spot_img

Latest Posts

ରାଜନୀତିକୁ କେମିତି ଆସିଥିଲେ ବାବୁଲ ସୁପ୍ରିୟୋ?

କୋଲକାତା: ରାଜନେତାମାନେ ଯାହା ବି କରନ୍ତି ତାହା ହେଇଯାଏ ଚର୍ଚ୍ଚାର ବିଷୟ । ଏଇ ଯେମିତି ବାବୁଲ ସୁପ୍ରିୟୋ , ଯାହାଙ୍କୁ ନେଇ ବର୍ତ୍ତମାନ ଖୁବ୍ ଜୋରସୋରରେ ହେଉଛି ଚର୍ଚ୍ଚା । ତାଙ୍କର ଗୋଟିଏ ଫେସବୁକ୍ ପୋଷ୍ଟ ପାଇଁ ସବୁ ମାହୋଲରେ କଥା ଉଠିଛି । ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେବା କଥା ନିଜ ଫେସବୁକ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ରାଜନୀତି ଠାରୁ ବିଦାୟ ନେବାପର କଥାରୁ ହିଁ ସମସ୍ତଙ୍କ ନଜର ଏବେ ବାବୁଲ ସୁପ୍ରିୟୋଙ୍କ ଉପରେ । କେମିତି ସେ ପଦ୍ମରେ ଯୋଗ ଦେଇଥିଲେ ଓ କାହା ପରାମର୍ଶରେ ସେ ବିଜେପିର ହାତ ଧରିଥିଲେ ସେ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ଫେସବୁକ୍ ପୋଷ୍ଟ ମାଧ୍ୟମରେ ରାଜନୀତିକୁ ‘ଅଲବିଦା’ କହି ଗୋଟିଏ ପଟେ ମୋହଭଙ୍ଗ ନେଇ ଇସାରା କରିଥିବା ସୁପ୍ରିୟୋ କେଉଁ ପରିସ୍ଥିତିରେ ରାଜନୀତିକୁ ଆସିଥିଲେ ସେନେଇ ମଧ୍ୟ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି। ଯୋଗଗୁରୁ ରାମଦେବ ଏକ ବିମାନରେ ଭେଟ ହେବା ପରେ ସେ କେମିତି ରାଜନୀତିକୁ ଆସିଥିଲେ ସେନେଇ କହିଛନ୍ତି । ସେତେବେଳେ ବେଙ୍ଗଲରେ ବିଜେପି ଗୋଟିଏ ବି ସିଟ୍ ପାଇବନି ବୋଲି ତାଙ୍କୁ ଖରାପ ଲାଗିଥିଲା। ସେତେବେଳେ ଦେଶବାସୀଙ୍କ ପାଇଁ ପରିଚୟ ହୋଇସାରିଥିଲେ ମୋଦି..କିନ୍ତୁ ବେଙ୍ଗଲ ମୋଦୀଙ୍କୁ ନିଜର ଭାବିନଥିଲା । ତଥାପି ବାବୁଲ ସୁପ୍ରିୟୋ ବଙ୍ଗାଳୀ ହୋଇ ମଧ୍ୟ ମୋଦିଙ୍କ ପାର୍ଟିରେ ସାମିଲ ହେବାର ନିଷ୍ପତ୍ତି ନେଇଥିଲେ । ୨୦୧୪ରେ ବିଜେପି ବେଙ୍ଗଲର ୨ଟି ସିଟ୍ ଜିତିଥିଲା ।ଆସନସୋଲାରୁ ବାବୁଲ ସୁପ୍ରିୟୋ ବିଜୟୀ ହୋଇଥିବା ବେଳେ ଏସଏସ ଆଲୁବାଲିଆଙ୍କୁ ଦାର୍ଜିଲିଙ୍ଗରୁ ଆସନ ମିଳିଥିଲା । ବର୍ତ୍ତମାନ ଦଳରୁ ବିଦାୟ ନେବା ପରେ ବି ବାବୁଲ ସୁପ୍ରିୟୋ କହିଛନ୍ତି- ସେ ଦଳରୁ ଯିବା ପରେ ବି କାହାର କିଛି ଫରକ ପଡିବ ନାହିଁ । ଆଉ ଏହି ବିଦାୟ ପରେ ସେ କୈାଣସି ଦଳରେ ବି ସାମିଲ ହେବେନାହିଁ ବୋଲି ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୧୫ଶହ ତଳକୁ ଖସିଲା ସଂକ୍ରମଣ: ୧୪୩୭ ନୂଆ ସଂକ୍ରମିତ ଚିହ୍ନଟ

Latest Posts

Don't Miss