spot_img

Latest Posts

କୃଷକ ଆନ୍ଦୋଳନ; ଲାଲ କିଲାରେ ନୁହେଁ ଦିଲ୍ଲୀ ସୀମାରେ ହେବ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: କୃଷି ଆଇନ୍ ବିରାେଧରେ ୫୦ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି କୃଷକ ମାନେ। ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ କୃଷକ ଏବଂ ସରକାରଙ୍କ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ ।

ଏଭଳି ସମୟରେ କୃଷକ ମାନଙ୍କ ଦ୍ୱାରା ଆୟୋଜିତ ଏହି ଆନ୍ଦୋଳନ ସମୟରେ ଖବର ଆସୁଛି ଯେ ଜାନୁଆରୀ ୨୬ରେ ଲାଲ କିଲାରେ କୃଷକମାନେ ଟ୍ରାକ୍ଟର ରାଲି କରିବେ ନାହିଁ ବୋଲି। କୃଷକ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ କୃଷକମାନେ ଦିଲ୍ଲୀ ସୀମାରେ ହିଁ ରାଲି କରିବେ।

 ସୂଚନା ଅନୁସାରେ ଭାରତୀୟ କିସାନ ୟୁନିଅନ (ରାଜେୱାଲ ସମୂହ)ର ନେତା ବଲବୀର ସିଂ ରାଜେୱାଲ କୃଷକମାନଙ୍କୁ ଏକ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ଟ୍ରାକ୍ଟର ରାଲି କେବଳ ହରିୟାଣା-ନୂଆଦିଲ୍ଲୀ ସୀମାରେ ହେବ। ଲାଲ କିଲାରେ ଟ୍ରାକ୍ଟର ରାଲି କରିବାରେ କୃଷକ ମାନଙ୍କର କୗେଣସି ଯୋଜନା ନାହିଁ। ତେବେ ଜାନୁଆରି ୧୫ରେ କୃଷକ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ହେବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ, ଆନ୍ଦୋଳନକୁ ପ୍ରାୟ ୫୦ ଦିନ ବିତି ଯାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଠ ଥର ବୈଠକ ହୋଇ ସାରିଛି। ହେଲେ ଆଜିଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଙ୍ଗଠନ ଅଟଳ ରହିଥିବା ବେଳେ ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ଗତ ମଙ୍ଗଳ ବାର ଦିନ ଏହି ନୂଆ କୃଷି ଆଇନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ।

କୋର୍ଟଙ୍କ ସୂଚନା ଅନୁଯାୟୀ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଆଦେଶ ବଳବତ୍ତର ରହିବ। ଏଥିସହିତ ସମସ୍ୟାର ସମାଧାନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ଖଣ୍ଡପୀଠ । କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନ ଅଧ୍ୟକ୍ଷ ଜୀତେନ୍ଦ୍ର ସିଂହ ମାନ୍, ପ୍ରମୋଦ ଯୋଶୀ, ଅନିଲ ଧନଓ୍ବନ୍ତ ପ୍ରମୁଖ କମିଟିରେ ରହିଛନ୍ତି । ଏହି କମିଟି ନୂଆ କୃଷି ଆଇନ୍ ସମ୍ପର୍କିତ ଅଭିଯୋଗ ଶୁଣିବେ।

Latest Posts

Don't Miss