ଅପରାହ୍ନ ୪ଟା ସୁଦ୍ଧା କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ ?
1 min readନୂଆଦିଲ୍ଲୀ: ଆଜି ଗଣତନ୍ତ୍ରର ମହାନ ପର୍ବ । ସମସ୍ତେ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଯାଉଛନ୍ତି ନିଜର ମତାଧିକାର ସାବ୍ୟସ୍ତ କରିବାକୁ । ଏହି ପର୍ବ ସାତୋଟି ପର୍ଯ୍ୟାୟରେ ହେବାକୁ ଯାଉଛି, ଅାଜି ହେଉଛି ପ୍ରଥମ ପର୍ଯ୍ୟାୟ। ନୂଆ ସରକାର ବାଛୁଛନ୍ତି ଭାରତୀୟ ଭୋଟର । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ମତଦାନ । ୨୧ଟି ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ଲୋକସଭା ଆସନ ଲାଗି ହେଉଛି ମତଦାନ । ଏହା ସହିତ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ଲାଗି ପଡୁଛି ଭୋଟ୍ । ୧୬.୬୩ କୋଟିରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ତାହେଲେ ଜାଣନ୍ତୁ ଅପରାହ୍ନ ୪ଟା ସୁଦ୍ଧା ଦେଶରେ କେତେ ପ୍ରତିଶତ ମତଦାନ ହୋଇଛି ।
ରାଜସ୍ଥାନ-୫୫.୬୩% ଆସାମ- ୬୦.୭%
ମଧ୍ଯପ୍ରଦେଶ-୪୪.୪୩% ବିହାର- ୪୪.୪୬%
ତ୍ରିପୁରା-୬୮.୩୫% ରାଜସ୍ଥାନ-୫୫.୬୩%
ମଣିପୁର-୪୬.୯୨% ଉତ୍ତରପ୍ରଦେଶ-୪୭.୪୪%
ମେଘାଳୟ-୪୮.୯୧% ମିଜୋରାମ-୩୭.୦୩%
ମହାରାଷ୍ଟ୍ର-୩୨.୩୬% ତାମିଲନାଡୁ-୩୯.୪୯%
ଅନ୍ୟପଟେ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥର ୩୫.୬୭ ଲକ୍ଷ ନୂଆ ଭୋଟର ମତଦାନ କରୁଛନ୍ତି । ସକାଳ ୮ଟାରୁ ଚାଲିଛି ଭୋଟ । ଆସନ୍ତା ଜୁନ ୪ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।