କରୋନାକୁ ନେଇ ଭାଇରାଲ୍ ହେଉଥିବା ୮ ମିଛ, ରୁହନ୍ତୁ ଏସବୁଥିରୁ ସତର୍କ…

1 min read
Know 8 Fake News Viral About Covid19, Be Aware

ଭୁବନେଶ୍ୱର: କୋଭିଡ୍ ସଙ୍କଟରେ ଥରହର ହେଉଛି ପୂରା ବିଶ୍ୱ । ଭାରତରେ ସ୍ଥିତି ବିଗିଡିବା ସହିତ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏଭଳି ବିପଦ ସମୟରେ କରୋନା ସମ୍ବନ୍ଧୀୟ ଅନେକ ତଥ୍ୟ ଭାଇରାଲ୍ ହେଉଛି । ଯାହାକୁ ନେଇ ଲୋକମାନେ ଭୟଭୀତ ହେବା ସହିତ ଆଶଙ୍କାରେ ପଡ଼ି ଯାଉଛନ୍ତି । ଆସନ୍ତୁ ଜାଣିବା ସେହିଭଳି ୮ଟି ଭାଇରାଲ୍ ଖବର । ଯେଉଁ ଖବର ଆପଣ ଶୁଣି ଭୟଭିତ ଅବସ୍ଥାରେ ଥାଇପାରନ୍ତି। ଆପଣ ଶୁଣିଥିବା ଖବର କେତେ ସତ କେତେ ମିଛ । କଣ କହୁନ୍ତି ବୈଜ୍ଞାନିକ ।

ଦ୍ୱିତୀୟ ଥର କରୋନା

ଆପଣ କରୋନାର ପ୍ରଥମ ଲହରରେ ସଂକ୍ରମିତ ହୋଇଥିଲେ କି ? ଯଦି ହୋଇଥିବେ ପୁଣିଥରେ ଆପଣଙ୍କୁ କରୋନା ହେବ ନାହିଁ । ଏଭଳି ଏକ ଖବର ଏଵେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ତେବେ ବାସ୍ତବରେ ଏହି ତଥ୍ୟର କୌଣସି ବାସ୍ତବିକତା ନାହିଁ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁସାରେ କୋଭିଡର ନୁଆ ଷ୍ଟ୍ରେନ୍ପ୍ର ଥମ ଭାଇରସ ତୁଳନାରେ ଅଧିକ ଘାତକ । ଯଦି ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ତେବେ ଆପଣ ପୁନଶ୍ଚ ସଂକ୍ରମିତ ହେବେ । ବିଶେଷଜ୍ଞଙ୍କ ମତରେ ଟିକା ନେଲେ ମଧ୍ୟ ସଂକ୍ରମଣ ଭୟ ରହିଛି ଏବଂ ଏହାର ନଜିର ରହିଛି ।

ଗୋଟିଏ ଡୋଜ୍ ଯଥେଷ୍ଟ ?

ଗୋଟିଏ ଡୋଜ୍ଟି କା କରୋନାକୁ ବିନାଶ କରିବାକୁ ଯଥେଷ୍ଟ । ତେବେ ଏହା ମଧ୍ୟ ଅବାସ୍ତବ ଏବଂ ମନଗଢ଼ା କାହାଣୀ । ବୈଜ୍ଞାନିକଙ୍କ ମତରେ ଦ୍ୱିତୀୟ ଡୋଜ୍  ନିହାତି ଜରୁରୀ । କାରଣ ପ୍ରଥମ ଡୋଜର ଏକ ମାସ ବ୍ୟବଧାନରେ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ଦ୍ୱିତୀୟ ଡୋଜ ପରେ ଶରୀରର ସୁସ୍ଥ ସ୍ତର ଆସିଥାଏ ଏବଂ ଶରୀରର ଆଣ୍ଟିବଡି ବଢିଥାଏ ।

ପିରିୟର୍ଡ୍ସ ସମୟରେ ଟିକା

ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ଟିକା ନେବା ଅନୁଚିତ୍ । ଏହା ଶରୀରକୁ କ୍ଷତି ପହଞ୍ଚାଇପାରେ । ତେବେ ଏଭଳି ଗୁଜବକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହି ସମୟରେ ମାସିକ ଟିକା ନେବା ହିଁ ମହିଳାଙ୍କ ପାଇଁ ସୁରକ୍ଷିତ ।

ଟିକା ନେଲେ ହେବନି କରୋନା ?

ଦେଶରେ ଏବେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଥିଲା ବେଳେ ଟିକା ନେଲେ କରୋନା ହେବ ନାହିଁ ବୋଲି ଗୁଜବ ପ୍ରଚାର ହେଉଛି । ତେବେ ସତ କଥା ହେଲା ଭ୍ୟାକ୍ସିନ୍ ନେଲେ ମଧ୍ୟ ସଂକ୍ରମିତ ହୋଇପାରନ୍ତି । ଟିକା ନେଇ ମଧ୍ୟ ଦେଶରେ ଅନେକ କରୋନା ସଂକ୍ରମିତ ହେଲେଣି ।

ଭ୍ୟାକ୍ସିନ୍ ନେଲେ ଆବଶ୍ୟକ ନାହିଁ ମାସ୍କ ?

ସେପଟେ ଆଉ ଏକ ବଡ଼ ଭାଇରାଲ୍ ତଥ୍ୟ ହେଉଛି ଭ୍ୟାକ୍ସିନ୍ ନେଲା ପରେ ମାକ୍ସ ପିନ୍ଧିବା ଆବଶ୍ୟକ ନାହିଁ  । ତେବେ ମାସ୍କ ପିନ୍ଧିବା ଜରୁରୀ ବୋଲି WHO କହିଛି । ଟିକା ନେଲେ ମଧ୍ୟ ବିପଦ ଆପଣଙ୍କ ପାଖେପାଖେ ରହିଛି । ତେଣୁ ମାସ୍କ ଆଉ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ ।

ଟିକା ନେଲେ ହେବ କ୍ୟାନସର ?

ଆପଣ ଧୁମ୍ରପାନ କରୁଛନ୍ତି କି ? ଟିକା ନେଲେ ଆପଣଙ୍କୁ କ୍ୟାନସର ହେବ । ଏଭଳି କିଛି ଖବର ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ତେବେ ଏପରି କିଛିବି ହେବ ନାହିଁ । ଧୁମ୍ରପାନ ବା ମଦ୍ୟପାନ କରୁଥିବା ବ୍ୟକ୍ତି ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି । ତେଣୁ ସେମାନେ ଟିକା ନେବା ଆବଶ୍ୟକ ।

ସଂକ୍ରମିତଙ୍କୁ ଲୋଡ଼ା ନାହିଁ ଟିକା ?

ତେବେ ଆପଣି ଯଦି କରୋନରେ ସଂକ୍ରମିତ ହୋଇଛନ୍ତି ତେବେ ଭ୍ୟାକ୍ସିନ୍ ଜରୁରୀ ନୁହେଁ । ଏଭଳି ଖବର ସମ୍ପୁର୍ଣ୍ଣ ମିଛ । କାରଣ ସଂକ୍ରମିତ ହେଲାପରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ କୌଣସି ଗ୍ୟାରେଣ୍ଟି ନଥାଏ । ତେଣୁ ଆଉଥରେ ମଧ୍ୟ ଆପଣଙ୍କୁ କରୋନା ହେବାର ଆଶଙ୍କା ରହିଛି । WHO ଅନୁସାରେ ଭ୍ୟାକ୍ସିନ୍ ନେବା ନିହାତି ଆବଶ୍ୟକ ।

ମଧୁମେହ ରୋଗୀଙ୍କୁ ଟିକା ମନା ?

ତେବେ ଯେଉଁଲୋକ ଡାଇବେଟିସ ଓ ବ୍ଲଡପ୍ରେସର ରୋଗରେ ଆକ୍ରାନ୍ତ ଥିବେ ସେମାନଙ୍କ ପାଇଁ ଟିକା କ୍ଷତିକାରକ । ବାସ୍ତବରେ ଏହି ତଥ୍ୟରେ ମଧ୍ୟ ସତ୍ୟତା ନାହିଁ । କାରଣ ଏହି ଶ୍ରେଣୀର ଲୋକଙ୍କ ପାଇଁ କରୋନା ବେଶି କ୍ଷତିକାରକ । ତେଣୁ ଏମାନେ ଶୀଘ୍ର ଟିକା ନେବା ଦରକାର।
ପରିଶେଷରେ ନଜର ପକାବା ଆଉ ଏକ ଗୁଜବ ଉପରେ।

ଏକାଧିକ ରୋଗ ଥିଲେ ଟିକା ମନା ?

ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଟିକା ନେବା କ୍ଷତିକାରକ । ତେବେ ଏଠି ଆମେ କହି ରଖୁଛୁ ଏହା ମଧ୍ୟ ମିଛ ଖବର । ସୋସିଆଲ ମିଡିଆରେ ବୁଲୁଥିବା ଏଭଳି ଭାଇରାଲ ଖବରଠୁ ଆପଣ ଯଥାସମ୍ଭବ ଦୂରେଇ ରୁହନ୍ତୁ । ସରକାର, ସ୍ୱାସ୍ଥ୍ୟ ବିଭାଗ ଦେଉଥିବା ଖବରକୁ ଗ୍ରହଣ କରି କରୋନା ବିରୋଧରେ ଲଢେଇ କରନ୍ତୁ ।

Leave a Reply