‘ସାଇକୋଲୋଜିକାଲ ଅଟୋପ୍ସି’ କ’ଣ? ଜାଣିବା ପାଇଁ ପଢନ୍ତୁ

ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲା ଏକ ଦେଶବ୍ୟାପି ସମସ୍ୟା ହୋଇଥିବା ବେଳେ ଉକ୍ତ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ପ୍ରତିଦିନ ବିଭିନ୍ନ ଦିଗରୁ ଛାନଭିନ କରୁଛି ସିବିଆଇ । ନିକଟରେ ସାମ୍ନାକୁ ଆସିଥିବା ଖବର ଅନୁସାରେ ସୁଶାନ୍ତଙ୍କର ସାଇକୋଲୋଜିକାଲ ଅଟୋପ୍ସି କରାଯିବ । ତେବେ ଏହି ଶବ୍ଦ ସାଇକୋଲୋଜିକାଲ ଅଟୋପ୍ସିର ଅର୍ଥ କ’ଣ ଆସନ୍ତୁ ଆଲୋଚନା କରିବା ।

ଜଣେ ବରିଷ୍ଠ ସାମ୍ବାଦିକଙ୍କ କହିବା ଅନୁସାରେ ସାଇକୋଲୋଜିକାଲ ଅଟୋପ୍ସିର ଅର୍ଥ ହେଉଛି ମସ୍ତିଷ୍କର ପୋଷ୍ଟମର୍ଟମ । କିନ୍ତୁ ଏହି ପରୀକ୍ଷା ସେତେବେଳେ ହୁଏ, ଯେତେବେଳେ କୌଣସି ଘଟଣାକୁ ଆତ୍ମହତ୍ୟା ସହିତ ଜଡ଼ିତ କରାଯାଏ । ସାମ୍ବାଦିକଙ୍କ କହିବା ଅନୁସାରେ ଯଦି ପୋଲିସ ବା ସିବିଆଇକୁ କିଛି ମୃତ୍ୟୁ ଘଟଣା ଆତ୍ମହତ୍ୟା ବୋଲି ସନ୍ଦେହ ହୁଏ ତେବେ ମୃତ୍ୟୁ ପୂର୍ବରୁ ବ୍ୟକ୍ତିର ମସ୍ତିଷ୍କର ପରିସ୍ଥିତି କେଉଁଭଳି ଥିଲା ତାହା ଉପରେ ତଦନ୍ତ କରାଯାଏ ।

କିଭଳି ଥିଲା ଶେଷ ସମୟର ବ୍ୟବହାର ?

ଯେପରି ସେ କିଭଳି କଥା ହୁଏ । ଅନ୍ୟମନସ୍କ ରହେ କି ନାହିଁ? ବିଶେଷକରି ବନ୍ଧୁ ମାନଙ୍କ ସହିତ ପୂର୍ବଭଳି ବାର୍ତ୍ତାଳପ କରୁଥିଲା କି ନାହିଁ । ଠିକ ସମୟରେ ଖାଦ୍ୟ ଖାଉଥିଲା କି ନାହିଁ । ଠିକ ଭାବରେ ଶୋଉଥିଲା କି ନାହିଁ । ମୃତ୍ୟୁର ୧୦ ଦିନ ପୂର୍ବରୁ କିଛି ପରିବର୍ତ୍ତନ ଦେଖା ଦେଇଥିଲା କି? ଏହି ସମସ୍ତ ପ୍ରଭାବ ଖୁବ ପ୍ରଭାବ ପକାଏ । ଯଦି ଏଭଳି କିଛି ସମସ୍ୟା ଦେଖା ଦେଉଥାଏ, ତେବେ ତାହା ପଛର କାରଣ ଖୋଜେ ତଦନ୍ତ କରୁଥିବା ଦଳ । ଏହି ସମସ୍ତ ପ୍ରଶ୍ନ ତାଙ୍କ ବନ୍ଧୁ ଓ ପରିବାରର ପ୍ରତ୍ୟେକଟି ସଦସ୍ୟଙ୍କୁ ପଚରାଉଚରା କରାଯାଏ ।
ତେବେ ମୃତ୍ୟୁର କିଛି ଦିନ ପୂର୍ବରୁ ଉକ୍ତ ବ୍ୟକ୍ତି କିଛି ଲେଖିଛି କି? ଦୁନିଆ ବିଷୟରେ କିଛି ଲେଖିଛି କିମ୍ବା ଧର୍ମ ବିଷୟରେ ଲେଖିଛି? ଯାହା ସେ କେବେ ମଧ୍ୟ କରି ନଥିବ । ଯଦି ଏଭଳି କିଛି ତଥ୍ୟ ସାମ୍ନାକୁ ଆସୁଛି ତେବେ ଏହାକୁ ପର୍ଯ୍ୟବେକ୍ଷଣ କରି ରିପୋର୍ଟ ପ୍ରସ୍ତୁତ କରାଯାଏ । ଯାହାପରେ ମାମଲାର ଆଗାମୀ ପଦକ୍ଷେପ ନିଆଯାଏ ।

Leave a Reply