କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି

1 min read

ଶ୍ରୀନଗର: ମେହବୁବାଙ୍କ ପୁଣି କାଶ୍ମୀର ରାଗ । ଜେଲରୁ ଆସିବା ପରେ ପୁଣ କାଶ୍ମୀରବାସୀଙ୍କୁ ଉସୁକାଇଉଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । କାଶ୍ମୀର ପତାକାକୁ ପୁଣିଥରେ ଉଡ଼ାଇବା କଥା କହୁଛନ୍ତି । ବର୍ଷକ ତଳେ ଜମ୍ମୁକାଶ୍ମୀର ପାଇଁ ଉଦ୍ଦିଷ୍ଟ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । ଏବେ ଜେଲରୁ ଫେରିବା ପରେ ପୁଣି ସେହି ଧାରକୁ ଲାଗୁ ସହ କାଶ୍ମୀର ପତାକା ଉଡ଼ାଇବା କଥା ମେହବୁବା କହିଛନ୍ତି । ଏତିକି ନୁହେଁ ସେ ଦେଶର ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇବେନ ନାହିଁ ବୋଲି କହିଛନ୍ତି । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ, କଣ ସେହି କାଶ୍ମୀର ପତାକା ଯାହା ଏବେ ଅତୀତ ।

ବର୍ଷେ ତଳେ ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯାଇଥିଲା । ଫଳରେ ରାଜ୍ୟ ପତାକା ମଧ୍ୟ ଇତିହାସରେ ବିଲୀନ ହୋଇ ଯାଇଥିଲା । ସଂସଦରେ ସମ୍ବିଧାନ ସଂଶୋଧନ ପାରିତ କରାଯାଇ ଜମ୍ମୁ-କାଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ସଚିବାଳୟରୁ ୨୦୧୯ ଅଗଷ୍ଟ ୧୫ରେ ହଟାଇ ଦିଆଯାଇଥିଲା ରାଜ୍ୟ ପତାକା । ଏବେ ସେଠାରେ କେବଳ ଭାରତର ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡ଼ୁଛି । ଜମ୍ମୁ-କାଶ୍ମୀରର ରାଜ୍ୟ ସମ୍ବିଧାନ ଅନୁଚ୍ଛେଦ ୧୧୪ ପ୍ରକାର ନାଲି ରଙ୍ଗର ଏକ ଅଲଗା ପତାକାକୁ ଆଗରୁ ଅନୁମୋଦନ ଦିଆଯାଇଥିଲା । ଏହି ନାଲି ରଙ୍ଗର ପତାକା ୧୯୩୧ରେ ଡୋଗରା ଶାସନ ବିରୋଧରେ ହୋଇଥିବା ଲୋକଙ୍କ ହତ୍ୟାର ପ୍ରତୀକ ଥିଲା । ୧୯୩୧ ଜୁଲାଇ ୧୩ ତାରିଖରେ ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଡୋଦରା ଶାସନ ବିରୋଧରେ ଏକ ବିରୋଧ ପ୍ରଦର୍ଶନ ଆୟୋଜିତ ହୋଇଥିଲା । ପ୍ରଦର୍ଶନ ବେଳେ ପୋଲିସ ଗୁଳିରେ ୨୧ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୧୯୫୨ରେ ରାଜ୍ୟର ଆଉ ଏକ ପତାକା

୭ ଜୁଲାଇ ୧୯୫୨ ମସିହାରେ ରାଜ୍ୟ ସମ୍ବିଧାନ ନିର୍ମାତା ବୈଠକରେ ଏକ ଅଧ୍ୟାଦେଶ ପାରିତ କରାଯାଇଥିଲେ । ଯେଉଁଥିରେ ୧୧ ଜୁଲାଇ ୧୯୩୯ ପତାକାକୁ ରାଜ୍ୟ ପତାକା ଭାବେ ଔପଚାରିକ ସ୍ୱୀକୃତି ଦିଆଯାଇଥିଲା । ଯାହାପରେ ୨୦୧୫ରେ ଜମ୍ମୁ-କାଶ୍ମୀର ରାଜ୍ୟ ପତାକାକୁ ନେଇ ବିବାଦ ଦେଖା ଦେଇଥିଲା । ଯେତେବେଳେ ରାଜ୍ୟ ବିଜେପି ନିର୍ବାଚିତ ବିଧାୟକ ରାଜ୍ୟ ପତାକାକୁ ଉଡ଼ାଇବା ଲାଗି ମନା କରି ଦେଇଥିଲେ ।

ଉଡ଼ାଇବା ଜରୁରୀ କରିଥିଲେ ମେହବୁବା

ଯାହାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏକ ସର୍କୁଲାର ଜାରି କରିଥିଲେ । ରାଷ୍ଟ୍ରୀୟ ପତାକା ସହ ରାଜ୍ୟ ପତାକାକୁ ଉଡ଼ାଇବାକୁ ଅନିବାର୍ଯ୍ୟ କରିଥିଲେ ମେହବୁବା । ତେବେ ରାଜ୍ୟ ସରକାର ଏହି ସର୍କୁଲାର ଜାରିର ୨୦ ଘଣ୍ଟା ପରେ ଆଦେଶକୁ ଫେରାଇ ନେଇଥିଲେ । ୨୦୧୫ ଡିସେମ୍ବରରେ ଜମ୍ମୁ-କାଶ୍ମୀର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏକ ଆଦେଶ ଦ୍ୱାରା ସମସ୍ତ ସରକାରୀ କୋଠା ଓ ଗାଡ଼ିରେ ରାଷ୍ଟ୍ରୀୟ ପତାକା ସହ ରାଜ୍ୟ ପତାକାକୁ ଲଗାଇବା ସାମ୍ବିଧାନିକ ଅଧିକାରର ମାନ୍ୟତା ଦେଇଥିଲେ ।

ନେହରୁ-ଶେଖ ଚୁକ୍ତିର ପରିଣାମ

କୋର୍ଟଙ୍କ ଏହି ଆଦେଶ ପରେ ରାଜ୍ୟର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ନିର୍ମଳ କୁମାର କହିଥିଲେ- ରାଷ୍ଟ୍ରୀୟ ପତାକା ସମକକ୍ଷ କୌଣସି ପତାକାକୁ ଉଡ଼ା ଯାଇପାରିବ ନାହିଁ । ପ୍ରକୃତରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଓ ସେତେବେଳର ଜମ୍ମୁ-କାଶ୍ମୀର ପ୍ରଧାନମନ୍ତ୍ରୀ ଶେଖ ମୋହମ୍ମଦ ଅବଦୁଲାଙ୍କ ମଧ୍ୟରେ ୧୯୫୨ରେ ଏକ ବୁଝାମଣା ହୋଇଥିଲା । ଏହି ଚୁକ୍ତି ପ୍ରକାରେ ସୁନିଶ୍ଚିତ କରାଯାଇଥିଲା ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ରହିବ । କିନ୍ତୁ ରାଜ୍ୟର ଶକ୍ତିକୁ ପ୍ରଦର୍ଶନ ଲାଗି ରାଜ୍ୟର ପତାକାକୁ ମାନ୍ୟତା ଦିଆଯିବ । ରାଷ୍ଟ୍ରୀୟ ପତାକା ସହ ରାଜ୍ୟ ପତାକାକୁ ଉଡ଼ାଯିବ । ସେତେବେଳେ ଅବଦୁଲା ଆଶ୍ୱସନା ଦେଇଥିଲେ- ରାଜ୍ୟ ପତାକା, ଜାତୀୟ ପତାକାକୁ ପ୍ରତିରୋଧ କରିବ ନାହିଁ ।

ଜମ୍ମୁ-କାଶ୍ମୀରରେ ଜାତୀୟ ପତାକାକୁ ମାନ୍ୟତା

ନେହରୁ-ଶେଖ ଚୁକ୍ତି ଅନୁସାରେ ତ୍ରିରଙ୍ଗାକୁ ଜମ୍ମୁ କାଶ୍ମୀରରେ ସେହି ମାନ୍ୟତା ମିଳିବ ଯାହାକୁ ଅବଶିଷ୍ଟ ଭାରତରେ ମିଳୁଛି । ବୁଝାମଣା ପରେ ୭ ଜୁଲାଇ ୧୯୫୨ ରାଜ୍ୟ ସମ୍ବିଧାନ ବୈଠକରେ ଅଧ୍ୟାଦେଶକୁ ରାଜ୍ୟ ସମ୍ବିଧାନରେ ସାମିଲ୍ କରାଯାଇଥିଲା । ତେବେ, ଜମ୍ମୁ-କାଶ୍ମୀରର ମହାରାଜ ହରି ସିଂହ ଯେତେବେଳେ ଭାରତରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଲେ ତ ସେତେବେଳେ ସମ୍ବିଧାନ ଓ ପତାକାକୁ ନେଇ କୌଣସି ସର୍ତ୍ତ ରଖି ନଥିଲେ । ମହାରାଜା ଭାରତର ଅନ୍ୟ ରାଜ୍ୟ ଭଳି ସାମ୍ବିଧାନିକ ଅଧିକାର ଦାବି କରିଥିଲେ । ଏଥିସହ ସେ ଭାରତୀୟ ସମ୍ବିଧାନର ପାଳନ କରିବା ନେଇ ଆଶ୍ୱସନା ଦେଇଥିଲେ ।

୧୯୫୨ରେ ପ୍ରଥମ ପତାକା

ଜମ୍ମୁ-କାଶ୍ମୀରରେ ଡୋଗରା ବଂଶ ୧୦୧ ବର୍ଷ ଧରି ଶାସନ କରିଥିଲେ । ଦୀର୍ଘଦିନର ଶାସନରେ ସାମ୍ରାଜ୍ୟ ବହୁତ ବିସ୍ତାର ହୋଇଥିଲା । ଏବେର ଜମ୍ମୁ-କାଶ୍ମୀର, ଲଦାଖ ଅଞ୍ଚଳ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଯାଏଁ ଡୋଗରା ସାମ୍ରାଜ୍ୟ ଥିଲା । ଏହା ଏକ ବଡ଼ ରାଜ୍ୟ ଥିଲା । ଡୋଗରା ବଂଶ ଲଗାତାର ଏଠାରେ ଶାସନ କରୁଥିଲେ । ସମୟ ଗଡ଼ିବା ସହିତ ଡୋଗରା ସାମ୍ରାଜ୍ୟ ଶକ୍ତିଶାଳୀ ଓ ସମୃଦ୍ଧ ହେଉଥିଲା ।  ଜମ୍ମୁ କାଶ୍ମୀରରେ ଡୋଗରା ବଂଶର ମୂଳଦୁଆ ପକାଇଥିଲା ରାଜା ଗୁଲାବ ସିଂହ । ସେତେବେଳେ ବ୍ରିଟିସ୍ ସାମ୍ରାଜ୍ୟ ରାଜ୍ୟକୁ ଶିଖ୍ ସାମ୍ରାଜ୍ୟଠାରୁ ନେଇ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତରେ ଗୁଲାବ ସିଂହଙ୍କୁ ହସ୍ତାନ୍ତ କରିଥିଲେ । ତାଙ୍କୁ ସ୍ୱାଧୀନ ମହାରାଜା ମାନ୍ୟତା ଇଂରେଜ ସରକାର ଦେଇଥିଲେ । ଏହାପରେ ମହାରାଜା ଗୁଲାବ ସିଂହଙ୍କ ପରିବାର ୧୯୪୭ ଯାଏଁ ଜମ୍ମୁ-କାଶ୍ମୀରକୁ ଶାସନ କରିଥିଲା ।

Leave a Reply