ଫେସବୁକ୍ କେମିତି କରୁଛି ଶହ ଶହ କୋଟି ରୋଜଗାର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ବର୍ତ୍ତମାନ ସୋସିଆଲ ମିଡିଆରେ ମୋଷ୍ଟ ପପୁଲାର ଆପ୍ ହେଉଛି ଫେସବୁକ୍ । ଯାହାକୁ ବିଶ୍ୱରେ ୨୯୧ କୋଟି ଲୋକ ବ୍ୟବହାର କରୁଛନ୍ତି । ଯେଉଁମାନଙ୍କର ଫେସବୁକ୍ ଆକାଉଣ୍ଟ ରହିଛି ସେମାନେ ନିଜର ଅଧିକାଂଶ ସମୟ ଫେସବୁକରେ ହିଁ କାଟୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଫେସବୁକରେ ଆପଣ ଫଟୋ ଏବଂ ଭିଡିଓ ଦେଖି ଯେତେ ଅଧିକ ସମୟ କାଟିବେ ଫେସବୁକ ସେତେ ଅଧିକା ଲାଭବାନ ହୋଇଥାଏ । ଯେଉଁଥିରୁ ସେ କୋଟି କୋଟି ଟଙ୍କା କମାଏ ।


ଗତ ଜାନୁଆରୀ ଏବଂ ମାର୍ଚ୍ଚ ମାସ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୨୮୫ କୋଟି ଫେସବୁକ ୟୁଜର୍ସ ଥିଲେ । ଏପ୍ରିଲ ଓ ଜୁନ୍ ମାସରେ ୨୯୦ କୋଟି ଫେସବୁକ ୟୁଜର୍ସ ଥିବାବେଳେ ଏହା ଜୁଲାଇ ଓ ସେପ୍ଟେମ୍ବର ସୁଦ୍ଧା ୨୯୧ କୋଟିରେ ପହଁଚିଛି । ଆମେରିକାରେ ୨୦ କୋଟି, ମେକ୍ସିକୋରେ ୯.୮ କୋଟି, ବ୍ରାଜିଲରେ ୧୩ କୋଟି ଓ ଇଣ୍ଡୋନେସିଆରେ ୧୪ କୋଟି ଇଉଜର୍ସ ଥିବାବେଳେ ବିଶ୍ୱରେ ସବୁଠୁ ଅଧିକ ଫେସବୁକ ବ୍ୟବହାର କରୁଥିବା ଦେଶ ହେଉଛି ଭାରତ । ଯେଉଁଠାରେ ୩୪ କୋଟି ଇଉଜର୍ସ ଅଛନ୍ତି ।

ଜୁଲାଇ ଏବଂ ସେପ୍ଟେମ୍ବର ମାସ ଭିତରେ ଫେସବୁକକୁ ୨.୧ ଲକ୍ଷ କୋଟି ଟଙ୍କା ରେଭିନ୍ୟୁ ମିଳିଥିବାବେଳେ ଏଥିରେ ୯୮ ପ୍ରତିଶତ ଲାଭ ବିଜ୍ଞାପନରୁ ହିଁ ମିଳିଥାଏ । ରିପୋର୍ଟ ଅନୁଯାୟୀ ଜଣେ ଲୋକ ନିଜର ୩୩ ମିନିଟ୍ ଫେସବୁକରେ କାଟିଥାଏ । ଏମାନଙ୍କ ମଧ୍ୟରୁ ୪୩.୬ ପ୍ରତିଶତ ମହିଳା ଥିବାବେଳେ ୫୬.୪ ପ୍ରତିଶତ ପୁରୁଷ ଅଛନ୍ତି ।

 

ତେଣୁ ଆପଣ ଯେତିକି ଅଧିକ ସମୟରେ ଫେସବୁକରେ ଭିଡିଓ ଓ ଫଟୋ ଦେଖିବେ ଜୁକରବର୍ଗଙ୍କ ଆୟ ସେତିକି ଅଧିକ ବଢିବ ।

Leave a Reply