spot_img

Latest Posts

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହେଲେ କିରଣ ଗୋସାଭି

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ଏନସିବିର ତଦନ୍ତକାରୀ ଅଫିସର ସମୀର ୱାଙ୍ଖଡେଙ୍କ ବିରୋଧରେ ବିବାଦୀୟ ବୟାନ। ଗିରଫ ହେଲେ କିରଣ ଗୋସାଭି। ଗତକାଲି ବିଳମ୍ବିତ ରାତିରେ ପୁନେ ପୋଲିସ ଗୋସାଭିକୁ ଗିରଫ କରିଛି। କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଗିରଫ ଆର୍ଯ୍ୟନ ଖାନ୍ ମାମଲାରେ ଏକମାତ୍ର ସାକ୍ଷୀ ଥିଲେ ଗୋସାଭି। କିରଣଙ୍କୁ ଗିରଫ କରିବାକୁ ଲୁକ୍ ଆଉଟ ନୋଟିସ ଜାରି ହୋଇଥିଲା। ଶେଷରେ କିରଣ ଗୋସାଭିଙ୍କୁ କାବୁ କରିଛି ପୋଲିସ। ୨୦୧୮ରେ ଭରସଖାନା ଥାନାରେ ଗୋସାଭିର ନାଁରେ ଥିଲା ଠକେଇ ମାମଲା। ଗୋସାଭିଙ୍କ ନାଁରେ ଲୁକଆଉଟ ନୋଟିସ୍ ଜାରି ହୋଇଥିଲା।

କିଛିଦିନ ହେବ ସେ ଫେରାର ହୋଇଯାଇଥିଲା। କିରଣକୁ ଗିରଫ କରିବାକୁ ପୁନେ ପୋଲିସର ଏକ ଟିମ୍ ୟୁପି ମଧ୍ୟ ଯାଇଥିଲା। ମାଲେସିଆରେ ଚାକିରି ଦେବାକୁ କହି ୨୦୧୮ରେ ପୁନେର ଜଣ ଯୁବକ ଚିନ୍ମୟ ଦେଶମୁଖଙ୍କ ଠାରୁ ୩ଲକ୍ଷ ଟଙ୍କା ଠକିଥିଲା। କ୍ରୁଜ ଜାହାଜରେ ରେଡ୍ ବେଳେ ଏନସିବି ଲାଗି ସାକ୍ଷୀ ପଡିଥିଲେ ଗୋସାଭି। ଗୋସାଭିଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷକ ପ୍ରଭାକର ସାଇଲ ଅଭିଯୋଗ କରିଥିଲେ ଯେ ଗୋସାଭି ଓ ସାମ ଡି ସୌଜାଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହୋଇଥିଲା।

ଏଥିରେ ଆର୍ଯ୍ୟନ ଖାନଙ୍କ ମୁକ୍ତି ଲାଗି ଏନସିବି ୨୫ କୋଟି ଟଙ୍କା ଦାବି କରିଥିବା ବେଳେ, ୧୮ କୋଟି ଟଙ୍କାରେ ଡିଲ ଚୂଡାନ୍ତ ହୋଇଥିଲା। ସେଥିରୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ୮ କୋଟି ଟଙ୍କା ଦେବା ଲାଗି ଦୁଇ ଜଣ କଥା ହୋଇଥିଲେ। ପରେ ପ୍ରଭାକର ଏହି ମତ ବଦଳାଇଥିଲେ।

Latest Posts

Don't Miss