ମରିନା କୁଅଁର କିଏ?

1 min read

ବଲିଉଡ ଗାୟକ ସୋନୁ ନିଗମ ଟି-ସିରିଜ ମାଲିକ ଭୁଷଣ କୁମାରଙ୍କୁ ଭିଡିଓ ଜାରି କରି ଖୋଲାଖାଲି ଧମକ ଦେଇଛନ୍ତି । ତାଙ୍କ ବିରୋଧରେ କୌଣସି ଚକ୍ରାନ୍ତ କଲେ ସୋନୁ ମରିନା କୁଅଁରଙ୍କ ଭିଡିଓକୁ ନିଜ ୟୁଟୁବ ଚ୍ୟାନେଲରେ ପୋଷ୍ଟ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ମରିନା କୁଅଁରଙ୍କ ନାଁକୁ ନେଇ ସୋନୁ ଧମକ ଦେବାର କାରଣ କ’ଣ ଓ କିଏ ଏହି ମଡେଲ ?

ଆସନ୍ତୁ ଜାଣିବା ମରିନା କୁଅଁରଙ୍କୁ

ମରିନା କୁଅଁର ଜଣେ ମଡେଲ୍ ଓ ଛୋଟ ପରଦାର କଳାକାର । ଜିନ୍ଦେଗୀ ତୁମ୍ସେ, ଜଗ୍ଗୁ ଦାଦା, ସିଆଇଡି, ଶପଥ ଓ ଆହଟ ଭଳି ଧାରାବାହିକରେ ଅଭିନୟ କରି ସାରିଛନ୍ତି । ୨୦୧୮ରେ ନିର୍ଦ୍ଦେଶକ ସଜିଦ୍ ଖାଁ ଓ ଭୁଷଣ କୁମାରଙ୍କ ଉପରେ ଯୌନ ଶୋଷଣର ଆରୋପ ଆଣି ଚର୍ଚ୍ଚାକୁ ଆସିଥିଲେ । ମି ଠୁ ଅଭିଯାନ ବେଳେ ମରୀନା ଖୋଲାଖୋଲି ଭାବେ ଭୁଷଣ କୁମାରଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ, ଏକ ଭିଡିଓରେ କାମ ଦେବା ପାଇଁ ଭୁଷଣ କୁମାର ତାଙ୍କୁ ନିଜ ଘରକୁ ଡାକି ତାଙ୍କ ସହ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ । ଏବେ ସୋନୁ ମରିନାଙ୍କ ସହ ହୋଇଥିବା ଏହି ଘଟଣା ସଂକ୍ରାନ୍ତୀୟ ଭିଡିଓ ନେଇ ଧମକ ଦେଉଛନ୍ତି କିମ୍ୱା ଅନ୍ୟ କେଉଁ ଭିଡିଓ କଥା କହୁଛନ୍ତି ତାହା ସସପେନ୍ସରେ ରହିଛି । ଉଲ୍ଲେଖ୍ୟଯୋଗ୍ୟ ଯେ ବଲିଉଡ୍ ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ସୋନୁ ସଙ୍ଗୀତ ଜଗତରେ ୨ ପ୍ରମୁଖ ସଙ୍ଗୀତ କମ୍ପାନୀର ରାଜ ଚାଲିଥିବା ବିଷୟରେ କହିଥିଲେ । ସଙ୍ଗୀତ ଜଗତରେ ଥିବା ଦଲାଲମାନଙ୍କ ପ୍ରାର୍ଦୁଭାବ ବଢୁଛି ଓ ଏଭଳି ହେବା ଦ୍ୱାରା କଳା ବ୍ୟବସାୟରେ ପରିଣତ ହେଲାଣି ବୋଲି ସୋନୁ କହିଥିଲେ । ନବାଗତଙ୍କ ସହ ଭଲ ବ୍ୟବହାର କରିବା ପାଇଁ ମଧ୍ୟ ସେ ସଙ୍ଗୀତ କମ୍ପାନୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ସୋନୁ ଭିଡିଓ ଯୋଗେ ଅଭିଯୋଗ କରିଥିଲେ ଯେ ଟି-ସିରିଜ ମାଲିକ ଭୁଷଣ କୁମାର ତାଙ୍କ ବିରୋଧରେ ମନ୍ତବ୍ୟ ଦେବା ପାଇଁ ୬ଜଣ ପ୍ରସିଦ୍ଧ ଗାୟକଙ୍କୁ ପ୍ରବର୍ତ୍ତାଉଛନ୍ତି ।

T-ସିରିଜ୍ ମାଲିକ ଭୁଷଣ କୁମାରଙ୍କୁ କ’ଣ ପାଇଁ ଧମକ ଦେଲେ ସୋନୁ ନିଗମ ?

Leave a Reply