କିଏ ଏହି ଯଦୁରାଣୀ ଦାସୀ ? ଯାହାଙ୍କ କଥା ମନ୍ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…

Know American Lord Krishna Lover Jadurani Dasi

ନୂଆଦିଲ୍ଲୀ: ଜନ୍ମ ଆମେରିକାରେ । ବଡ଼ ହୋଇ ଜୀବନ ବିତାଉଛନ୍ତି ବି ଆମେରିକାରେ । ଦେହରେ ଆମେରିକାର ପାଣି ପବନ ଭରି ରହିଥିବା ସେ କୃଷ୍ଣ ପ୍ରେମରେ ବାୟା । ଭଗବାନ କୃଷଙ୍କ ଭିନ୍ନ ଭିନ୍ନ ଛବି ଆଙ୍କି ଲେଖିଛନ୍ତି ବହି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏଭଳି ଜଣେ ଲେଖିକା ଓ କୃଷ୍ଣପ୍ରେମୀ ଯଦୁରାଣୀ ଦାସୀଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିଛିଦିନ ତଳେ ମୋଦିଙ୍କ ବାସଭବନ ବାହାରେ କେହି ଏକ ବହି ଛାଡ଼ି ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ବହିକୁ ଦେଖିବା ସହ ଆକର୍ଷିତ ହୋଇ ଗୋଟିଏ ପରେ ଗୋଟିଏ ପୃଷ୍ଠା ଓଲଟାଇବାରେ ଲାଗିଥିଲେ । ଆଉ ଶେଷରେ ବହିଟି ଦେଇଥିବା ଲେଖିକାଙ୍କୁ ଭେଟିବାକୁ ଡାକିଥିଲେ ।

Know American Lord Krishna Lover Jadurani Dasi

ଯଦୁରାଣୀ ଦାସୀ ଇସ୍କନ ସହ ଜଡ଼ିତ । ସେ ଇସ୍କନ ସଂସ୍ଥାପକଙ୍କ ଜୟନ୍ତୀ ପାଇଁ ଭାରତ ଆସିଛନ୍ତି । ଯଦୁରାଣୀଙ୍କ ଜନ୍ମ ଆମେରିକାରେ ହୋଇଥିବା ବେଳେ ଭାରତୀୟ ଭାବାବେଗଠାରୁ ସେ ଦୂରରେ । ତଥାପି କିଭଳି ପ୍ରଭୁ ଶ୍ରୀକୃଷ୍ଣଙ୍କର ଏତେ ସୁନ୍ଦର ଚିତ୍ର ସେ ଆଙ୍କି ପାରୁଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଯଦୁରାଣୀ ଦାସୀଙ୍କ ସହ ଦୀର୍ଘ ସମୟ କଥା ହୋଇଥିଲେ । ଯାହାର କିଛି ଅଂଶ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନିତ ହୋଇଛି ।

Leave a Reply