spot_img

Latest Posts

କୁଆଁରୀ ଝିଅ ଓ ପୁଅ ମାନଙ୍କ ପାଇଁ ଏହି ଶିବରାତ୍ରୀରେ ରହିଛି ବିଶେଷ ଫଳ, ଜାଣନ୍ତୁ କେମିତି ମହାଦେବଙ୍କୁ କରିବେ ପ୍ରସନ୍ନ

ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପାଳନ ହୋଇଥାଏ ମହାଶିବରାତ୍ରୀ । ଦେବଙ୍କ ଦେବ ମହାଦେବଙ୍କର ପବିତ୍ର ଦିନକୁ ହିନ୍ଦୁମାନଙ୍କର ବଡ଼ ଉତ୍ସାହର ସହ ମନାଇଥାନ୍ତି ସମଗ୍ର ଭାରତବାସୀ। ଏହି ଦିନ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ମହାଦେବ। ଭାରତ ସମେତ ନେପାଳରେ ମଧ୍ୟ ପାଳନ ହୁଏ ଶିବରାତ୍ରୀ । ଶାସ୍ତ୍ର ଅନୁଯାୟୀ ମହାଶିବରାତ୍ରୀକୁ ନେଇ ଅନେକ କାହାଣୀ ରହିଛି । ଏହି ଦିନ ଶିବ ସତୀଙ୍କୁ ପାଇ ତାଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥିଲା। ଯାହାଦ୍ୱାରା ଶିବ ଭକ୍ତମାନଙ୍କୁ ମନଖୋଲି ବର ଦିଅନ୍ତି ବୋଲି ହିନ୍ଦୁଧର୍ମରେ ବିଶ୍ୱାସ ରହିଛି। ମହାଦେବଙ୍କ ଉଦ୍ଦେଶ୍ୟରେ ଭକ୍ତଗଣ ଜଳ ଠାରୁ କ୍ଷୀର ପର୍ଯ୍ୟନ୍ତ ଲାଗି କରିଥାନ୍ତି।

ପୈାରାଣିକ କଥା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଯେଉଁ ବିଷ ନିର୍ଗତ ହୋଇଥିଲା,ତାକୁ ପିଇ ସମଗ୍ର ପୃଥିବୀକୁ ବଞ୍ଚାଇଥିଲେ ଶିବ। ଯାହା ସ୍କନ୍ଦ ପୁରାଣ, ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି । ଶୈବ ପୁରାଣ ଅନୁଯାୟୀ ପୃଥିବୀ ଧ୍ୱଂସ ଆଡ଼କୁ ଯାଉଥିବା ସମୟରେ ମାଆ ପାର୍ବତୀଙ୍କ ଅନୁରୋଧ କ୍ରମେ ଶିବ ପୃଥିବୀକୁ ବଞ୍ଚାଇଥିଲେ। ନିଜର ତାଣ୍ଡବ ନୃତ୍ୟ ଦ୍ୱାରା ପୃଥିବାକୁ ବଞ୍ଚାଇଥିଲେ। ସେହି ରାତି ଠାରୁ ପ୍ରତିବର୍ଷ ମହାଶିବରାତ୍ରୀ ଦିନ ଶିବଙ୍କୁ ଭକ୍ତମାନେ ଅତି ନିଷ୍ଠାର ସହ ପ୍ରାର୍ଥନା କରିଥାନ୍ତି।

ଶିବରାତ୍ରୀ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ ଅଟେ। ସମସ୍ତ ହିନ୍ଦୁ ଏହି ଦିନରେ ଉପବାସ କରି ବ୍ରତ ପାଳନ କରନ୍ତି। ତେଣୁ ଶିବ ପ୍ରସନ୍ନ ହୋଇ ଭକ୍ତମାନଙ୍କ ଇଚ୍ଛା ପୂର୍ଣ୍ଣ କରିଥାନ୍ତି। ଶୈବପୀଠ ମାନଙ୍କରେ ଆଲୋକମାଳା ଦ୍ୱାରା ସଜ୍ଜିତ ମନ୍ଦିରଗୁଡିକ ଶୈବମୟ ପରିବେଶ ସୃଷ୍ଟି କରିଥାଏ। ଓଡ଼ିଶା ବାଦ୍ ଭାରତର ବିଭିନ୍ନ ପ୍ରାନ୍ତରରେ ଖୁବ୍ ଉତ୍ସାହର ସହ ଶିବରାତ୍ରୀ ପାଳନ ହୋଇଥାଏ ।

ଏଥର ପଡୁଥିବା ଶିବରାତ୍ରୀରେ କିଛି ବିଶେଷ ରହିଛି  ।  ଆଜି ପିନାକିଙ୍କ ଆରଧନା କଲେ ମନଲାଖି ବର ଖୋଜୁଥିବା ବ୍ୟକ୍ତିଙ୍କ ମନଷ୍କାମନା ପୂର୍ତ୍ତି ହେବ । କୁଆଁରୀ ଝିଅ ଓ ପୁଅ ମାନଙ୍କ ପାଇଁ ଏହି ଶିବରାତ୍ରୀ ବିଶେଷ ଫଳ ପ୍ରଦାନ କରିବ । କିନ୍ତୁ ଏହି ମନଲାଖି ବର ସେତେବେଳେ ମିଳିବ ଯେତେବେଳେ ଏହି ସବୁ ଉପାୟରେ ଆପଣ ଗଙ୍ଗାଧରଙ୍କ ଉପାସନା, ତପସ୍ୟା କରିବେ । ଯେମିତି ଜାଟାଧାରୀ ପାର୍ବତୀଙ୍କୁ ପାଇବାକୁ କରିଥିଲେ ।

ବିଶ୍ୱେଶ୍ୱରଙ୍କୁ ଜଳାଭିଶେକ କରିବା ସହ ଶିବଲିଙ୍ଗଙ୍କୁ ନିଜ ହାତରେ ଭଲରେ ସ୍ପର୍ଷ କରନ୍ତୁ ।

ଜାନବାହାନ ଶୁଖ ପାଇବାକୁ ହେଲେ ସବୁ ବେଳେ ଗଣନାଥଙ୍କ ଲିଙ୍ଗ ଉପରେ ଚମେଲି ଫୁଲ ଅର୍ପଣ କରନ୍ତୁ ।

ହରଙ୍କ ମନ୍ଦିରରେ ସର୍ବଦା ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ୱଳିତ କରନ୍ତୁ ।

ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ନାଗେଶ୍ୱରଙ୍କ ଲିଙ୍ଗ ଉପରେ ଅର୍ପଣ କରନ୍ତୁ ।

କେଶର ମିଶ୍ରିତ ଜଳରେ ମହାକାଳଙ୍କ ଲିଙ୍ଗର ଅଭିଶେକ କରିବା ଦ୍ୱାରା ବିବାହ ତଥା ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଜାତକରେ ଶନି ଦୋଷ ଥିଲେ ରୁଦ୍ରଙ୍କ ଭୁତପତିଙ୍କ ଲିଙ୍ଗ ଉପରେ ଜଳରେ କଳା ରାସି ମିଶାଇ ଅଭିଶେକ କରନ୍ତୁ ।

ପଶୁପତିଙ୍କ ଲିଙ୍ଗ ଉପରେ ଦୁଦୁରା ଫୁଲ ଚଢାଇଲେ ଘର ଏବଂ ସନ୍ତାନ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ ।

Latest Posts

Don't Miss