ଜାଣନ୍ତୁ ଲାବରେ କିପରି ପ୍ରସ୍ତୁତ ହେଉଛି କରୋନା ଟୀକା

1 min read

କରୋନା ପାଇଁ ଏବେ ସାରା ବିଶ୍ୱ ଚିନ୍ତାରେ । କିପରି ଏହି ଭୟଙ୍କର ଭାଇରସ ଠାରୁ ମୁକ୍ତି ମିଳିବ ତାକୁ ନେଇ ବୈଜ୍ଞାନିକ ମାନେ ରିସର୍ଚ୍ଚ କରିବା ଆରମ୍ଭ କରିଲେଣି । କିନ୍ତୁ ଏଯାବତ କରୋନା ଭାଇରସର ଭାକସିନ (ଟୀକା) ତିଆରି ହୋଇପାରିନାହିଁ । ୧୮ଟି ଦେଶ ଏହି ଭାଇରସରର ଭାକସିନ ତିଆରି କରିବାରେ ଲାଗିପଡ଼ିଛନ୍ତି କିନ୍ତୁ ଏଯାବତ କୌଣସି ସଫଳତା ହାସଲ କରିପାରିନାହାନ୍ତି ।

ତେବେ ଜାଣନ୍ତୁ କରୋନାର ଭାରସିନ କିପରି ତିଆରି ହୁଏ ।

ଷ୍ଟେପ-୧: ଲାବରେ ଭାରସର ସୃଷ୍ଟି

କୌଣସି ଭାଇରସର ଭାକସିନ ତିଆରି କରିବା ପୂର୍ବରୁ ସେହି ଭାଇରସକୁ ଲାବରେ ଆଉ ଥରେ ସୃଷ୍ଟି କରାଯାଏ ବା ଚାଷ କରାଯାଏ । ତେବେ କରୋନା ଭାଇରସର ଚାଷ ପ୍ରଥମେ ଅଷ୍ଟ୍ରେଲିଆର ମେଲବର୍ଣ୍ଣର ଡୋହର୍ଟି ଇନଷ୍ଟିଚ୍ୟୁଟର ଏକ ଲାବରେ କରାଯାଇଛି । ଏହାକୁ କଲଚର୍ ବୋଲି କୁହାଯାଏ ।  ଏହି କଲଚର ପରେ ସମଗ୍ର ବିଶ୍ୱରେ ଲାବ ଗୁଡ଼ିକ କରୋନା ପାଇଁ ଭାକସିନ ତିଆରି କରିବା ଆରମ୍ଭ କରିଛନ୍ତି । ଏହି ଭାକସିନ ପ୍ରସ୍ତୁତ କରିବା କୌଣସି ସହଜ କଥା ନୁହେଁ । ଏହାକୁ ତିଆରି କରିବା ପାଇଁ ଅନେକ ଦେଶ ଏବଂ ବହୁ ବୈଜ୍ଞାନିକଙ୍କ ସହଯୋଗ ଆବଶ୍ୟକ ପଡ଼ିଥାଏ ।

ଷ୍ଟେପ୍-୨ : ପଶୁ ମାନଙ୍କୁ ମଡେଲ ଭାବେ ବ୍ୟବହାର କରିବା

ଲାବରେ ଭାଇରସ ସୃଷ୍ଟି କରିବା ପରେ ଏହା ଏକ ପଶୁ ଶରୀରରେ ଇଞ୍ଜେକ୍ଟ କରାଯାଇଥାଏ । ଏହାକୁ ଆନିମଲ ମଡେଲ ବୋଲି କୁହାଯାଏ ।  କେତେବେଳେ ମୂଷା ତ କେତେବେଳେ ମାଙ୍କଡ଼ ଦେହରେ ଏହି ଭାକସିନକୁ ଇଞ୍ଜେକ୍ଟ କରାଯାଇଥାଏ । ଏହାକୁ ପ୍ରି-କ୍ଲିନିକାଲ୍ ପରୀକ୍ଷା ମଧ୍ୟ କୁହାଯାଏ ।

ଷ୍ଟେପ-୩: ମଣିଷଙ୍କ ଉପର ଭାକସିନର ପ୍ରୟୋଗ

ଯେତେବେଳେ ଭାକସିନ ପ୍ରାଣୀମାନଙ୍କୁ ପ୍ରଭାବିତ କରିବା ଆରମ୍ଭ କରେ, ସେତେବେଳେ ନିୟନ୍ତ୍ରିତ ପରିବେଶରେ ମଣିଷ ଉପରେ ପରୀକ୍ଷା ଆରମ୍ଭ ହୁଏ  । ଏହି ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବେଳେବେଳେ ଟୀକା ଦ୍ୱାରା ଏହି ରୋଗ ଭଲ ହୋଇଯାଏ, କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅତ୍ୟନ୍ତ ସାଂଘାତିକ ହୋଇଥାଏ । ତେଣୁ ମଣିଷ ଉପରେ ପରୀକ୍ଷା ସମୟରେ ଦେଖାଯାଏ ଯେ କୌଣସି ଔଷଧ କିମ୍ବା ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ଅଛି କି ? ଟୀକା ସୁରକ୍ଷିତ କି? ଏଥିରେ ଲାଭ କେତେ ଅଛି ? ଆପଣ ରୋଗରୁ ରକ୍ଷା ପାଇପାରିବେ କି? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥାଏ ।

ଷ୍ଟେପ-୪: ଭାକସିନ ବିକ୍ରି କରିବାର ନିୟମାବଳୀ

ପଶୁମାନଙ୍କ ପରେ ଯଦି ଏହି ଔଷଧ ମଣିଷ ଉପରେ ସଫଳ ହୁଏ, ତେବେ ଏହାକୁ ସିଧାସଳଖ ବିକ୍ରି କରିବା ଆରମ୍ଭ ହୁଏ ନାହିଁ । ପ୍ରଥମେ ଭାକସିନ ବିକ୍ରି କରିବାର ନିୟମାବଳୀ ପ୍ରସ୍ତୁତ କରାଯାଇଥାଏ | ଦେଶ କିମ୍ବା ରାଜ୍ୟଗୁଡିକର ବିଭିନ୍ନ ସ୍ଥାନରେ ଏହାକୁ ବିକ୍ରି କରାଯାଇପାରିବ କି ନାହିଁ ? ଡାକ୍ତରଙ୍କ ପ୍ରେସକ୍ରିପସନ୍ ଏହାକୁ ଖାଇବେ ନା ସେହିଭଳି ଆପଣ ଏହାକୁ ବିକ୍ରି କରିପାରିବେ? ନିୟମାବଳୀରେ ଏହା ମଧ୍ୟ ଦେଖାଯିବ ଯେ କେତେ ଟୀକା ବିକ୍ରି ହେଲେ ଅଧିକରୁ ଅଧିକ ଲୋକ ଏହାଦ୍ୱାରା ଉପକୃତ ହୋଇପାରିବେ।

ଷ୍ଟେପ-୫ : ଭାକସିନ ଦ୍ୱାରା ଲୋକମାନେ ସୁସ୍ଥ ହେବା

ଔଷଧ ପ୍ରସ୍ତୁତ ହେବା ପରେ ବି ଆଶ୍ୱସ୍ତି ଅନୁଭବ କରିବା ଭୁଲ । କାରଣ ଏହି ନୋଭେଲ କରୋନା ଭାଇରସ ସମୟ ସହ ଆହୁରି ଭୟଙ୍କ ହେବାର ସମ୍ଭାବନା ରହିଛି । ଏବଂ ଏହା ଅତୀତରେ ମଧ୍ୟ ହୋଇଥିଲା । ପ୍ରଥମେ ଏହି ଭାଇରସ ମଣିଷ ଠୁ ମଣିଷ ସଂକ୍ରମିତ ହେଉନଥିଲା କିନ୍ତୁଏବେ ଏହା ସଂକ୍ରମିକ ହେଉଛି । ପରବର୍ତ୍ତୀ ସମୟରେ ଏହା କେତେ ଭୟଙ୍କର ହେବ ତାହା କେହି ଜାଣିନାହାନ୍ତି । ତେବେ ଥରେ ଭାବନ୍ତୁ, କରେନା ଭାଇରସରୁ ଯଦି ଆଉ ତିନୋଟି ଭାଇରସ ବାହାରିବ ତେବେ ଅବସ୍ଥା କଣ ହେବ ? ସେହି ନୂତନ ଭାଇରସ ପାଇଁ ପୁଣି ଭାକସିନ ପ୍ରସ୍ତୁତ କରିବାକୁ ପଡ଼ିବ । ପୁଣି ବର୍ଷ ବର୍ଷର ରିସର୍ଚ୍ଚ ପରେ ତାହାର ଭାକସିନ ପ୍ରସ୍ତୁତ କର  । କହିବାକୁ ଗଲେ କୈଣସି ବି ଟୀକା କୌଣସି ଭାଇରସ ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇପାରିନାହିଁ । ଭାଇରସ ଏବଂ ଭାକସିନ ମଧ୍ୟରେ ଏହି  ଯୁଦ୍ଧ ବଢ଼ିବାରେ ଲାଗେ ଏବଂ ସମସ୍ୟା ଆହୁରି ଗମ୍ଭୀର ହେବାରେ ଲାଗିଛି ।

 

 

Leave a Reply