କେମିତି ଜାଣିବେ ପାଖେଇ ଆସୁଛି ମୃତ୍ୟୁ…

1 min read

ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ । ପୌରାଣିକ ଗ୍ରନ୍ଥ ଅନୁସାରେ ମୃତ୍ୟୁ କେବଳ ଶରୀରର ହୋଇଥାଏ କାରଣ ଆତ୍ମା ତ ଅମର । ଶାସ୍ତ୍ରରେ ମୃତ୍ୟୁ ପୂର୍ବରୁ ଦେଖାଦେଉଥିବା ଲକ୍ଷଣ ଗୁଡ଼ିକର ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେ ଲକ୍ଷଣ ଗୁଡ଼ିକ କ’ଣ କ’ଣ ।

ନିଜ ନାକ ଦେଖାଯିବ ନାହିଁ-  ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ଯେବେ କାହାର ମୃତ୍ୟୁର ସମୟ ପାଖେଇ ଆସୁଥିବ ସେତେବେଳେ ଉକ୍ତ ବ୍ୟକ୍ତିକୁ ନିଜ ନାକର ଅଗ୍ରଭାଗ ଦେଖାଦିଏନାହିଁ । କାରଣ ମୃତ୍ୟୁ ପାଖେଇ ଆସୁଥିଲେ ଆଖି ଉପରକୁ ଚଢ଼ିବାକୁ ଲାଗେ ।

ବ୍ରହ୍ମାଣ୍ଡ ବି ଦେଇଥାଏ ସଙ୍କେତ- ଯେବେ କାହାର ମୃତ୍ୟୁ ହେବାକୁ ଯାଉଥିବ ସେତେବେଳେ ତାକୁ ସବୁ ଜିନିଷ ଦୁଇ ଭାଗରେ ଭାଙ୍ଗି ହୋଇ ପଡ଼ିଯାଉଥିବା ନଜର ଆସିବ । ଏମିତିକି ଆକାଶ ମଧ୍ୟ ଦୁଇ ଭାଗରେ ଭାଙ୍ଗି ନିଜ ଉପରେ ପଡ଼ିଯିବା ଭଳି ଅନୁଭବ ହୋଇଥାଏ, ଯାହାକି ବାସ୍ତବରେ ହୋଇନଥାଏ ।

ଆଇନାରେ ନିଜ ଚେହେରା ଦେଖାଦିଏ ନାହିଁ- ଯେବେ କାହାର ମୃତ୍ୟୁ ନିକଟତର ଆସୁଥାଏ ନିଜ ଚେହେରା ଆଇନାରେ ଦେଖାଯାଏନାହିଁ । ଯେବେ ଏଭଳି ଅନୁଭବ ହୁଏ ତେବେ ଜାଣଇବେ ଯେ ଆପଣ ମୃତ୍ୟୁର ନିକଟତର ହେଉଛନ୍ତି ।

ନିଜ ଛାଇ ଦେଖାଦିଏ ନାହିଁ-  ଯେବେ ବ୍ୟକ୍ତିକୁ ନିଜ ଛାଇ ଦେଖାଦିଏ ନାହିଁ ତେବେ ବୁଝିଯିବେ କି ସେ ବ୍ୟକ୍ତି ମୃତ୍ୟର ନିକଟତର ।

ନିଜ ଦେହରୁ ଦୁର୍ଗନ୍ଧ ଆସିଥାଏ- ଶାସ୍ତ୍ର ମୁତାବକ ମୃତ୍ୟୁ ପୂର୍ବରୁ ନିଜ ଦେହରୁ ଦୁର୍ଗନ୍ଧ ଆସିଥାଏ, ଯାହାକୁ ପୂର୍ବରୁ କେବେ ଅନୁଭବ କରିନଥିବେ । ଏହି ଗନ୍ଧକୁ ମୃତ୍ୟୁ ଗନ୍ଧ ବୋଲି କୁହାଯାଇଥାଏ ।

ପ୍ରାକୃତିକ ନାଦ- ପ୍ରକୃତିର ନିଜର ଏକ ସଂଙ୍ଗୀତ ରହିଛି, ଯାହା ବ୍ରହ୍ମାଣ୍ଡର ସବୁଠୁ ପୁରୁଣା ସଙ୍ଗୀତ । ଏହାକୁ ‘ନାଦ’ ବୋଲି କୁହାଯାଇଥାଏ । ଯେତେବେଳେ ଆମେ ଦୁଇ କାନକୁ ଏକାସାଙ୍ଗରେ ବନ୍ଦ କରିଥାଉ ସେତେବେଳେ ଯେଉଁ ଗୁଞ୍ଜନ ଆମକୁ ଶୁଭିଥାଏ, ଯଦି ତାହା ଶୁଭିବା ବନ୍ଦ ହୋଇଯାଏ ତେବେ ଜାଣିବେ ଆପଣ ମୃତ୍ୟୁର ନିକଟବର୍ତ୍ତୀ ହେଉଛନ୍ତି ।

Leave a Reply