ଚୀନରେ ଅଛନ୍ତି ଅରୁଣାଚଳ ପ୍ରଦେଶରୁ ନିଖୋଜ ୫ ଯୁବକ, ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ

1 min read

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଅପହୃତ ହୋଇଥିବା ୫ ଜଣ ଯୁବକ ଚୀନ୍ ସୀମାରୁ ମିଳିଛନ୍ତି । ଏହାକୁ ସ୍ୱୀକାର କରିଛି ଖୋଦ୍ ଚୀନ୍ ସେନା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁ । ଭାରତୀୟ ସେନା ରବିବାର ପଠାଇଥିବା ହଟ୍ ଲାଇନ ମେସେଜର ଜବାବ ଦେଇଛି ଚୀନ ସେନା । ଅରୁଣାଚଳରୁ ନିଖୋଜ ୫ ଜଣ ଯୁବକ ଚୀନ ସୀମାରୁ ମିଳିଥିବା ଚୀନ୍ ସେନା ପକ୍ଷରୁ କୁହାଯାଇଛି । ଯୁବକଙ୍କୁ ଫେରାଇବା ପ୍ରକ୍ରିୟା ଜାରି ରହିଛି ।

ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନାଙ୍ଗ ଇରିଙ୍ଗ ଦାବି କରିଛନ୍ତି ଚୀନର ପିପୁଲ୍ସ ରିପବ୍ଲିକ୍ ଆର୍ମି ଭାରତର ଯୁବକଙ୍କୁ ଅପହରଣ କରି ନେଇଥିଲା । ବିଧାୟକଙ୍କ ଏହି ଦାବି ପରେ ଭାରତୀୟ ସେନା ଏହା ଉପରେ ଚୀନ ସେନାକୁ ଅଭିଯୋଗ କରିଥିଲା ।

କଂଗ୍ରେସ ବିଧାୟକ ଦାବି କରିଥିଲେ- ସ୍ଥାନୀୟ ଲୋକ ପଶୁଙ୍କୁ ଚରାଇବା ଲାଗି କ୍ଷେତକୁ ନେଇଯାଆନ୍ତି । ଚଳିତଥର କେତକ ଯୁବକ ମାଛ ଧରିବାକୁ ଯାଇଥିବା ବେଳେ ସେମାନଙ୍କୁ ଚୀନ ସେନା ଧରି ନେଇଥିଲା । ଏଥିରୁ ସ୍ପଷ୍ଟ ହେଉଛି ଚୀନ ସେନା କେବଳ ଲଦାଖରେ ନୁହେଁ ବରଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ପର୍ଯ୍ୟନ୍ତ ଚାଲି ଆସିଛନ୍ତି ।

ପ୍ରଥମେ କଣ କହିଥିଲା ଚୀନ ?

୫ ଭାରତୀୟ ଯୁବକ ନିଖୋଜ ନେଇ ଭାରତର ଅଭିଯୋଗ ପରେ ଚୀନ୍ ପ୍ରତିକ୍ରିୟା ରଖିଥିଲା । ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ସୋମବାର କହିଥିଲେ- ଚୀନ କେବେ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ମାନେ ନାହିଁ । ଅରୁଣାଚଳ ହେଉଛି ଦକ୍ଷିଣ ତିବ୍ବତର ଅଂଶ । ଭାରତୀୟ ସେନା ପିଏଲଏକୁ ଭାରତୀୟଙ୍କ ଛାଡ଼ିବା ନେଇ ଦେଇଥିବା ମେସେଜ ଉପରେ ମୁଖପାତ୍ର କହିଥିଲେ ଏନେଇ କୌଣସି ସୂଚନା ନାହିଁ ।

ନିଖୋଜ ଭାରତୀୟଙ୍କୁ ନେଇ ପ୍ରଶ୍ନ ପରେ ଚୀନର ଜବାବ, ଅରୁଣାଚଳ ଭାରତର ନୁହଁ ଆମର

Leave a Reply