spot_img

Latest Posts

ଆନ୍ଦୋଳନସ୍ଥଳରେ ବିଜୁଳି କାଟ: ଚାଷୀଙ୍କ ଅଭିଯୋଗ, ଆନ୍ଦୋଳନକୁ ବନ୍ଦ କରିବାକୁ ଚାହୁଁଛନ୍ତି ସରକାର

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଆନ୍ଦୋଳନ ଏବେ ଭିନ୍ନମୋଡ଼ର ନେବାରେ ଲାଗିଛି। ହିଂସା ପରେ ଗାଜିପୁର ସୀମାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ସୀମାରେ ଆନ୍ଦୋଳନସ୍ଥଳରେ ବିଜୁଳି କାଟି ଦିଆଯିବା ପରେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଆନ୍ଦୋଳନକାରୀ ଚାଷୀ। ବିଜୁଳି କାଟି ଆନ୍ଦୋଳନକୁ ବନ୍ଦ କରିବାକୁ ସରକାର ଚାହୁଁଛନ୍ତି ବୋଲି ଚାଷୀ ନେତା ରାକେଶ ଟିକାୟତ ଅଭିଯୋଗ କରିଛନ୍ତି।

ଆନ୍ଦୋଳନସ୍ଥଳରେ ବିଜୁଳି କାଟିଦେବାରୁ ସାରା ରାତି ଉଜାଗର ରହିଛନ୍ତି ଚାଷୀ। ସେପଟେ ଦିଲ୍ଲୀ ହିଂସା ଘଟଣାରେ ଯାଞ୍ଚ ପାଇଁ ପୋଲିସ ଡାକିଲେ ନିଶ୍ଚୟ ଯିବେ ବୋଲି ଚାଷୀନେତା ରାକେଶ ଟିକାୟତ କହିଛନ୍ତି । ସେହିପରି ଗାଜିପୁର ସୀମାରେ ବିଜୁଳି କଟାଯିବା ପରେ ଅନେକ ଆନ୍ଦୋଳନକାରୀ ଧାରଣାରୁ ଓହରି ଯାଇଛନ୍ତି। ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ରାକେଶ ଟିକାୟତ। ଏହାବ୍ୟତୀତ ଲାଲକିଲ୍ଲାରେ ଯିଏ ପତାକା ଉଡ଼ାଇଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଟିକାୟତ କହିଛନ୍ତି।

ଅନ୍ୟପଟେ ଯେଉଁ ରୁଟ୍‌ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦିଆଯାଇଥିଲା, ସେହି ରୁଟରେ ରାଲି କରିବାକୁ ପୋଲିସ ଅନୁମତି ଦେଇନଥିଲା ବୋଲି ରାକେଶ ଟିକାୟତ କହିଛନ୍ତି। ଘଟଣାରେ ପୋଲିସ ଅନେକ ଚାଷୀ ନେତାଙ୍କ ନାଁରେ ମାମଲା ରୁଜ୍ଜୁ କରିଥିବା ବେଳେ, ୨୦୦ ଜଣକୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନବିନ୍ ଜାରି ରଖିଛି। ସେପଟେ ଚାଷୀଙ୍କ ଆନ୍ଦୋଳନରୁ ମୁହଁ ଫେରାଇଛନ୍ତି ଦୁଇଟି ଚାଷୀ ସଙ୍ଗଠନ। ହିଂସା ଘଟଣାକୁ ନିନ୍ଦା କରି ଆନ୍ଦୋଳନରୁ ଓହରିଥିବା ଚାଷୀନେତା ବିଏମ୍‌ ସିଂହ କହିଛନ୍ତି।  ସେପଟେ  ଫେବ୍ରୁଆରୀ ୧ରେ ହେବାକୁ ଥିବା ସଂସଦ ମାର୍ଚ୍ଚକୁ ବାତିଲ୍ କରିଛନ୍ତି ଆନ୍ଦୋଳନକାରୀ ଚାଷୀ। ଆସନ୍ତା ୩୦ ତାରିଖରେ ଉପବାସ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Latest Posts

Don't Miss