ଗୁଜବ ପାଇଁ ସିଞ୍ଜୋ ଆବେଙ୍କୁ ଗୁଳି, ହତ୍ୟାକାରୀ କଲା ଖୁଲାସା

ନନ୍ଦିଘୋଷ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ଅପରାଧି କଲା ବଡ଼ ଖୁଲାସା । ୪୧ ବର୍ଷୀୟ ହତ୍ୟାକାରୀ ତେସ୍ତୁୟା ଯାମାଗାମୀ କାହିଁକି ରଚିଥିଲା ହତ୍ୟା ଷଡ଼ଯନ୍ତ୍ର ? ପୋଲିସ ଆଗରେ ଗୋଟି ହୋଟି କରି ସତ ଓଗାଳିଛି ଏହି ଅପରାଧି । ପୋଲିସର କହିବା ମୁତାବକ ହତ୍ୟାକାରୀ ମନରେ ସିଞ୍ଜୋ ଆବେଙ୍କୁ ନେଇ ସୃଷ୍ଟି ହୋଇଥିଲା ବିଷ ବଳୟ । ଆବେଙ୍କ ପାଇଁ ହତ୍ୟାକାରୀ ପରିବାରରେ ଜଳୁଥିଲା ଅସନ୍ତୋଷର ଅଗ୍ନି । ଆଉ ଏସବୁ ପଛରେ ଥିଲା ବିରାଟ ଗୁଜବ । ପ୍ରଚାରିତ ଏକ ମିଥ୍ଯା ଖବରକୁ ନେଇ ତେସ୍ତୁୟା ୟାମାଗାମୀ ରାଗରେ ଜର୍ଜରିତ ହୋଇଥିଲା । କାରଣ ହତ୍ୟାକାରୀ ଭାବିଥିଲା, ସିଞ୍ଜୋ ଆବେ ଏକ ନିର୍ଦ୍ଧିଷ୍ଠ ଧାର୍ମିକ ସଂଗଠନ ସହ ଜଡିତ । ତାଙ୍କ ଯୋଗୁଁ ହିଁ ସୃଷ୍ଟି ହେଉଛି ବିବାଦ । ଆଉ ଏଇଥି ପାଇଁ ଉକ୍ତ ସଂଗଠନ ପ୍ରତି କଠୋର ମନୋଭାବ ରଖୁଥିଲା ହତ୍ୟାକାରୀ ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିଥିବା ୪୧ ବର୍ଷୀୟ ତେସ୍ତୁୟା ୟାମାଗାମୀ ଭାବୁଥିଲା କି ତାର ମାଆ ସିଞ୍ଜୋଙ୍କ ଧାର୍ମିକ ସଂଗଠନ ପ୍ରତି ସମର୍ପିତ । କିନ୍ତୁ ସେହି ସଂଗଠନକୁ ଦୃଢ ବିରୋଧ କରୁଥିଲା ତେସ୍ତୁୟା ୟାମାଗାମୀ । ଏହାକୁ ନେଇ ତେସ୍ତୁୟା ମନରେ ରହିଥିଲା ଭୟଙ୍କର ଘୃଣା ଭାବ । ଏବଂ ଏହାରି ଭିତରେ ଏ ସବୁର ମୂଳରେ ସିଞ୍ଜୋ ଆବେ ବୋଲି ଭାବି ନେଇଥିଲା ହତ୍ୟା କାରୀ । ହତ୍ୟାକାରୀ ଭାବଥିଲା ସିଞ୍ଜୋଙ୍କୁ ହତ୍ୟା କରିଦେଲେ ହିଁ ସବୁ ସପାପ୍ତ ହୋଇଯିବ । ଆଉ ତା ମାଆ ମଧ୍ୟ ସାବାଡ ହୋଇଯିବେ । ଯେଉଁଥିପାଇଁ ତେସ୍ତୁୟା ପ୍ରସ୍ତୁତ କରିଥିଲା ମର୍ଡରର ମାଷ୍ଟର ପ୍ଲାନ ।

ରବିବାର ଜାପାନର ଉଚ୍ଚ ସଦନର ୨୪୫ ଆସନ ମଧ୍ୟରୁ ୧୨୪ ଆସନ ପାଇଁ ହେବାକୁ ଥିଲା ଭୋଟ୍ । ଏହା ପୂର୍ବରୁ ସିଞ୍ଜୋ ଜାପାନର ନାରା ସହରରେ ଭାଷଣ ଦେଉଥିଲେ । ସୁରକ୍ଷାକର୍ମୀ ମଧ୍ୟ ତାଙ୍କୁ ଜଗି ରହିଥିଲେ । କିନ୍ତୁ ଏହାରି ଭିତରେ ହଠାତ ଏକ ବନ୍ଧୁକଧାରୀ ଆତତାୟୀ ପ୍ରବେଶ କରିଥିଲା । ଆଉ କେହି କିଛି ଭାବିବା ପୂର୍ବରୁ ଆବେଙ୍କ ଉପରକୁ ଚଳାଇଥିଲା ଗୁଳି । ଭାଷଣ ଦେଉଥିବା ଆବେ କିଛି ବୁଝି ପାରିନଥିଲେ । ପଛକୁ ବୁଲିକି ଦେଖନ୍ତି ତ, ବନ୍ଧୁକଧାରୀ ପୁଣି ଏକ ଗୁଳି କରିଥିଲା । ଯେଉଁଟି ସିଞ୍ଜୋଙ୍କ କାନ୍ଧରେ ବାଜିଥିଲା । ପୋଷ୍ଟ ମର୍ଟମ ରିପୋର୍ଟ ମୁତାବକ, ଦୁଇଟି ଗୁଳି ସିଞ୍ଜୋ ଆବେଙ୍କ କାନ୍ଧରେ ବାଜିଥିଲା । କଲର ବୋନ ଭିତରେ ଥିବା ଦୁଇଟି ଶୀରରେ ସିଧାସଳଖ ଗୁଳି ବାଜିଥିଲା । ଯଦ୍ୱାରା ପ୍ରବଳ ରକ୍ତ ସ୍ରାବ ହୋଇଥିଲା ।

ଆବେଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥା ସମ୍ଭବ ପ୍ରୟାସ କରିଥିଲେ । ସମସ୍ତ ରଣନିତୀ ଆରମ୍ଭ କରିଦେଇଥିଲେ । କିନ୍ତୁ ସତ ଚେଷ୍ଟା ସତ୍ୱେ ଆଖି ବୁଜିଥିଲେ ଜାପାନର ଜନନେତା । ତେବେ ସିଞ୍ଜୋଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ଯେତେବେଳେ ସିଞ୍ଜୋ ଆବେଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେତେବେଳେ ପ୍ରବଳ ରକ୍ତସ୍ରାବ ହୋଇସାରିଥିଲା । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଶେଷରେ ସିଞ୍ଜୋଙ୍କ ହୃତପିଣ୍ଡ ଫଙ୍କସନ୍ କରିବା ବନ୍ଦ କରିଦେଇଥିଲା ।