ଭାରତରେ ୧.୬୫ କୋଟି ଭିଡିଓ ହଟାଇଲା ଟିକଟକ୍, ସରକାରଙ୍କୁ ଦେଇଥିଲା ଡାଟା

1 min read
tiktok remove 1.65 crore video from india,shre data with govt

 ନୂଆଦିଲ୍ଲୀ: ଭାରତ ସରକାର ପକ୍ଷରୁ ଚାଇନିଜ ଆପ୍ ଉପରେ ବ୍ୟାନ ଲଗାଇବା ପୂର୍ବରୁ ବିଭିନ୍ନ ଦେଶରେ ଟିକଟକ୍ ସବୁଠୁ ଅଧିକ ଲୋକପ୍ରିୟ ଥିଲା । ଆକ୍ଟିଭ ୟୁଜର୍ସ ଠାରୁ ଆରମ୍ଭ କରି ଡାଉନଲୋଡ ଏବଂ ରିଭ୍ୟୁ ମାମଲାରେ ମଧ୍ୟ ଟିକଟକ୍ ଇଣ୍ଡିଆନ ୟୁଜରବେସ ଆପ୍ ର ପ୍ରାୟ ସବୁ କ୍ୟାଟେଗୋରୀରେ  ନଂ ୧ରେ ଥିଲା । ଏବେ ସାମ୍ନାକୁ ଆସିଛି ଯେ, ଆଉ ଏକ କ୍ୟାଟେଗୋରୀ ଥିଲା ଯେଉଁଥିରେ ଭାରତୀୟ ୟୁଜର୍ସ ଟପ୍ ରେ ଥିଲେ ଏବଂ ତାହା ହେଉଛି ଆପ୍ ରୁ ହଟାଯାଇଥିବା ଭିଡିଓ । ଚାଇନିଜ କମ୍ପାନୀ ତରଫରୁ ୧.୬୫ କୋଟି ଭିଡିଓ ଭାରତରେ ହଟାଯାଇଛି ।

ଅଫିସିଆଲ ଟ୍ରାନ୍ସପେରେସୀ ରିପୋର୍ଟରୁ ଏହି ଡାଟା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଟିକଟକ୍ ତରଫରୁ ଭାରତରେ ୧.୬୮ କୋଟି ଭିଡିଓ ହଟାଯାଇଥିଲା । ଏହି ସଂଖ୍ୟା ଅନ୍ୟ କୌଣସି ଦେଶର ଟିକଟକ୍ ତରଫରୁ ହଟାଯାଇଥିବା ଭିଡିଓ ତୁଳନାରେ ଚାରି ଗୁଣ ଅଧିକ ରହିଛି । ପାକିସ୍ତାନରେ ପ୍ରାୟ ୩୭ ଲକ୍ଷ ଭିଡିଓ ଭିଡିଓ ହଟାଯାଇଥିଲା ଏବଂ ଏହି ଦେଶ ତୃତୀୟ ସ୍ଥାନରେ ରହିଛି । ଭିଡିଓ ହଟାଯିବା ମାମଲାରେ ଦ୍ୱିତୀୟ ସ୍ଥାନରେ ବର୍ତ୍ତମାନ ଆମେରିକାରେ ୪୬ ଲକ୍ଷ ଭିଡିଓ ହଟାଯାଇଥିଲା । ଚତୁର୍ଥ ସ୍ଥାନରେ ୨୦ ଲକ୍ଷ  ଭିଡିଓ ସହ ୟୁକେ ଏବଂ ପଞ୍ଚମ ସ୍ଥାନରେ ୧୩ ଲକ୍ଷ ଭିଡିଓ ସହ ଋଷ ରହିଛି ।

ଏଥିପାଇଁ ହଟାଯାଇଥିଲା ଭିଡିଓ-

ଟିକଟକ୍ ଦ୍ୱାରା ହଟାଯାଇଥିବା ଏହି ଭିଡିଓର ସଂଖ୍ୟା ୨୦୧୯ ମସିହାର ଦ୍ୱିତୀୟ ସାଢମାସିକ ଅଟେ । ଗ୍ଲୋବାଲ ଟ୍ରାନ୍ସପେରେନ୍ସି ରିପୋର୍ଟରେ ଟିକଟକ୍ ତରଫରୁ କୁହାଯାଇଥିଲା ଯେ, ଏଭଳି ଭିଡିଓ ଗୁଡ଼ିକୁ ହଟାଇବାର ମୁଖ୍ୟ କାରଣ ହେଉଛି, Adult Nudity ଏବଂ Sexual Activity । ଅବଶ୍ୟ, ଏହା ଏକମାତ୍ର କାରଣ ନୁହେଁ, ମଦ, ଡ୍ରଗ୍ସ , ନିଜକୁ କ୍ଷତି ପହଞ୍ଚାଉଥିବା ହିଂସକ ବା ସୁଇସାଇଡାଲ ଭିଡିଓ ସବୁକୁ ମଧ୍ୟ ପ୍ଲାଟଫର୍ମରୁ ହଟାଯାଇଛି ।

ସରକାରଙ୍କ ସହ ସେୟାର ହେଲା ଡାଟା- ସିଏନବିସି  ତରଫରୁ ସେୟାର କରାଯାଇଥିବା ରିପୋର୍ଟ ମୁତାବକ ସରକାର ଏବଂ ବିଭିନ୍ନ ଆଇନ ସଂସ୍ଥା ତରଫରୁ ଟିକଟକ୍ ର ପାରେଣ୍ଟ କମ୍ପାନୀ ବାଇଟଡାନ୍ସକୁ ପ୍ରାୟ ୫୦୦ ରିକ୍ୱେଷ୍ଟ ପଠାଯାଇଥିଲା ଏବଂ ଭିଡିଓ ଭିଡିଓ ହଟାଇବାକୁ ଦାବି କରାଯାଇଥିଲା । ଏଥିରେ ମଧ୍ୟ ଭାରତ ଟପ୍ ରେ ରହିଥିଲା ଏବଂ ଏହା ଠାରୁ ୩୦୨ ରିକ୍ୱେଷ୍ଟ ଟିକଟକ୍ ଭିଡିଓ ହଟାଇବା ପାଇଁ ଦାବି କରାଗଲା । ଟିକଟକ୍ ତରଫରୁ କୁହାଯାଇଛି ଯେ ଜରୁରୀକାଳୀନକୁ ବୁଝି ୯୦ ପ୍ରତିଶତ ମାମଲା ଭାରତ ସହ ଡାଟା ମଧ୍ୟ ସେୟାର କରାଯାଇଥିଲା ।

Leave a Reply