କରୋନାରୁ ବଞ୍ଚିବା ପାଇଁ ଟିପ୍ସ ଦେଲେ ରାମାୟଣର ସୀତା
1 min readନୂଆଦିଲ୍ଲୀ: ରାମାୟଣର ସୀତା ଅର୍ଥାତ୍ଦୀପିକା ଚିଖଲିୟା କରୋନା ଭୂତାଣୁ ସହିତ ଲଢି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ସଂକ୍ରମିତ ହେବାପରେ ନିଜର କିଛି ଅଭିଜ୍ଞତା ଶେୟାର କରିଛନ୍ତି ରାମାୟଣର ସୀତା । ଦୀପିକା ସୋସିଅଲ ମିଡିଆରେ କରୋନାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ଶେୟାର କରିଛନ୍ତି । କେବଳ ସେତକି ନୁହେଁ ବରଂ ମାସ୍କ ପିନ୍ଧିବା ସହିତ ନିଜର ଧ୍ୟାନ ରଖିବା ପାଇଁ ମଧ୍ୟ ସେ ଇଂଷ୍ଟାଗ୍ରାମ ଏବଂ ଟ୍ୱିଟର ମାଧ୍ୟମରେ ପରାମର୍ଶ ଦେଇଛନ୍ତି ।
For non gujrati s ….lentil soup ,turmeric water lemon juice camphor to smell ,pranayam positive thoughts …that’s how I got throught with my quarantine ..all take care ,wear MASK @WHO @CMOGuj pic.twitter.com/tg6D2VUyoV
— Dipika Chikhlia Topiwala (@ChikhliaDipika) April 20, 2021
Sita Maa Aapke Shabdo Se humko Bhi Prerna Milti hai Aapke Vichar Mahaan Hain Jo Himmat Haarne wale ko Nayi Himmat Dete Hain Main Aapko Pranam Karta Hun Sita Maa ??Maate Aap bhi Apna khayal Rakhiye Aur Sadev Apna Aashirvad apne bhakto par banaye Rakhiye ??
— Nitin Kumar (@NitinKu94468022) April 20, 2021
ମଜାଦାର କଥା ହେଉଛି ଦୀପିକାଙ୍କ ହେଲ୍ଥ ଟିପ୍ସ ପଢିବା ପରେ ତାଙ୍କ ଫ୍ୟାନ୍ସ କମେଣ୍ଟ ତ କରିଛନ୍ତି, କିନ୍ତୁ ଦୀପିକା ଭାବରେ ନୁହେଁ ବରଂ ମା ସୀତାଙ୍କ ନାମରେ । କିଏ ଲେଖିଛି ଏହି ମହିଳାଙ୍କ ନିକଟରେ ଯାଦୁ ଅଛି ତ କିଏ ଲେଖିଛି ସକରାତ୍ମକରେ ପରିପୂର୍ଣ୍ଣ ଆତ୍ମା । ଆଉ ଜଣେ ଲେଖିଛନ୍ତି ମା ସୀତା ମୋତେ କରୋନା ହୋଇଥିବା ସମୟରେ ମୋ ସହିତ ଥିବାରୁ ଆପଣଙ୍କୁ ଧନ୍ୟବାଦ । ଏହିଭଳି ଏକାଧିକ ପ୍ରତିକ୍ରିୟା ଦୀପିକାଙ୍କ ପୋଷ୍ଟରେ ନଜର ଆସିଛି ।
ସୂଚନା ବୁତାବକ ଦୀପିକା ଚିଖଲିୟା ଷ୍ଟାରର ରାମାୟଣ ଗତବର୍ଷ ଲୋକଙ୍କ ଅନୁରୋଧ କ୍ରମେ ଟିଭିରେ ଟେଲିକାଷ୍ଟ ହୋଇଥିଲା । ଏବେ ଯେମିତି କରୋନା ସଂକ୍ରମଣ ବଢିଲାଣି ଏବଂ ସଟଡାଉନ ଓ ଲକଡାଉନ ଆରମ୍ଭ ହେଲାଣି, ହୁଏତ ଚଳିତ ବର୍ଷ ମଧ୍ୟ ପ୍ରଯୋଜକ ରାମାୟଣ ପୁଣିଥରେ ଟେଲିକାଷ୍ଟ କରିପାରନ୍ତି ।