କଟକଣାରେ ସାମାନ୍ୟ କୋହଳ: ପାଶ୍‌ ଥିଲେ ଯାଇପାରିବେ ଅଫିସ୍‌, ଜରୁରୀ କାମକୁ ଅନୁମତି

1 min read

ଭୁବନେଶ୍ୱର: ରାଜ୍ୟରେ ଚଳିତ ମାସରେ କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ କରି ରାଜ୍ୟର ୧୧ଟି ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌ କରାଯାଇଛି । ଚଳିତ ମାସରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଏଭଳି ନିଷ୍ପତି ନେଇଛନ୍ତି । କିନ୍ତୁ ଏହି ସଟ୍‌ଡାଉନ୍‌ ପୂର୍ବ ସଟ୍‌ଡାଉନ ଭଭି କଡ଼ା ହେବନାହିଁ  । ଏଥିରେ କିଛି ମାତ୍ରାରେ କୋହଳ କରିଛନ୍ତି ରାଜ୍ୟ ସରକାର । କେଉଁ ମାନେ ଏବଂ କେମିତି ଯାଇପାରିବେ ଏହି ସଟ୍‌ଡାଉନ୍‌ ପରିୟଡରେ ଆମେ ଆପଣଙ୍କୁ କହିବୁ ।

ସାପ୍ତାହିକ ସଟଡାଉନ୍‌ରେ ଗମନାଗମନ ନେଇ ଅନୁମତି ମିଳିଥିବା କ୍ଷେତ୍ରର କର୍ମଚାରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଗମନାଗମନ ବେଳେ କାର୍ଯ୍ୟାଳୟ ପରିଚୟପତ୍ର ସାଙ୍ଗରେ ନିଅନ୍ତୁ । ଶିଳ୍ପାନୁଷ୍ଠାନରେ କାମ କରୁଥିବା କର୍ମଚାରୀ ID କାର୍ଡ ପାଖରେ ରଖନ୍ତୁ । ଟ୍ୟାକ୍ସି, ଅଟୋ ଓ ଓଲା, ଉବେର କ୍ୟାବ୍‌ ଚାଳକ ପୋଲିସ ପାସ୍‌ ଦେଖାନ୍ତୁ । ବିବାହ ଓ ଅନ୍ତିମ ସଂସ୍କାର ବେଳେ ପୋଲିସ ପାସ୍‌ ବ୍ୟବହାର କରନ୍ତୁ । ୧୦୦କୁ ଡାଏଲ କରି ଭୁବନେଶ୍ୱର-କଟକ ଯାତ୍ରାର ସୁବିଧା ପାଇପାରିବେ । ଅନ୍ୟ ଅତ୍ୟାବଶ୍ୟକ କ୍ଷେତ୍ର ପାଇଁ SMS ପାସ୍‌ ବ୍ୟବହାର କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି ।

ସେହିପରି ସାପ୍ତାହିକ ସଟଡାଉନ୍‌ ପାଇଁ SRC ନିୟମାବଳୀରେ ସଂଶୋଧନ କରାଯାଇଛି । ଡାକ୍ତରୀ କିମ୍ବା ଅନ୍ୟ ଜରୁରୀ କାର୍ଯ୍ୟ ପାଇଁ ଗମନାଗମନକୁ ଅନୁମତି ମିଳିଛି । ଏଟିଏମ୍‌ ଓ ଆର୍‌ବିଆଇ ଭଳି ସଂସ୍ଥା ଖୋଲା ରହିବ। ବିମାନବନ୍ଦର, ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ରହିବ । ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରୀକୁ ଅନୁମତି ଦିଆଯାଇଛି । ସକାଳ ୫ଟାରୁ ୮ଟା ଯାଏଁ ହକରଙ୍କୁ ଅନୁମତି ମିଳିବ । ଏଲ୍‌ପିଜି ସିଲିଣ୍ଡର ହୋମ ଡେଲିଭରୀକୁ ମଧ୍ୟ ଅନୁମତି ଦିଆଯାଇଛି । ସେହିଭଳି ଯାନ ବାହାନ ଚଳାଚଳ ପାଇଁ ସ୍ୱତନ୍ତ୍ର ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି । ଦୈତ୍ୟ ନଗରୀ ଭୁବନେଶ୍ୱର ରେ ବ୍ୟାପକ ପୋଲିସ ମୁତୟନ ନେଇ ସୁଚନା ଦେଇଛନ୍ତି ପୋଲିସ କମିଶନର ।

ଚଳିତ ମାସରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଜ୍ୟର ୧୧ ଜିଲ୍ଲାରେ ଆଜିଠୁ ସଟ୍‌ଡାଉନ୍‌

Leave a Reply