ଅନଲାଇନ୍ ଫ୍ରଡ୍ର ଶିକାର ହେଲେ କେମିତି କରିବେ ଅଭିିଯୋଗ ?
1 min readଇଣ୍ଟରନେଟ୍ ଆସିବା ପରଠାରୁ ଫୋନ୍ ହୋଇଗଲା ସ୍ମାର୍ଟଫୋନ୍ । ଏହି ସ୍ମାର୍ଟଫୋନ୍ ମାନବଜାତିକୁ ନୂଆ ଦିଗ ଦେଖାଇଲା । ଏହାକୁ ଆପଣ ଆପଣ ମାର୍ଗଦର୍ଶକ ମଧ୍ୟ କହିପାରିବେ । ଏହା ମଧ୍ୟରେ ସେ ସବୁ ସମ୍ଭବ ହେଉଛି ଯାହା କେହି କଳ୍ପନା ମଧ୍ୟ କରିନଥିବେ । ଦିନକୁ ଦିନ ଦେଶରେ ଯେତେ ମାତ୍ରାରେ ଇଣ୍ଟରନେଟ୍ ବ୍ୟବହାର ବଢୁଛି ସେହି ମାତ୍ରାରେ ସାଇବର କ୍ରାଇମ୍ ମଧ୍ୟ ବଢୁଛି ।
ଦିନ ଥିଲା ଯେତେବେଳେ ଲୋକ କମ୍ ସଂଖ୍ୟାରେ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ । କାରଣ ଏଥିପାଇଁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡ଼ୁଥିଲା । ଏବେ କିନ୍ତୁ ସେ ସମୟ ନାହିଁ । ଏହି ସେବା କମ୍ ଶୁଳ୍କରେ ଉପଲବ୍ଧ । ଏହାଦ୍ୱାରା ବ୍ୟାଙ୍କିଂ ସେବା ମଧ୍ୟ ସରଳ ହୋଇ ଯାଇଛି ।
ଆଲୋଚନାର ବିଷୟ ହେଉଛି ଯେତେବେଳେ ଏତେ ସବୁ ଅନଲାଇନରେ ହେଉଛି ସେତେବେଳେ ଅପରାଧୀଙ୍କ ନଜର ଏହା ଉପରେ ପଡ଼ିବା ସ୍ୱଭାବିକ କଥା । ବିଶେଷକରି ଡାଟା ଚୋରି, ଅନଲାଇନ ସପିଂ ଏବଂ ଡିଜିଟାଲ ପେମେଣ୍ଟ କରି ଲୋକ ସମସ୍ୟାରେ ପଡ଼ୁଛନ୍ତି । ପ୍ରତିଦିନ ସାଇବର କ୍ରାଇମକୁ ନେଇ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଯଦି ଆପଣଙ୍କ ସହିତ ସେହିଭଳି କିଛି ଘଟଣା ଘଟିଛି ବା ଆପଣ ସାଇବର କ୍ରାଇମର ଶୀକାର ହୋଇଛନ୍ତି ଏବଂ ଆପଣ ଅଭିଯୋଗ କରିବାର ସ୍ଥାନ ଏବଂ ପ୍ରଣାଳୀ ବିଷୟରେ ଜାଣି ନାହାଁନ୍ତି ତେବେ ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।