ପ୍ରତ୍ୟେକ ବ୍ୟକ୍ତିଙ୍କର ଦସ୍ତଖତ ଭିନ୍ନ ଭିନ୍ନ । ଯଦିଓ ଦସ୍ତଖତ ନିଜ ଇଛା ମୁତାବକ କରାଯାଏ ତଥାପି ଏହାର ସମ୍ବଦ୍ଧ ମସ୍ତିଷ୍କ ସହିତ ରହିଥାଏ ବୋଲି କୁହାଯାଏ । କେବଳ ସେତିକି ନୁହେଁ ବରଂ ବ୍ୟକ୍ତିର ପରିଚୟ ଏବଂ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଦର୍ଶାଇଥାଏ । ତେବେ ଆପଣଙ୍କ ସିଗ୍ନେଚର ଆପଣଙ୍କ ବିଷୟରେ କ’ଣ କହେ ଆସନ୍ତୁ ଆଲୋଚନା କରିବା ।

୧.
ଯେଉଁ ବ୍ୟକ୍ତିଙ୍କ ଦସ୍ତଖତରେ ପ୍ରଥମ ଅକ୍ଷର ବଡ଼ ହୋଇଥାଏ ସେମାନେ ଅଦ୍ଭୁତ ପ୍ରତିଭାର ଅଧିକାରୀ ଏବଂ ଧନୀ ହୋଇଥାନ୍ତି ବୋଲି କୁହାଯାଏ । ଅନ୍ୟପଟେ ଯେଉଁ ବ୍ୟକ୍ତି ଦସ୍ତଖର କରିବା ପରେ ନାମ ତଳେ ଗାର ଦିଅନ୍ତି ସେମାନେ ଖୁବ୍ଶକ୍ତିଶାଳୀ ଏବଂ ଦୃଢ ବ୍ୟକ୍ତିତ୍ୱ ହୋଇଥାନ୍ତି ।

୨.ଯେଉଁ ଲୋକଙ୍କ ଦସ୍ତଖତ ଛୋଟ ହୋଇଥାଏ, ସେମାନେ ସ୍ୱାର୍ଥପର ହୋଇଥାନ୍ତି ବୋଲି କୁହାଯାଏ । ଯଦି ଦସ୍ତଖତର ଆକାର ଅକ୍ଷର ତୁଳନାରେ ବଡ଼ ହୋଇଥାଏ, ତେବେ ସେହି ବ୍ୟକ୍ତି ଶାସନ କରିବା ପାଇଁ ମନ ବଳାଇଥାନ୍ତି ।

୩. ଅଧିକାଂଶ ସମୟ ଦସ୍ତଖତ ବଦଳାଉଥିବା ଲୋକଙ୍କ ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜଟିଳ ଦସ୍ତଖତ କରୁନଥିବା ବ୍ୟକ୍ତି ନିଜକୁ ଶୃଙ୍ଖଳିତ ରଖିଥାନ୍ତି ।

୪.ତଳୁ ନାମ ଆରମ୍ଭ କରି ଉପରକୁ ଲେଖୁଥିବା ବ୍ୟକ୍ତି ଖୁବ୍ମହତ୍ୱାକାଂକ୍ଷୀ ହୋଇଥାନ୍ତି । ଯେମିତି ହେଉ ମଧ୍ୟ ସେମାନେ ନିଜ ଲକ୍ଷ୍ୟ ପୂରଣ କରିବାରେ ଲାଗି ପଡ଼ନ୍ତି ।

୫.ତରଙ୍ଗ ଭଳି ଦସ୍ତଖତ କରୁଥିବା ବ୍ୟକ୍ତି ଗୋପନୀୟ ସ୍ୱଭାବର ହୋଇଥାନ୍ତି ।

୬.ଦସ୍ତଖତର ପ୍ରଥମ ଅକ୍ଷର ବଡ଼ ହେବା ସହିତ ବାକି ଅକ୍ଷର ସମାନ ହୋଇଥିଲେ ବ୍ୟକ୍ତି ସ୍ୱାଭିମାନୀ ସ୍ୱଭାବର ହୋଇଥାନ୍ତି । କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ଦସ୍ତଖତର ପ୍ରଥମ ଅକ୍ଷୟ ବଡ଼ ଏବଂ ଶେଷ ଅକ୍ଷର ଛୋଟ ହୋଇଥାଏ, ତେବେ ଉକ୍ତ ବ୍ୟକ୍ତି କୌଣସି ମଧ୍ୟ କାମକୁ ଖୁବ୍ଧୁମଧାମରେ ଆରମ୍ଭ କରନ୍ତି ଏବଂ ଖୂବଶୀଘ୍ର ସେହି କାମ ଉପରୁ ତାଙ୍କର ଉତ୍ସାହ କମ୍ହୋଇଯାଏ ବୋଲି କୁହାଯାଏ । ଏଭଳି ବ୍ୟକ୍ତି ଅଧିକାଂଶ ସମୟ କାଳ୍ପନିକ ଦୁନିଆ ମଧ୍ୟ ବୁଡ଼ି ରୁହନ୍ତି ।

୭.ଉପର ପାର୍ଶ୍ୱରୁ ଆରମ୍ଭ କରି ତଳମୁହାଁ କରି ଲେଖୁଥିବା ବ୍ୟକ୍ତି ନିରାଶାବାଦୀ ବୋଲି କୁହାଯାଏ । ଏବଂ ଯଦି ଏଭଳି ଲେଖିବା ପରେ ଯଦି କୌଣସି ବ୍ୟକ୍ତି ତଳେ ରେଖା ଦେଉଥାନ୍ତି ତେବେ ସେମାନେ କଥାରେ ଅଟକ ରୁହନ୍ତି ବୋଲି କୁହାଯାଏ ।

୮.ସିଧା ଲାଇନରେ ଦସ୍ତଖତ କରୁଥିବା ବ୍ୟକ୍ତି ନିରପେକ୍ଷ,ସଚ୍ଚୋଟ, ଉଦାର ଏବଂ ବିଶ୍ୱସନୀୟ ହୋଇଥାନ୍ତି ବୋଲି କୁହାଯାଏ । ଯେଉଁ ଲଷାକଙ୍କ ଦସ୍ତଖତ ଖୁବ୍ବଡ଼ ହୋଇଥାଏ, ସେମାନେ ଖୁବ୍ଆତ୍ମବିଶ୍ୱାସୀ ବୋଲି କୁହାଯାଏ ।

