ଏହି ୪ କାରଣ ପାଇଁ ଦେଶରେ ଦେଖାଦେଇଛି କୋଇଲା ଅଭାବ

ନୂଆଦିଲ୍ଲୀ: ଦେଶରେ କୋଇଲା ସଂକଟ ଭୟଙ୍କର ରୂପ ନେଉଛି । କୋଇଲା ଅଭାବର ସିଧା ପ୍ରଭାବ ପଡ଼ିଛି ବିଦ୍ୟୁତ୍ ଉତ୍ପାଦନ ଉପରେ । କାରଣ ଭାରତରେ ବିଦ୍ୟୁତ୍ ଉତ୍ପାଦନ କୋଇଲାରୁ ହିଁ ହୋଇଥାଏ । ତେବେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଏହି ସଂକଟ ଖୁବଶୀଘ୍ର ଦୂରେଇ ଯିବ ବୋଲି କହିଛି । କୋଇଲା ସଂକଟ ପଛରେ ରହିଛି ୪ କାରଣ ।…
୧) ଅର୍ଥ ବ୍ୟବସ୍ଥା ସୁଧୁରିବା ପରେ ବଢ଼ିଛି ବିଦ୍ୟୁତ୍ ଚାହିଦା
୨) ସେପ୍ଟେମ୍ବରରେ ଅଧିକ ବର୍ଷା ଯୋଗୁଁ କୋଇଲା ଉତ୍ତୋଳନ ପ୍ରଭାବିତ ହୋଇଛି
୩) ବିଦେଶରୁ ଆମଦାନୀ ହେଉଥିବା କୋଇଲା ଦରବୃଦ୍ଧି ପରେ ଘରୋଇ କୋଇଲା ଉପରେ ନିର୍ଭର କରିବାକୁ ପଡ଼ୁଛି
୪) ମୌସୁମୀ ପୂର୍ବରୁ କୋଇଲା ଗଚ୍ଛିତ ନ ରଖିବା
କୋଭିଡର ଦ୍ୱିତୀୟ ଲହର ପରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି । ଫଳରେ ବିଦ୍ୟୁତର ଚାହିଦା ବଢ଼ିଛି । ଏବେ ପ୍ରତିଦିନ ୪ ବିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ହେଉଥିବା ବେଳେ ୬୫ରୁ ୭୦ ପ୍ରତିଶତ ବିଜୁଳି କୋଇଲାରୁ ଉତ୍ପାଦନ ହେଉଛି । ଏଥପାଇଁ କୋଇଲାର ଆବଶ୍ୟକତା ବଢ଼ି ଯାଇଛି ।
କୋଇଳା ସଂକଟ ଦୂର ପାଇଁ ଶକ୍ତି ମନ୍ତ୍ରଣାଳୟ ଅଗଷ୍ଟ ୨୭ରେ ଏକ କୋର୍ ମ୍ୟାନେଜମେଣ୍ଟ ଟିମ୍ ଗଠନ କରିଥିଲା । ଏହି ଟିମ୍ ସପ୍ତାହକୁ ୨ ଥର କୋଇଲା ଷ୍ଟକର ତଦାରଖ କରୁଛି ।