ଚୀନରେ ଅଛନ୍ତି ଅରୁଣାଚଳ ପ୍ରଦେଶରୁ ନିଖୋଜ ୫ ଯୁବକ, ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ
1 min readନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଅପହୃତ ହୋଇଥିବା ୫ ଜଣ ଯୁବକ ଚୀନ୍ ସୀମାରୁ ମିଳିଛନ୍ତି । ଏହାକୁ ସ୍ୱୀକାର କରିଛି ଖୋଦ୍ ଚୀନ୍ ସେନା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁ । ଭାରତୀୟ ସେନା ରବିବାର ପଠାଇଥିବା ହଟ୍ ଲାଇନ ମେସେଜର ଜବାବ ଦେଇଛି ଚୀନ ସେନା । ଅରୁଣାଚଳରୁ ନିଖୋଜ ୫ ଜଣ ଯୁବକ ଚୀନ ସୀମାରୁ ମିଳିଥିବା ଚୀନ୍ ସେନା ପକ୍ଷରୁ କୁହାଯାଇଛି । ଯୁବକଙ୍କୁ ଫେରାଇବା ପ୍ରକ୍ରିୟା ଜାରି ରହିଛି ।
ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନାଙ୍ଗ ଇରିଙ୍ଗ ଦାବି କରିଛନ୍ତି ଚୀନର ପିପୁଲ୍ସ ରିପବ୍ଲିକ୍ ଆର୍ମି ଭାରତର ଯୁବକଙ୍କୁ ଅପହରଣ କରି ନେଇଥିଲା । ବିଧାୟକଙ୍କ ଏହି ଦାବି ପରେ ଭାରତୀୟ ସେନା ଏହା ଉପରେ ଚୀନ ସେନାକୁ ଅଭିଯୋଗ କରିଥିଲା ।
China's PLA has responded to the hotline message sent by Indian Army. They have confirmed that the missing youths from Arunachal Pradesh have been found by their side. Further modalities to handover the persons to our authority is being worked out.
— Kiren Rijiju (मोदी का परिवार) (@KirenRijiju) September 8, 2020
କଂଗ୍ରେସ ବିଧାୟକ ଦାବି କରିଥିଲେ- ସ୍ଥାନୀୟ ଲୋକ ପଶୁଙ୍କୁ ଚରାଇବା ଲାଗି କ୍ଷେତକୁ ନେଇଯାଆନ୍ତି । ଚଳିତଥର କେତକ ଯୁବକ ମାଛ ଧରିବାକୁ ଯାଇଥିବା ବେଳେ ସେମାନଙ୍କୁ ଚୀନ ସେନା ଧରି ନେଇଥିଲା । ଏଥିରୁ ସ୍ପଷ୍ଟ ହେଉଛି ଚୀନ ସେନା କେବଳ ଲଦାଖରେ ନୁହେଁ ବରଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ପର୍ଯ୍ୟନ୍ତ ଚାଲି ଆସିଛନ୍ତି ।
ପ୍ରଥମେ କଣ କହିଥିଲା ଚୀନ ?
୫ ଭାରତୀୟ ଯୁବକ ନିଖୋଜ ନେଇ ଭାରତର ଅଭିଯୋଗ ପରେ ଚୀନ୍ ପ୍ରତିକ୍ରିୟା ରଖିଥିଲା । ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ସୋମବାର କହିଥିଲେ- ଚୀନ କେବେ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ମାନେ ନାହିଁ । ଅରୁଣାଚଳ ହେଉଛି ଦକ୍ଷିଣ ତିବ୍ବତର ଅଂଶ । ଭାରତୀୟ ସେନା ପିଏଲଏକୁ ଭାରତୀୟଙ୍କ ଛାଡ଼ିବା ନେଇ ଦେଇଥିବା ମେସେଜ ଉପରେ ମୁଖପାତ୍ର କହିଥିଲେ ଏନେଇ କୌଣସି ସୂଚନା ନାହିଁ ।