ଆହତ ରୋହିତଙ୍କ ସ୍ଥାନ ନେଲେ ରାହୁଲ, ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ହେଲେ ଉପ-ଅଧିନାୟକ

1 min read

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ସିରିଜ ପାଇଁ ଭାରତୀୟ ଟେଷ୍ଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇସାରିଛି । ଏହି ଗସ୍ତରେ ଉପ-ଅଧିନାୟକ ଭାବରେ ଆଜିଙ୍କେ ରାହାଣେଙ୍କ ପରିବର୍ତ୍ତେ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦ ମିଳିଥିଲା । କିନ୍ତୁ ରୋହିତ ଶର୍ମା ଆହତ କାରଣରୁ ଏହି ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କୁ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି ।

ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କେଏଲ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଟେଷ୍ଟ ସିରିଜରେ ଉପଅଧିନାୟକ ପଦରେ ନିଯୁକ୍ତି କରିଛି । ଏହା ସହିତ ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଓ ମୟଙ୍କ ଡିସେମ୍ବର ୨୬ରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ଓପନିଂ କରିବେ । ରୋହିତଙ୍କ ଅନୁପସ୍ଥିତିରେ ଚୟନ କର୍ତ୍ତା ପ୍ରିୟଙ୍କ ପଞ୍ଛଲଙ୍କୁ ଦଳରେ ସ୍ଥାନ ଦେଇଛନ୍ତି । ଟେଷ୍ଟ ଦଳରେ ଆଜିଙ୍କେ ରାହାଣେଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳରେ ଉପ ଅଧିନାୟକ ପଦରେ ନିଯୁକ୍ତି ଦିଆଯାଇଥିଲା । ସେହିପରି ଭାବରେ ଦିନିକିଆ ଓ ଟି-୨୦ରେ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରେ ନିଯୁକ୍ତି ଦିଆଯାଇଛି । ଆହତ କାରଣରୁ ଯଦି ରୋହିତ ଦିନିକିଆ ସିରିଜରୁ ବାଦ୍ ପଡ଼ନ୍ତି ତେବେ ଦିନିକିଆ ସିରିଜରେ କେଏଲ ରାହୁଲ ଅଧିନାୟକତ୍ୱ କରିପାରନ୍ତି ।

 

Leave a Reply