ଗୁଡି ସୁତା ଲାଗି କଟିଲା ୩ ଯୁବକଙ୍କ ବେକ

ଭୁବନେଶ୍ୱର: ଗୁଡି ସୁତା ଲାଗି ୩ ଯୁବକଙ୍କ କଟିଲା ବେକ । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି ଅଘଟଣ । ଡୁମୁଡୁମା ପାଲା ମଣ୍ଡପ ନିକଟରେ ଯୁବକଙ୍କ ବେକରେ ଲାଗିଲା ମାଞ୍ଜା ସୁତା । ସ୍କୁଟିରେ ଯାଉଥିବା ବେଳେ ଯୁବକଙ୍କ ବେକରେ ଗୁଡେଇ ହୋଇଥିଲା ସୁତା। ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ମେଡିସିନ ଷ୍ଟୋରକୁ ନେଇ ଚିକିତ୍ସା କରିଥିଲେ ।
ସୂଚନା ମୁତାବକ ମାଞ୍ଜା ସୂତାରେ ଆହତ ହୋଇଥିବା ବ୍ୟକ୍ତି ସ୍ବୟମ ରାୟ ଚୋଧୁରି । ସେ ଜଣେ ଲ ଷ୍ଟୁଡେଣ୍ଟ ବୋଲି ଜଣାପଡିଛି । ତେବେ କିଏ ଏହି ସ୍ଥାନରେ ସୂତା ଲଗାଇଛନ୍ତି । ଅର୍ଥାତ ଗୁଡ଼ି ଛାଡିବା ବେଳେ ଏହି ସୂତା ଲାଗିଥିବା ହିଁ ଅନୁମାନ କରାଯାଉଛି ।