spot_img

Latest Posts

ତାଇୱାନରେ ଆତତାୟୀର ତାଣ୍ଡବ ; ଧୂଆ ବୋମା ମାଡ଼କରି ଲୋକଙ୍କୁ ଛୁରୀରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ତାଇୱାନରେ ଆତତାୟୀର ତାଣ୍ଡବ । ଧୂଆଁ ବୋମା ମାଡ଼କରି ଲୋକଙ୍କୁ ଛୁରୀରେ କଲା ହମଲା । ଏଥିରେ ୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୫ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଅପରେସନ ବେଳେ କୋଠାରୁ ଡେଇଁ ଆତତାୟୀର ମୃତ୍ୟୁ ହୋଇଛି। ରାଜଧାନୀ ତାଇପେଇରେ ଘଟିଥିଲା ଏ ଛୁରୀମାଡ଼ କାଣ୍ଡ। ରେଳ ଷ୍ଟେସନ ନିକଟରେ ଧୂଆଁ ବୋମା ଫିଙ୍ଗି ଲୋକଙ୍କୁ ଭୟଭୀତ କରିଥିଲା ଆତତାୟୀ । ଏହାପରେ ଛୁରୀରେ ଆକ୍ରମଣ କରିଥଲା। ତେବେ ଆତତାୟୀଙ୍କୁ ଧରିବାକୁ ପୋଲିସ ପିଛା କରୁଥିବାବେଳେ କୋଠାରୁ ଡେଇଁ ଆତତାୟୀର ମୃତ୍ୟୁ ହୋଇଛି ।

ଗତକାଲି ରାତିରେ ଘଟିଥିଲା ଏ ଭୟଙ୍କର ଆକ୍ରମଣ ଘଟିଥିଲା । ମୁହଁରେ ମୁଖା ଏବଂ ଶରୀର କବଚ ପିନ୍ଧିଥିବା ପରି ଆତତାୟୀ ଦେଖାଯାଉଥିଲା। ଲୋକଙ୍କ ଉପରେ ଆକ୍ରମଣ କରି ପେଟ୍ରୋଲ ବୋମା ଫିଙ୍ଗିଥିଲା । ଆକ୍ରମଣରେ ଭୟଭୀତ ହୋଇ ଲୋକେ ଷ୍ଟେସନରୁ ବାହାରକୁ ଦୌଡ଼ି ଆସୁଥିବାର ଦେଖାଯାଉଛି । ମୃତ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ପୂର୍ବରୁ ଅପରାଧିକ ରେକର୍ଡ ରହିଛି ।

Latest Posts

Don't Miss