ଶ୍ରୀକୃଷ୍ଣଙ୍କ ପାଞ୍ଚଜନ୍ୟ ଶଂଖ ଏବେ କେଉଁଠି ଅଛି ?

ଭୁବନେଶ୍ୱର:  ସର୍ବ ପୂରାତନ ସନାତନ ଧର୍ମରେ ଶଙ୍ଖର ମହତ୍ତ୍ୱ ବେଶ୍ ଅଧିକ। କୁହାଯାଏଯେ ଶଙ୍ଖର ଧ୍ୱନିରେ ବାତାବରଣ ଶୁଦ୍ଧ ହୋଇଯାଏ । ଶରୀର ନିରୋଗ ରହେ। ଘରେ ପ୍ରତିଦିନ ଶଙ୍ଖ ବାଜିଲେ ବାସ୍ତୁଦୋଷ କଟିଥାଏ ଓ ଅସୁରଶକ୍ତି ଘରେ ପ୍ରବେଶ କରିପାରେ ନାହିଁ । ଶଙ୍ଖରୁ ନିର୍ଗତ ଓଁକାର ଧ୍ୱନୀର ଶକ୍ତି ବହୁତ। ଏହାକୁ ଶୁଖ, ଶାନ୍ତି, ସମୃଦ୍ଧି, ବିଜୟ, ଯଶ, କିର୍ତ୍ତୀ ଓ ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ।

ଆପଣ ଜାଣନ୍ତି କି ଏହି ଶଙ୍ଖ ବହୁତ ପ୍ରକାରର ଅଛି। ହେଲେ ଏଗୁଡ଼ିକଠୁ ବି ସବୁଠ ବେଶଷ ଶଙ୍ଖ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଶଙ୍ଖ ପାଞ୍ଚଜନ୍ୟ ଶଙ୍ଖ ଆସନ୍ତୁ ଜାଣିବା ଏହି ଶଙ୍ଖ ବିଷୟରେ।

ପାଞ୍ଚଜନ୍ୟ ଶଙ୍ଖ ହେଉଛି ଅତ୍ୟନ୍ତ ପବିତ୍ର ଶଙ୍ଖ। ବିଶ୍ୱାସ ରହିଛି ଯେ ଏହାର ଉତ୍ପତି ସମୁଦ୍ର ମନ୍ଥନରୁ ହୋଇଥିଲା। ସମୁଦ୍ର ମନ୍ଥନରୁ ପ୍ରାପ୍ତ ୧୪ ରତ୍ନରୁ ଷଷ୍ଠ ରତ୍ନ ଥିଲା ଶଙ୍ଖ। ଏହା ଏକ ବେଶ୍ ଚମତ୍କାରୀ ଶଙ୍ଖ । ପୌରାଣିକ କଥା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ଗୁରୁଦେବଙ୍କ ପୁତ୍ରକୁ ଏକ ଦୈତ୍ୟ ଥରେ ଉଠାଇନେଇଥିଲା । ସେହି ଦୈତ୍ୟର ପିଛା କରି ଶ୍ରୀକୃଷ୍ଣ ଦୈତ୍ୟନଗରୀରେ ପହଞ୍ଚିଥିଲେ । ସେଠାରେ ଦେଖିଲେ ଯେ ଅସୁରଟି ଏକ ଶଙ୍ଖ ଭିତରେ ଶୋଇଛି। ସେ ସେହି ଅସୁରର ସଂହାର କରି ଶଙ୍ଖଟିକୁ ନିଜ ପାଖରେ ରଖିଲେ। ଏହାପରେ ଜଣାପଡ଼ିଲା ଯେ ଗୁରୁପୁତ୍ର ଯମପୁରରେ ଅଛି । ସେ ଜମପୁରକୁ ଗଲେ । ହେଲେ ସେଠାରେ ତାଙ୍କୁ ଯମଦୁତମାନେ ପ୍ରବେଶ କରିବାକୁ ଦେଇନଥିଲେ । ଏଥିରେ ରାଗିଯାଇ ଭଗବାନ ଶ୍ରୀକୃଷ୍ଣ ସେହି ଶଙ୍ଖ ନାଦ କରିଥିଲେ । ଯାହାର ଶବ୍ଦରେ ପୂରା ଯମପୁର ଦୋହଲିବାକୁ ଲାଗିଲା । ଏହାପରେ ସ୍ୱୟଂ ଯମରାଜ ଶ୍ରୀକୃଷ୍ଣଙ୍କୁ ତାଙ୍କ ଗୁରୁପୁତ୍ରଙ୍କ ଆତ୍ମା ଫେରାଇଦେଲେ।  ଏହାପରେ ସେ ମର୍ତ୍ୟପୁରକୁ ଫେରିଥିଲେ ଓ ଗୁରୁଙ୍କୁ ତାଙ୍କ ପୁତ୍ର ସହ ପଞ୍ଚ ଜନ୍ୟ ଶଙ୍ଖ ପ୍ରଦାନ କଲେ । କିନ୍ତୁ ଗୁରୁ ସେହି ପାଞ୍ଚଜନ୍ୟ ଶଙ୍ଖକୁ ପୁଣିଥରେ ଶ୍ରୀକୃଷ୍ଣଙ୍କ ଫେରାଇଦେଲେ  ଆଉ କହିଲେ ଏହା କେବଳ ତୁମ ପାଇଁ। ପରେ ଗୁରୁଙ୍କ ଆଜ୍ଞାରେ ଭଗବାନଶ୍ରୀକୃଷ୍ଣ ପାଞ୍ଚଜନ୍ୟ ଶଙ୍ଖ ନାଦ କରି ପୁରାତନ ଯୁଗର ସମାପ୍ତି ଓ ନୂତନ ଯୁଗର ପ୍ରାରମ୍ଭ କରିଥିଲେ।

କୁହାଯାଏ ଯେ ଶ୍ରୀକୃଷ୍ଣଙ୍କ ଏହି ଶଙ୍ଖ ଧ୍ୱନି ଦୂର ଦୂରାନ୍ତର ପର୍ଯ୍ୟନ୍ତ ଶୁଭାଯାଏ । ଏହି ଧ୍ୱନି ଶୁଣି ମାହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ମନରେ ଉତ୍ସାହ, ସାହାସର ସଞ୍ଚାର ହେଉଥିବାବେଳେ, କୌରବଙ୍କ ମନରେ କିନ୍ତୁ ଜାଗ୍ରତ ହେଉଥିଲା ଭୟ। ସେମାନଙ୍କ ପାଇଁ ଏହି ଧୱ୍ନି ଥିଲା ସିଂହର ଗର୍ଜନଠୁ ବି ଅଧିକ ଭୟଙ୍କର ।

ଏବେ ବି ଏହି ଶଙ୍ଖ ବଜାରର ମିଳେ । କିନ୍ତୁ ଏଗୁଡ଼ିକ ଶ୍ରୀକୃଷ୍ଁଙ୍କ ଶଙ୍କ ପରି ଚମତ୍କାରୀ ନୁହଁ । କୁହାଯାଏ ଯେ ମହାଭାରତ ପରେ ଏହି ଶଙ୍ଖକୁ ଶ୍ରୀକୃଷ୍ଣ ରାଜସ୍ଥାନର ପରଶର ଋଷିଙ୍କ  ଆଶ୍ରମରେ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହା ଚୋରି ହୋଇଯାଉଥିବା କୁହାଯାଏ । ତେବେ ଅନେକ କୁହନ୍ତି ଯେ ଏହି ଶଙ୍ଖ ଉତ୍ତରାଖଣ୍ଡରେ ଆଦି ବଦ୍ରୀରେ ପୀଠରେ ଏବେ ବି ସୁରକ୍ଷିତ ରହିଛି ।

Leave a Reply