ସୁସ୍ଥ ହୃଦୟକୁ ଅସୁସ୍ଥ କରୁଛି ହୁକ୍କା, କେତେବେଳେ ବନ୍ଦ ହୋଇ ଯାଇପାରେ ହୃଦସ୍ପନ୍ଦନ

Know How Hookah Destroying Your Heart

ଭୁବନେଶ୍ୱର: ୧୯୬୧ରେ ସାହିର ଲୁଧିୟାନଭି ଲେଖିଥିଲେ ମୁଁ ଜୀବନର ଉତ୍ସବ ମନାଇ ଚାଲିଥିଲି, ସବୁ ଚିନ୍ତାକୁ ଧୂଆଁରେ ଉଡ଼ାଇ ଚାଲିଥିଲି । କିନ୍ତୁ ସତ ହେଲା ଧୂଆଁ ଚିନ୍ତା ଦୂର କରେନାହିଁ, ଧୂଆଁ ଚିନ୍ତା ବଢାଏ । ଧୂମପାନ ପ୍ରାଣଘାତକ । ଏଇ ସତ ସମସ୍ତେ ଜାଣନ୍ତି । କିନ୍ତୁ ଧୂଆଁ କେତେବେଳେ ସିଗାରେଟ୍ ଭାବେ ଷ୍ଟାଟସ ସିମ୍ବଲ ବଢାଏ ତ’ କେତେବେଳେ ବିଡି ଖଣ୍ଡେ ଟାଣିଦେଲେ କୁଆଡ଼େ ହାଲକା ଲାଗେ । ଆଉ ସ୍ମାର୍ଟଫୋନର ଯୁଗରେ ଏବେ ଅତୀତର ହୁକ୍କା ପାଲଟିଯାଇଛି ଜେନରେସନ୍ ଏକ୍ସ ପାଇଁ କୁଲ୍ ଷ୍ଟେଟମେଣ୍ଟ୍ ।

Know How Hookah Destroying Your Heart

ହୁକ୍କା ବାରର ଚାହିଦା ବଢିବାରେ ଲାଗିଛି । ନୂଆ ଏକ୍ସପେରିମେଣ୍ଟ୍ ସହ ନୂଆ ଫ୍ଲେଭର ଚକ୍କରରେ ଯୁବପିଢି ହୁକ୍କାକୁ ଗୁଡୁଗୁଡୁ କରୁଛନ୍ତି । ଧୂଆଁ ଧୂଆଁ ହୋଇ ସାରିଛି ଜୀବନ । ରାଜ୍ୟରେ ପାଖାପାଖି ସବୁ ବଡ଼ ସହରରେ ଖୋଲି ସାରିଲାଣି ହୁକ୍କା ବାର । ଏମିତିରେ ଧୂମପାନ ଦ୍ୱାରା କ’ଣ ହୁଏ ସମସ୍ତେ ଜାଣନ୍ତି । ସିଗାରେଟ୍ ପ୍ୟାକେଟ ଉପରେ ଥିବା ବୈଧାନିକ ଚେତାବନୀକୁ ମଧ୍ୟ ପଢିଛନ୍ତି । କିନ୍ତୁ ହୁକ୍କାର ଫ୍ଲେଭର ଯୁବପିଢିକୁ ମତୁଆଲା କରୁଛି । ହୁକ୍କାବାରରେ ହୁକ୍କା ଟାଣୁଥିବା ଯୁବପିଢ଼ି ସବୁ ଚିନ୍ତାକୁ ଧୂଆଁରେ ଉଡ଼ାଇ ଚାଲିଥିବା ଭାବୁଛନ୍ତି କିନ୍ତୁ ସତ ହେଲା ହୁକ୍କା ସେମାନଙ୍କ ଜୀବନକୁ ଧୂଆଁଧୂଆଁ କରୁଛି ।

Know How Hookah Destroying Your Heart

ବିଶେଷଜ୍ଞ ହୁକ୍କାକୁ ନେଇ ଚେତାବନୀ ଦେଉଛନ୍ତି । ସାବଧାନ କରୁଛନ୍ତି ଯେ, ହୁକ୍କା ବନ୍ଦ କରି ଦେଇପାରେ ଆପଣଙ୍କ ହୃଦସ୍ପନ୍ଦନ । ହୁକା ପାଇଁ ଆପଣ ହୋଇ ପାରନ୍ତି ହାର୍ଟ ଆଟାକର ଶିକାର ।

Know How Hookah Destroying Your Heart

ସ୍ୱାସ୍ଥ୍ୟ ପ୍ରତି ତମାଖୁ ହାନିକାରକ ଥିବାବେଳେ ହୁକ୍କାରେ କୋଇଲା ଖଣ୍ଡକୁ ଜଳାଇ ପାଇପ ସାହାଯ୍ୟରେ ସେବନ କରନ୍ତି । ହୁକ୍କା ସେବନ କରିବାରୁ କର୍କଟ ରୋଗ ହେବା ସହ ଫୁସଫୁସ ଜନିତ ସମସ୍ୟା ଓ ହୃଦରୋଗ ହେଉଥିବା ଚିକିତ୍ସକ ମତ ଦେଇଛନ୍ତି । ଫ୍ଲେଭର ନାଁରେ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି ।

Know How Hookah Destroying Your Heart

ବାର୍ଥ ଡେ ପାର୍ଟି ହେଉ ଅବା ଗେଟ ଟୁଗେଦର ପାର୍ଟିରେ ଜମୁଛି ହୁକ୍କାର ଆସର । କିଶୋର ବୟସରୁ ଅନେକ ଏହି ନିଶାର ଜାଲରେ ଫସି ଯାଉଥିବା ଏକ୍ସପର୍ଟ କହିଛନ୍ତି । ଡ୍ରାଏ ଫ୍ରୁଟ ସହ ହର୍ବଲ ହୁକ୍କା ଫ୍ଲେଭର କହି ଯୁବାବର୍ଗଙ୍କୁ ଟାର୍ଗେଟ କରୁଛନ୍ତି ବ୍ୟବସାୟୀ । କୋଟପା ଆକ୍ଟ ଅନୁଯାୟୀ ସବୁ ପ୍ରକାର ହୁକ୍କା ନିଷିଦ୍ଧ ତମାଖୁ ସାମଗ୍ରୀ । କୋଟପା ଆଇନର ଧାରା ୪ ଅନୁସାରେ ନନ୍ ସ୍ମୋକିଂ ଜୋନ ବା ହୋଟେଲ ,ରେଷ୍ଟୁରାଣ୍ଟ ଭଳି ସ୍ଥାନରେ ହୁକ୍କାର ବ୍ୟବହାର ସମ୍ପୂର୍ଣ୍ଣ ବେଆଇନ୍ରା । ଜ୍ୟ ସରକାର ହୁକ୍କାକୁ ନିଷିଦ୍ଧ ଘୋଷଣା କରିବାକୁ ଦାବି ହୋଇଛି ।

Know How Hookah Destroying Your Heart

ରାଜଧାନୀରେ ହୁକ୍କାର ପ୍ରଚଳନ ଏତେ ହେଲାଣି ଯେ, କିଛି ଅନଲାଇନରେ ହୁକ୍କା ମଗାଇ ଘରେ ମଧ୍ୟ ରଖିଲେଣି । ଯଦି ଆପଣ ମଧ୍ୟ ହୁକ୍କା ପ୍ରେମରେ ପଡିଛନ୍ତି ତେବେ ନିଜ ହାର୍ଟର ହାଲ କ’ଣ ଜାଣି ନିଅନ୍ତୁ । ନଚେତ୍ ବହୁତ ବିଳମ୍ବ ହୋଇଯିବ ।

ଅନୁଜ ଦାସ, ଭୁବନେଶ୍ୱର

Leave a Reply