ଦେବାଦେବୀଙ୍କ ଦେହରୁ ବାହାରୁଛି ଝାଳ, ଜାଣନ୍ତୁ ଭାରତର କେଉଁ କେଉଁ ମନ୍ଦିରରେ ଘଟୁଛି ଏଭଳି ଅଲୌକିକତା?

1 min read

ଭୋପାଳ: ଦେବତାଙ୍କ ଦେହରୁ ବାହାରୁଛି ଝାଳ । ମଧ୍ୟପ୍ରଦେଶର ଜବଲପୁରର କାଳୀ ମନ୍ଦିରରେ ଏପରି କିଛି ଅଲୌକିକତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ଲୋକେ ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି, ମା’ କାଳୀଙ୍କ ପ୍ରତିମାରୁ ବାହାରୁଛି ଝାଳ । ଲୋକଙ୍କ କହିବା ଅନୁଯାୟୀ, ମା’ ଉତ୍ତାପ ସହ୍ୟ କରନ୍ତି ନାହିଁ, ଯେଉଁଥି ପାଇଁ ମା’ଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି। ତେଣୁ ସେଥିପାଇଁ ମନ୍ଦିରରେ ସଦାସର୍ବଦା ଏସି ଚଲାଯାଇଥାଏ । ଜବଲପୁରର ଏହି ମନ୍ଦିର ବହୁ ପୁରୁଣା ହୋଇଥିବା ବେଳେ, ଏହି ମନ୍ଦିରରେ ରହିଛି ମା’ ଙ୍କର ଏକ ବିଶାଳ ମୂର୍ତ୍ତି । ପ୍ରାୟ ୬ଶହ ବର୍ଷ ତଳେ ଗୋଣ୍ଡୱାନା ରାଜ୍ୟ ସମୟରେ ଏହା ପ୍ରତିଷ୍ଠା ହୋଇଥିଲା ବୋଲି କୁହାଯାଏ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଏହି ବିଶ୍ୱାସ ରହିଆସିଛି ।

କେବଳ ଏହି ମୂର୍ତ୍ତି ନୁହେଁ, ହିମାଚଳ ପ୍ରଦେଶର ଭଲେଇ ମାତାଙ୍କ ମନ୍ଦିରରେ ବି ଦେଖିବାକୁ ମିଳୁଛି ସମାନ କଥା । ମା’ଙ୍କ ମୂର୍ତ୍ତିରୁ ଝାଳ ବାହାରୁଥିବା ବେଳେ, ମା’ ଙ୍କୁ ନେଇ ରହିଛି ଅନେକ ବିଶ୍ୱାସ। ନବରାତ୍ରୀ ଦିନ ମା’ ଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ । ବିଶ୍ୱାସ ରହିଛି ମା’ ଙ୍କ ଝାଳ ବାହାରିବା ସମୟରେ ଯେଉଁ ଭକ୍ତ, ସେଠାରେ ଉପସ୍ଥିତ ଥାନ୍ତି, ସେମାନଙ୍କ ମନୋବାଞ୍ଛା ପୂରଣ ହୋଇଥାଏ । ମନ୍ଦିରର ପୂଜକଙ୍କ କହିବା ଅନୁଯାୟୀ, ଏହି ସ୍ଥାନରେ ମା’ ଙ୍କ ମୂର୍ତ୍ତି ପ୍ରକଟ ହେବା ପରେ ସେଠାରେ ମନ୍ଦିର ନିର୍ମାଣ କରାଯାଇଥିଲା ।

ସେହିପରି ତାମିଲନାଡ଼ୁର କାର୍ତ୍ତିକେୟ ମୁରୁଗାରେ ଥିବା ପ୍ରଭୁ ସୁବ୍ରମଣ୍ୟମଙ୍କ ମୂର୍ତ୍ତିରୁ ମଧ୍ୟ ଝାଳ ବାହାରିବା ଦେଖାଯାଏ। ପ୍ରତିବର୍ଷ ଅକ୍ଟୋବରରୁ ନଭେମ୍ବର ଯାଏ ଏଠାରେ ଏକ ବଡ଼ ଉତ୍ସବ ହୋଇଥାଏ। ଏହି ସମୟରେ ପ୍ରଭୁ ସୁବ୍ରମଣ୍ୟମଙ୍କ ପଥର ମୂର୍ତ୍ତିରୁ ଝାଳ ବାହାରିଥାଏ  । ଏବଂ ଏହି ପର୍ବର ବିଶ୍ୱାସ ରହିଛି ଯେ ବାହାରୁଥିବା ଝାଳ ପ୍ରଭୁ ସୁବ୍ରମଣ୍ୟମଙ୍କ କ୍ରୋଧର ପ୍ରତୀକ  । ବିଶ୍ୱାସ ଅନୁଯାୟୀ, ଏଠାରେ ଜଣେ ରାକ୍ଷସ ସହ ପ୍ରଭୁ ସୁବ୍ରମଣ୍ୟମଙ୍କ ଯୁଦ୍ଧ ହୋଇଥିଲା  । ଆଉ ସେହି ରାକ୍ଷସକୁ ବଧ ପରେ ଭଗବାନ ସୁବ୍ରମଣ୍ୟମଙ୍କ ବିଜୟ ହୋଇଥିଲା  । କ୍ରୋଧର ପ୍ରତୀକ ଭାବେ ଭଗବାନଙ୍କ ଶରୀରରୁ ଝାଳ ବାହାରିଥାଏ  ।  ଏହି ଝାଳକୁ ଭକ୍ତମାନଙ୍କ ଉପରେ ଛିଞ୍ଚା ଯାଇଥାଏ  ।

OLYMPUS DIGITAL CAMERA

Leave a Reply