡ଼ କାରଣ ହେଉଛି ସାଉଥ ଷ୍ଟାରମାନେ ବହୁତ ଆଧ୍ୟାତ୍ମିକ ଭୂମିକାରେ ଅଭିନୟ କରିଛନ୍ତି । ଯାହାଫଳରେ ଦର୍ଶକଙ୍କ ମଧ୍ୟରେ ତାଙ୍କର ଛବି ମଧ୍ୟ ଧାର୍ମିକ ଭାବନା ସହ ଯୋଡ଼ିହୋଇ ରହିଛି । ଏମଜିଆରଙ୍କୁ ଆରମ୍ଭ କରି ରଜନୀକାନ୍ତ ପ୍ରାୟ ଷ୍ଟାରଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ । ଏଠି ଦର୍ଶକ କେବଳ ଏମାନଙ୍କୁ ପସନ୍ଦ କରନ୍ତି ନି ବରଂ ଏମାନଙ୍କୁ ପୂଜା ବି କରନ୍ତି। ଆଉ ଏହି ଲୋକପ୍ରିୟତା ଓ ଦବଦବା ବଳରେ ସେମାନେ କେବେ ବି ରାଜନିତୀକୁ ଓହ୍ଲାଇବାକୁ ଡରନ୍ତି ନାହିଁ ।

Leave a Reply