ରକ୍ତମୁଖା ରୁଷ, ୟୁକ୍ରେନ ରାଜଧାନୀ କିବ ଉପରେ କଲା କ୍ଷେପଣାସ୍ତ୍ର ମାଡ଼

ନନ୍ଦିଘୋଷ ବ୍ୟୁରୋ: ରକ୍ତମୁଖା ଋଷ । ୟୁକ୍ରେନ କ୍ୟାପିଟାଲରେ ଘମାଘୋଟ ଯୁଦ୍ଧ । ରାଜଧାନୀ କିବ ଉପରେ ଘନ ଘନ ଏୟାଷ୍ଟ୍ରାଇକ । କ୍ରିମିଆ ଆଟାକ ପରେ କିବ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ସକାଳୁ ସକାଳୁ ହମଲାକୁ ଜୋରଦାର କରିଛି ମସ୍କୋ । ରିପୋର୍ଟିଂ ବେଳେ କ୍ୟାମେରାରେ ଲୋକାଲ ମିଡିଆ କ୍ୟାମେରାରେ କଏଦ ହୋଇଛି ବିସ୍ଫୋରଣ ସମୟର ଦୃଶ୍ୟ ।

ଲଗାତାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଧୂଆଁ ଧୂଆଁ ହୋଇଥିଲା ପୁରା ସହର । ରେଳ ଷ୍ଟେସନ ନିକଟରେ ବ୍ଲାଷ୍ଟ ହୋଇଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । କିବ ସମେତ ଆଖପାଖ ପ୍ରାନ୍ତରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେହିପରି ଗତକାଲି ରାତିରେ ଜେପୋରଜିଆରେ ଋଷର ହମଲା ଯୋଗୁ ଅନେକ ବିଲ୍ଡିଂ ଧ୍ବଂସ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସ୍ଥାନୀୟ ୟୁକ୍ରେନ ପକ୍ଷରୁ କୁହାଯାଇଛି । ସେପଟେ କେର୍ଚ୍ଚ ବ୍ରିଜ ବ୍ଲାଷ୍ଟ ଓ ୟୁକ୍ରେନ ଯୁଦ୍ଧରେ କ୍ଷୟକ୍ଷତି ନେଇ ଆଜି ସମୀକ୍ଷା କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ବୈଠକରେ ଆଲୋଚନା ହୋଇପାରେ ।