ରାହୁଲଙ୍କ ଶତକୀୟ ପାଳି ଭାଙ୍ଗିଦେଲା ଏହି ୩ ଖେଳାଳିଙ୍କ ସ୍ବପ୍ନ!

ନନ୍ଦିଘୋଷ ବ୍ୟୁରୋ: ବକ୍ସି ଡେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୫ ରନରେ ଅଲଆଉଟ ହୋଇଛି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଖରାପ ପ୍ରଦର୍ଶନ କରିବା ସହ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା ଟିମ ଇଣ୍ଡିଆ । ମାତ୍ର କେ.ଏଲ ରାହୁଲଙ୍କ ଶତକୀୟ ପାଳି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛି । କିନ୍ତୁ ରାହୁଲଙ୍କ ଶତକ ୩ ଖେଳାଳିଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବା ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦିଅନ୍ତି । ରାହୁଲ ଏବେ ଦମଦାର ଫର୍ମରେ ନଜର ଆସୁଥିବାବେଳେ ଦଳରେ ସ୍ଥାନ ପାଇବା ଲକ୍ଷ୍ୟରେ ରହିଥିବା ସେମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

କେ.ଏସ. ଭରତ: ଭାରତୀୟ ଟେଷ୍ଟ ଦଳରେ ଖେଳିବାର ସୁଯୋଗ ରହିଥିବା କେ.ଏସ. ଭରତ ଜଣେ ଭଲ ଓ୍ବିକେଟ କିପର । ଯଦିଓ ସେ ବ୍ୟାଟିଂରେ ଟିକେ ଦୁର୍ବଳ ଅଛନ୍ତି । ଏଣୁ ରାହୁଲଙ୍କ ଶତକ ପରେ ଆଶା ମଉଳି ଯାଇଛି ।

ଇଶାନ କିଶାନ: ଭାରତୀୟ କ୍ରିକେଟ ଦଳର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଦୀର୍ଘଦିନ ଧରି ଦଳରେ ସ୍ଥାନ ପାଉଥିଲେ ସୁଦ୍ଧା ଖେଳିବାର ସୁଯୋଗ ପାଇନାହାନ୍ତି । ଦ୍ବିତୀୟ ଓ୍ବିକେଟ କିପରଭାବେ ଦଳରେ ସ୍ଥାନ ଆସୁଛନ୍ତି ମାତ୍ର ଖେଳିବାର ସୁଯୋଗ ପାଉ ନଥିବାରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ମଧ୍ୟ ସେ ଦେଶକୁ ଫେରିଆସିଛନ୍ତି । ଏବେ ରାହୁଲଙ୍କ ବଡ଼ ପାଳି ପରେ ପୁଣି ଖେଳିବାର ସୁଯୋଗ ପାଇ ନପାରନ୍ତି ।

ଋଷଭ ପନ୍ଥ: ଦୁର୍ଘଟଣା ପରେ ଦଳକୁ ଫେରିନାହାନ୍ତି ଋଷଭ ପନ୍ଥ । ଟେଷ୍ଟରେ ନିୟମିତ ଓ୍ବିକେଟକିପର ବ୍ୟାଟ୍ସମ୍ୟାନଭାବେ ଖେଳିବାର ସୁଯୋଗ ପାଉଥିବା ଋଷଭ ପନ୍ଥ ଦଳକୁ ଫେରିବା ପରେ ସୁଯୋଗ ମିଳିବା କଷ୍ଟସାଧ୍ୟ ହେବ । ପ୍ରଥମ ଆଇପିଏଲ ଖେଳିବେ ଏବଂ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦଳରେ ସୁଯୋଗ ଦିଆଯିବ ବୋଲି ଆଶା ରଖାଯାଇଛି ।