ଫିଲ୍ମ ‘ଇସ୍କ’ ପରେ ସାତ ବର୍ଷ କଥା ହେଲେନି ଏହି ଅନସ୍କ୍ରିନ କପଲ

ମୁମ୍ବାଇ: ବଲିଉଡ ଫିଲ୍ମ ଇସ୍କରେ ଆମୀର ଖାନ ଏବଂ ଜୁହି ଚାଓ୍ୱାଲାଙ୍କ ଅନସ୍କ୍ରିନ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ‌ପସନ୍ଦ କରନ୍ତି । କିନ୍ତୁ ଖୁବ କମ୍ ‌ଲୋକ ଜାଣନ୍ତିଯେ, ଏହି ଫିଲ୍ମ ଆମୀର ଏବଂ ଜୁହିଙ୍କ ମଧ୍ୟରେ ଏକ ବିବାଦ ସୃଷ୍ଟି କରିଥିଲା । ବକ୍ସ ଅଫିସରେ ଇସ୍କ ଜବରଦସ୍ତ ହିଟ୍ ‌ହୋଇଥିଲେ ମଧ୍ୟ ଫିଲ୍ମ ସୁଟିଂ ଶେଷ ହେବାର ୭ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହ କଥା ହୋଇ ନଥିଲେ ଏହି ଅନସ୍କ୍ରିନ କପଲ ।

ରିପୋର୍ଟ ମୁତାବକ ଫିଲ୍ମ ଇସ୍କର ସୁଟିଂ ସେଟରେ ମିଷ୍ଟର ପର୍ଫେକ୍ସନିଷ୍ଟ ଜୁହିଙ୍କ ସହିତ ଏକ ପ୍ରାଙ୍କ କରିଥିଲେ, ଯାହା ଜୁହିଙ୍କୁ ଆଦୌ ପସନ୍ଦ ଆସିନଥିଲା । ତାହା ପରଠାରୁ ଉଭୟଙ୍କ ମଧ୍ୟରେ ମତଭେଦ ନଜର ଆସିଥିଲା । ଆମୀର କୁହନ୍ତି ସେ କିଛି ମାତ୍ରାରେ ଜ୍ୟୋତିଷ ବିଦ୍ୟା ଜାଣିଛନ୍ତି । ଯେଉଁଥିପାଇଁ ସେ ଜୁହିଙ୍କ ହାତ ଦେଖିବା ପାଇଁ କହିଥିଲେ ଏବଂ ଜୁହି ହାତ ବଢାଇବା ମାତ୍ରେ ଆମୀର ହାତ ନଦେଖି ଏକ ପ୍ରକାରର ପ୍ରାଙ୍କ କରିଥିଲେ । ଯେଉଁଥିରେ ଅଭିନେତ୍ରୀ ଖପା ହୋଇଗଲେ । ଏବଂ ତା ପରଠାରୁ ଆମୀରଙ୍କ ସହ କଥାବର୍ତ୍ତା ବନ୍ଦ କରିଦେଲେ ।

ଜୁହି ତୁରନ୍ତ ଉକ୍ତ ଫିଲ୍ମରୁ ବାହାରିଯିବାକୁ ଚାହୁଁଥିଲେ । କିନ୍ତୁ କୌଣସିପ୍ରକାରେ ଫିଲ୍ମଟି ସମ୍ପୂର୍ଣ୍ଣ ହୋଇଗଲା । ସେହି ଦିନଠାରୁ ୭ ବର୍ଷ ଧରି ଦୁଇ ଜଣଙ୍କୂ କୌଣସି ଫିଲ୍ମରେ ଏକା ସାଙ୍ଗରେ ଦେଖିବାକୁ ମିଳିନଥିଲା ଏବଂ ପରସ୍ପର ମଧ୍ୟରେ କଥାବର୍ତ୍ତା ବନ୍ଦ ହୋଇଯାଇଥିଲା । ଅବଶ୍ୟ ପରେ ଜୁହି ନିଜେ ଆମୀରଙ୍କ ସହ କଥା ହେଲେ ।

Leave a Reply