spot_img

Latest Posts

ଆକ୍ସନ ମୋଡରେ ବିଏମସି ଓ ବିଡିଏ, ଭାଙ୍ଗିଲା କିଶୋର ମଟନ ହୋଟେଲ୍

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମସି ଓ ବିଡିଏ। ଭାଙ୍ଗିଲା ଭୁବନେଶ୍ୱର ଦୂରଦର୍ଶନ ପାଖ କିଶୋର ମଟନ ହୋଟେଲ୍ । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରିବା ଓ ଜବରଦଖଲ ଅଭିଯୋଗରେ ହୋଟେଲକୁ ମାଟିରେ ମିଶାଇଲା ବୁଲଡୋଜର। ବୁଧବାର କିଶୋର ହୋଟେଲରେ ବିଏମସି ରେଡ୍ କରି ଏକସପ୍ୟାରୀ ସସ୍ ଜବତ କରିଥିଲା । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଥିଲା। ଏହା ପରେ ସିଲ୍ ହୋଇଥିଲା ହୋଟେଲ। ସିଲ ପରେ ମଧ୍ୟ ଗତକାଲି ହୋଟେଲ ଖୋଲି ଚାଲିଥିଲା ବ୍ୟବସାୟ । ଆଜି ବିଏମସି ଓ ବିଡିଏର ପକ୍ଷରୁ ବୁଲଡୋଜର ଲଗାଇ କିଶୋର ମଟନ ହୋଟେଲ୍ ଭାଙ୍ଗିଦିଆଯାଇଛି। ସେପଟେ କିଶୋରଙ୍କ କହିବା କଥା, ତାଙ୍କ ହୋଟେଲରୁ କିଛି ଅପମିଶ୍ରିତ ଖାଦ୍ୟ ଜବତ ହୋଇନି। ବିଏମସି ସିଲ୍ କରିନଥିଲା। ହୋଟେଲ କାହିଁକି ଭଙ୍ଗାଗଲା ସେ ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି।

Latest Posts

Don't Miss