ଏଇଠି ଲ୍ୟାଣ୍ଡଫଲ୍ କରିବ ବିପର୍ଯ୍ୟୟ, ବାତ୍ୟାକୁ ନେଇ 10 ଅପଡେଟ୍ ଜାଣନ୍ତୁ
1 min readଗାନ୍ଧୀନଗର: ଖବର ଲେଖାଯିବା ସୁଦ୍ଧା ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି । ଏହା ପ୍ରଭାବରେ ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ଆଇଏମଡି ଅନୁସାରେ ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଜି ସନ୍ଧ୍ୟା ଜଖୋ ପୋର୍ଟ ନିକଟରେ ଆରମ୍ଭ ହୋଇଯିବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ।
ସୌରାଷ୍ଟ୍ର ଓ କଚ୍ଛର ତଟୀୟ ଅଞ୍ଚଳ ବାତ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହେବ । ଏହି ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିମି ରହିବ । କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି । ପଡୋଶୀ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବି ବାତ୍ୟାର ପ୍ରଭାବ ରହିବ । ଦିଲ୍ଲୀ ଏନସିଆରରୁ ନେଇ ପଞ୍ଜାବ ହରିୟାଣା, କେରଳ ଓ ବିହାର ପର୍ଯ୍ୟନ୍ତ ବାତ୍ୟା ଯୋଗୁଁ ପାଗରେ ପରିବର୍ତ୍ତନ ହେବ ।
ଏନଡିଆରଏଫ ଆଇଜିଙ୍କ ଅନୁସାରେ ବାତ୍ୟା ଯୋଗୁଁ ଦୁର୍ବଳ ବିଲ୍ଡିଂ, ଖୁଣ୍ଟ, ଗଛ ଆଦି ପ୍ରଭାବିତ ହେବ । ଏୟାରଲିଫ୍ଟ କରିବା ପାଇଁ ୧୫ଟି ଟିମ ନିୟୋଜିତ କରିଛି NDRF ।
ଭୟଙ୍କର ବାତ୍ୟା ବିପର୍ଯ୍ୟୟର ପ୍ରଭାବ ପାକିସ୍ତାନରେ ବି ଦେଖିବାକୁ ମିଳିବ । ସିନ୍ଧ ପ୍ରଦେଶର ସବୁଠାରୁ ଗରିବ ସହର କେଟି ବନ୍ଦରକୁ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଛି । ସେହିପରି ଥଟ୍ଟା ଓ ସୁଜବଲରେ ଅଧିକାଂଶ ବସ୍ତିରୁ ସ୍ଥାନାନ୍ତରଣ କରାଯିବା ପରେ ଏବେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।