ପୈଙ୍ଗୋଙ୍ଗ୍ ହ୍ରଦରୁ କେତେ ପଛକୁ ହଟୁଛି ଚୀନ୍ ସେନା ? ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଥମିବାରେ ଲାଗିଛି। ପ୍ରଥମଥର ପାଇଁ ପୈଙ୍ଗୋଙ୍ଗ୍ ହ୍ରଦର ଫିଙ୍ଗର ୪ରୁ ଉଭୟ ଦେଶ ନିଜ ନିଜର ସେନା ପଛକୁ ହଟାଇଛନ୍ତି।  ଭାରତର କୂଟନୀତି ଏବଂ ସୀମାରେ ଠିଆ ହୋଇଥିବା ଯବାନମାନଙ୍କ ସାହସିକତା ଯୋଗୁଁ ଚୀନ୍ ବର୍ତ୍ତମାନ ପାଙ୍ଗୋଙ୍ଗ ହ୍ରଦରୁ ଫଛକୁ ହଟିଛି। ଗୁରୁବାର ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ବୁଧବାର ଠାରୁ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି। ପୂର୍ବ ଲଦାଖରେ LAC ଉପରେ ଚୀନ୍ ଏବଂ ଭାରତ ମଧ୍ୟରେ ସେନା ପ୍ରତ୍ୟାହାର କରିବାକୁ ଏକ ଚୁକ୍ତି ହୋଇଛି।  ସେନା ପ୍ରତ୍ୟାହାର ନେଇ ସେ ରୋଡମ୍ୟାପ ଏବଂ ଗ୍ରାଉଣ୍ଡ ସ୍ଥିତିକୁ ବି ଦେଶ ସାମ୍ନାରେ ରଖିଛନ୍ତି। ଆସନ୍ତୁ ୭ଟି ପଏଣ୍ଟରେ ବୁଝିବା ଚୀନ୍ ସେନା କେମିତି ଓ କାହିଁକି ସୀମାରୁ ପଛକୁ ହଟୁଛି।

. ଭାରତ ରଖିଛି ୩ଟି ସର୍ତ୍ତ: ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଚୀନ୍ ସହ ଆଲୋଚନାରେ ଭାରତ ତିନୋଟି ସର୍ତ୍ତ ରଖିଛି। ପ୍ରଥମେ – ଉଭୟ ପକ୍ଷ LAC କୁ ମାନିବା ଓ ସମ୍ମାନ କରିବା ଉଚିତ୍। ଦ୍ୱିତୀୟତ  ଉଭୟ ପକ୍ଷ  ସୀମା ସ୍ଥିତି ପରିବର୍ତ୍ତନ କରିବାକୁ ଏକପାଖିଆ ପ୍ରୟାସ କରିବା ଉଚିତ୍ ନୁହେଁ। ଏବଂ ତୃତୀୟତ ସମସ୍ତ ଚୁକ୍ତିନାମା ଉଭୟ ପକ୍ଷ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପାଳନ କରାଯିବା ଉଚିତ୍।

. ୪୮ ଘଣ୍ଟାର ସମୟ ସୀମା: ରାଜନାଥ ରାଜ୍ୟସଭାରେ କହିଛନ୍ତି ଯେ ପୈଙ୍ଗୋଙ୍ଗ୍ ହ୍ରଦର ଦକ୍ଷିଣ ଏବଂ ଉତ୍ତର ଦୀଗରୁ ସେନା ପ୍ରତ୍ୟାହାର କରିବାକୁ ଚୁକ୍ତି ହୋଇଛି। ପ୍ୟୋଙ୍ଗୋଙ୍ଗ ହ୍ରଦରୁ ସେନା ପ୍ରତ୍ୟାହାରର ୪୮ ଘଣ୍ଟା ମଧ୍ୟରେ ସିନିୟର କମାଣ୍ଡର ସ୍ତରୀୟ ବୈଠକ ହେବ। ଏଥିରେ ଚୀନ୍ ସେନା ମଧ୍ୟ ସହମତ। ଏଥିରେ ଅବଶିଷ୍ଟ ସମସ୍ୟାର ସମାଧାନ ହେବ।

. ଫିଙ୍ଗର ରୁ ପଛକୁ ହଟିବ ଚୀନ୍ ସେନା: ଭାରତ ଓ ଚାନ ମଧ୍ୟରେ ସେନା ପ୍ରତ୍ୟାହାରର ଏହି ଚୁକ୍ତିନାମା  ହୋଇଛି। ଏହା ଅନୁଯାୟୀ ପୈଙ୍ଗୋଙ୍ଗ୍ ହ୍ରଦ ଅଞ୍ଚଳରେ ଉଭୟ ପକ୍ଷ ସେନାକୁ ଫେରାଇ ଆଣିବେ। ଚୀନ୍ ନିଜର ସେନାର ସେନାକୁ ହ୍ରଦର ଉତର ଦୀଗରେ ଥିବା ଫିଙ୍ଗର 8ର ପୂର୍ବ ପାର୍ଶ୍ୱକୁ ପଠାଇବ।

. ଧାନ ସିଂ ଥାପା ପୋଷ୍ଟକୁ ଫେରିବ ଭାରତୀୟ ସେନା: ଏହି ଚୁକ୍ତିନାମା ଅନୁଯାୟୀ ଭାରତ  ଫିଙ୍ଗର ୩ ନିକଟସ୍ଥ ସ୍ଥାୟୀ ବେସ ଧାନ ସିଂ ଥାପା ପୋଷ୍ଟରେ ନିଜ ସେନାକୁ ମୁତୟନ କରିବ। ପୈଙ୍ଗୋଙ୍ଗ୍ ହ୍ରଦର ଦକ୍ଷିଣ କୂଳର ପୋଷ୍ଟରେ ମଧ୍ୟ ଉଭୟ ସେନା ସମାନ ପଦକ୍ଷେପ ନେବ।

. ଚୀନ୍ ବେଆଇନ ନିର୍ମାଣକୁ ହଟାଇବ: ରାଜନାଥ ସଂସଦରେ କହିଛନ୍ତି ଯେ ୨୦୨୦ ରେ ହ୍ରଦର ଦକ୍ଷିଣ ଦୀଗରେ ଯାହା ବି ନିର୍ମାଣ କାର୍ଯ୍ୟ କରାଯାଇଛି ସବୁ ହଟାଯିବ ଏବଂ ସ୍ଥିତି ପୁରୁଣା ଅବସ୍ଥାକୁ ଫେରିଯିବ।

. ପାଟ୍ରୋଲିଂ ଉପରେ ଅସ୍ଥାୟୀ ପ୍ରତିବନ୍ଧକ: ଉଭୟ ପକ୍ଷ ପେଟ୍ରୋଲିଂ ସମେତ ହ୍ରଦର ଉତର କୂଳରେ ସମସ୍ତ କାର୍ଯ୍ୟକଳାପକୁ ସାମୟିକ ଭାବେ ବନ୍ଦ କରିବେ। ପେଟ୍ରୋଲିଂ ସେତେବେଳେ ଆରମ୍ଭ ହେବ ଯେତେବେଳେ ସେନା କୂଟନୈତିକ ସ୍ତରରେ ବୁଝାମଣା କରି ଚୁକ୍ତି କରିବ। ବୁଧବାରଠାରୁ ଚୀନ୍ ଏବଂ ଭାରତ ଏହି ଚୁକ୍ତି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି।

. ଆମେ କିଛି ହରାଇ ନାହୁଁ: ରାଜନାଥ କହିଛନ୍ତି ଯେ ଏହି ଆଲୋଚନାରେ ଭାରତ କିଛି ହରାଇ ନାହିଁ। ସେ କହିଛନ୍ତି ଯେ ଏବେ ବି  LAC ରେ କିଛି ପୁରୁଣା ସମସ୍ୟା ବାକି ଅଛି। ସରକାର ଏଗୁଡିକ ଉପରେ ଧ୍ୟାନ ଦେବେ। ଏବଂ ପରବର୍ତ୍ତୀ ବାର୍ତ୍ତାରେ ଏହା ଉପରେ ଆଲୋଚନା କରାଯିବ।

 

Leave a Reply